ଫର୍ମୁଲା ୱ ସାତ ଦିନ – ବ୍ରହ୍ମପୁର ବିବାହ ବିବାଦରେ ଆସିଲା କୋର୍ଟଙ୍କ ରାୟ

ହିନ୍ଦି ଫିଲ୍ମ ୱ ସାତ ଦିନରେ ନାୟକ ଓ ନାୟିକା ଘଟଣା କ୍ରମରେ ଗୋଟିଏ ଘରେ 7 ଦିନ ରହିବାକୁ ବାଧ୍ୟ ହୋଇଛନ୍ତି  । ଏହି 7 ଦିନ କିନ୍ତୁ ସେମାନଙ୍କୁ 7 ଜନ୍ମର ବନ୍ଧନରେ ବାନ୍ଧି ଦେଇଥିଲା । ଫିଲ୍ମଟି ସେତେବେଳେ ସୁପର ହିଟ ହୋଇଥିଲା। ହେଲେ ଏବେ ୱ ସାତ ଦିନର ଏକ୍ସପେରିମେଣ୍ଟ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। ବିବାଦରେ ଛନ୍ଦି ହୋଇଥିବା ପତି ପତ୍ନୀଙ୍କୁ ସର୍ତ୍ତମୂଳକ ଭାବେ ଗୋଟିଏ ଘରେ ରହିବା ଲାଗି ନିର୍ଦ୍ଦେ ଦେଇଛନ୍ତି।

ଘଟଣା ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାକୁ ନେଇ। 7 ଦିନ ଧାରଣା ଦେବା ପରେ ମାମଲାରେ ଆସିଛି ଟ୍ବିଷ୍ଟ। ଏସ୍‌ଡିଜେଏମ୍‌ କୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ। ଉଭୟ ପୁଅ-ବୋହୂଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM କୋର୍ଟ  ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସିକାରେ ଏକ ଭଡ଼ା ଘରେ ଉଭୟ ଏକାଠି ରହିବେ। ସେ ପୁଣି ଥାନା ବାବୁଙ୍କ ମାର୍ଫତରେ। ମାନେ ଥାନା ଅଧିକାରୀ ସେମାନଙ୍କ ବାବଦରେ ଦୈନିକ ରିପୋର୍ଟ ଦେବେ।  ଭଡ଼ା ଘର ଠିକ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସକା ଥାନା ଆଇଆଇସି। ୭ ଦିନ ମଧ୍ୟରେ ଉଭୟଙ୍କ ଘର ଲୋକଙ୍କ ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 ବୋହୂ ବୋଲି ଦାବି କରି  ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଡାକ୍ତର ସୁମିତ ସାହୁ ତାଙ୍କୁ ବାହା ହୋଇ ପରେ ଠକି ଦେଇଛନ୍ତି। ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ। ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ଡିମ୍ପଲ। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ।

ପରବର୍ତ୍ତୀ ସମୟରେ ତପସ୍ୱିନୀଙ୍କୁ ବୋହୂ ବୋଲି ସ୍ୱୀକାର କରିଥିଲେ ସୁମିତଙ୍କ ବାପା।  ସୁମିତ ମଧ୍ୟ ବାହା ହୋଇଥିବା ମାନିଥିଲେ। ତେବେ ମାମଲା କୋର୍ଟରେ ବିଚାର ଚାଲିଥିବାରୁ ମୁଁ କିଛି କରିପାରିବି ନାହିଁ ବୋଲି ସୁମିତ କହିଥିଲେ। ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଉଭୟଙ୍କୁ ୭ ଦିନ ଏକସଙ୍ଗେ ରହିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ।

କିଛି ଦିନ ତଳେ ଅନୁଭବ ଏବଂ ବର୍ଷାଙ୍କ ବିବାଦର ସମାଧାନ ପାଇଁ ଏମିତି ଏକ ପ୍ରସ୍ତାବ ଦେଇଥିଲେ ବିଧାୟକ ସୁର ରାଉତରାୟ  । ଉଭୟଙ୍କୁ ଏକାଠି 7 ଦିନ ଗୋଟିଏ ଘରେ ରଖିଦେବାକୁ ସେ ପ୍ରସତ୍ବା ଦେଇଥିଲେ। ହେଲେ କଥାଟା ଭାଇରାଲ ସିନା ହୋଇଥିଲା କିନ୍ତୁ ଏହା ଯେ ଏକ ସିରିୟସ ସମାଧାନ ସୂତ୍ର ହୋଇପାରେ ତାହା ବ୍ରହ୍ମପୁର କୋର୍ଟଙ୍କ ରାୟ ଆସିବା ପରେ ଚର୍ଚ୍ଚା ହେଉଛି।

ଏହି ଲେଖାଟି ଯଦି ପସନ୍ଦ ଆସିଥାଏ ତେବେ ଲାଇକ କିମ୍ବା ସେୟାର କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *