ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରି ପ୍ରମୋଦ ଦେଶକୁ ସ୍ବର୍ଣ୍ଣ ମେଡାଲ ଉପହାର ଦେଇଛନ୍ତି। ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିନଥିଲେ।
And it’s a Goooooold!!
Pramod Bhagat clinches the #Gold medal in Men’s Singles SL3 Badminton Event at Tokyo2020 #Paralympics.#Cheer4India
Video credits – @ddsportschannel pic.twitter.com/x20Rea9fyo
— MyGovIndia (@mygovindia) September 4, 2021
ବିଶ୍ବର ୧ ନମ୍ବର ମାନ୍ୟତା ପ୍ରାପ୍ତ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ସେମିଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା । ପ୍ରମୋଦ ପ୍ରଥମ ଗେମ୍ରେ ଆଗୁଆ ରହିବା ପରେ ଦ୍ବିତୀୟ ଗେମ୍ରେ ବି ନିଜର ଦବଦବା ବଜାୟ ରଖିବାରେ ସଫଳ ହୋଇଥିଲେ । ଯେତେବେଳେ ପଦକ ପ୍ରଦାନ ସମୟରେ ଭାରତର ତ୍ରିରଙ୍ଗା ଉଠାଯାଉଥିଲା ସେତେବେଳେ ସାରା ଦେଶ ଗର୍ବରେ ଉତଫୁଲ୍ଲିତ ହୋଇ ଉଠିଥିଲା
#IND‘s National Anthem playing again today at the Pramod Bhagat’s Victory Ceremony at #Tokyo2020 #Paralympics Games!#TeamIndia | #Cheer4India | #Praise4Para pic.twitter.com/rOX6uOgoit
— Doordarshan Sports (@ddsportschannel) September 4, 2021
ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରମୋଦଙ୍କ ସହିତ ଭିଡିଓ କନଫରେନ୍ସିଂରେ କଥା ହୋଇଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ।
Hon’ble CM Sri @Naveen_Odisha spoke to Gold medalist @PramodBhagat83 through virtual mode and congratulated him for his Marvellous performance at Tokyo #Paralympics. Sri Bhagat thanked the CM for his continuous support for the development of sports in the State. #Tokyo2020 pic.twitter.com/g1vPZrtCs2
— I & PR Department, Odisha (@IPR_Odisha) September 4, 2021
ପ୍ରମୋଦଙ୍କ ଘର ବରଗଡ଼ ଜିଲ୍ଲା ଅତାବିରା ଠାରେ । ୧୯୮୮ ମସିହା ଜୁନ ୪ ତାରିଖରେ ତାଙ୍କର ଜନ୍ମ । ପରିବାରରେ ଛଅ ଭାଇ ଭଉଣୀ । ପ୍ରମୋଦଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଗୋଡ଼ରେ ସମସ୍ୟା ଦେଖା ଦେଇଥିଲା । ପୋଲିଓ ଯୋଗୁ ସେ ପାଲଟିଗଲେ ଆଂଶିକ ଦିବ୍ୟାଙ୍ଗ ।
ଗରିବ ପରିବାରରେ ଚାଲିଥିଲା ଜୀବନ ସଂଘର୍ଷ । ତାଙ୍କୁ ୧୩ ବର୍ଷ ବେଳକୁ ସେ ଏକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଦେଖି ଏହି ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ତାପରେ ଖେଳ ଆରମ୍ଭ କଲେ ଓ ଦୁଇ ବର୍ଷ ଭିତରେ ଟୁର୍ନାମେଣ୍ଟ ମଧ୍ୟ ଖେଳିଲେ । ପ୍ରଥମେ ସାଧାରଣ ବର୍ଗରେ ପରେ ଦିବ୍ୟାଙ୍ଗ ବର୍ଗରେ ଖେଳି ଚାଲିଲେ ଓ ଗୋଟିଏ ପରେ ଗୋଟିଏ ସଫଳତା ପାଇଁ ଚାଲିଲେ । କୋଚ ଶିବ ପ୍ରସାଦ ଦାସଙ୍କ ତାଲିମ ପାଇ ପ୍ରମୋଦ ଏ ପର୍ୟ୍ୟନ୍ତ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି । ତାଙ୍କ ନାଁରେ ୪୬ଟି ଅନ୍ତର୍ଜାତୀୟ ପଦକ ଜିତିବାର ଗୌରବ ରହିଛି ।