ଭାରତରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନେକଗୁଡିଏ ପ୍ରଶ୍ନ ଉଠିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ B.1.1.529 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଜଣେ 66 ବର୍ଷିୟ ଏବଂ ଅନ୍ୟଜଣେ 46 ବର୍ଷିୟ। ପ୍ରଥମ ରୋଗୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିଥିଲେ। ତେବେ କୋଭିଡ ପ୍ରୋଟୋକଲ ଅନୁସାରେ ସେ ରିସ୍କ ଦେଶରୁ ଆସିଥିବାରୁ ତୁରନ୍ତର ତାଙ୍କର କୋଭିଡ ପରୀକ୍ଷା କରାଯ଼ାଇଥିଲା। ସେ କୋଭିଡ ପଜିଟିଭ ଆସିଥିଲେ। ତାଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହିତ ତାଙ୍କର ଜିନମ ସିକ୍ବେନ୍ସିଂ କରାଯାଇଥିଲା। ଇତି ମଧ୍ୟରେ ସେ କୋଭିଡରୁ ମୁକ୍ତ ହୋଇଯାଇଥିଲେ ଏବଂ ସେ ଦୁବାଇ ଚାଲିଯାଇଥିଲେ। ପରେ ଜଣା ପଡ଼ିଥିଲା ଯେ ସେ ଓମିକ୍ରନ ଭୁତାଣୁରେ ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଜଣା ପଡ଼ିବା ପୂର୍ବରୁ ସେ ଦେଶ ଛାଡି ଦେଇଛନ୍ତି।
Two cases of #Omicron Variant have been detected through INSACOG in #Karnataka; All primary contacts of the 2 cases of #Omicron variant have been traced and are being tested as per protocol
–@MoHFW_INDIA pic.twitter.com/uoUlivqIaH
— PIB India (@PIB_India) December 2, 2021
ପ୍ରଶ୍ନ ଉଠୁଛି ପେସେଣ୍ଟ ନମ୍ବର 2କୁ ନେଇ। ସେ ବେଙ୍ଗଳୁରୁର ଜଣେ ଡାକ୍ତର। ଏକ ପ୍ରାଇଭେଟ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ତେବେ ସେ ବିଦେଶ ଗସ୍ତ କରିନଥିଲେ ମଧ୍ୟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଏହା ଅର୍ଥ ସେ ନିଶ୍ଚୟ ଓମିକ୍ରନ ରୋଗୀଙ୍କ ସଂପର୍କରେ ଆସିଛନ୍ତି ଯାହାଙ୍କୁ ଠାବ କରାଯାଇନାହିଁ। ଡାକ୍ତରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପର୍କରେ ଆସିଥିବା ପ୍ରାୟ 2ଶହ ଜଣଙ୍କୁ ଚିହ୍ନଟ କରାଯ଼ାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର କୋଭିଟ ଟେଷ୍ଟ କରାଯ଼ାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣଙ୍କର କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି। ଏବେ ପ୍ରଶ୍ନ ସେମାନେ ଓମିକ୍ରନରେ ଆକ୍ରାନ୍ତ ହୋଇନାହାନ୍ତି ତ?ଏହା ଜାଣିବା ଲାଗି ସେମାନଙ୍କର ଜେନୋମ ସିକ୍ବେନ୍ସିଂ କରାଯାଉଛି। ତେବେ ପ୍ରଥମ ରୋଗୀ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା କରାଯ଼ାଇଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି।
#Live | Karnataka Health Minister @mla_sudhakar briefs media on the #Omicron COVID variant reported in the state.
‘One of the patients has no travel history, the other person had been to South Africa’, says Dr Sudhakar K.
Listen in. | #OmicronInIndia pic.twitter.com/GOpzso21Wl
— TIMES NOW (@TimesNow) December 2, 2021
ପେସେଣ୍ଟ ନମ୍ବର 2 କାହା ସଂପର୍କରେ ଆସି ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି ? ଏହା ଏବେ ତଦନ୍ତ କରାଯାଉଛି। ଯଦି ସେ ଲକ୍ଷଣବିହୀନ ଥିବେ ତେବେ ସେ କେତେ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିସାରିବେଣି ତାର ପତ୍ତା ନାହିଁ । ତେଣୁ ବିମାନ ବନ୍ଦର ଜଗିବା ବେଳକୁ ଏଣେ ଦେଶରେ ଓମିକ୍ରନ ମାଡ଼ିବାର ରାସ୍ତା ପ୍ରଶସ୍ତ ହେବାରେ ଲାଗିଲାଣି।