ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି ଦୁଇ ସବ ଭ୍ୟାରିଆଣ୍ଟ ପାଇଁ ଅଧିକ ସକ୍ରମଣ ବ୍ୟାପୁଥିବା ଜଣାଯାଇଛି . ଏପିରିକି BA.2.75 କୁଆଡ଼େ ଅଧିକ କ୍ଷୀପ୍ର ବେଗରେ ଶରୀରରେ ପ୍ରବେଶ କରୁଛି ଏବଂ ଶରୀର ରୋଗ ପ୍ରତିରୋଧକ ଶକ୍ତିକୁ ଭେଦ କରିଯ଼ାଉଛି . ଏମାନେ ଓମିକ୍ରନ ପରିବାରର କିନ୍ତୁ ବିଶ୍ବ ବ୍ୟାପୀ ଏହି ଦୁଇ ସବ ଭ୍ୟାରିଆଣ୍ଟ ସଂକ୍ରମଣ ବୃଦ୍ଧି ଘଟାଉଛନ୍ତି . ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଜୁନ ମାସରେ ଯେତିକି କରୋନା ସଂକ୍ରମଣ ଦେଖାଦେଇଥିଲା ସେମଧ୍ୟରୁ 52 ପ୍ରତିଶତ ଥିଲା BA.5 ଭ୍ୟାରିଆଣ୍ଟ ଭୂତାଣୁ ଜନିତ. ଆମେରିକାରେ ଏହା 65 ପ୍ରତିଶତ ସଂକ୍ରମଣ ଘଟାଇଛି . BA.5 ନୂଆ ନୁହେଁ . ଏହାକୁ ପ୍ରଥମେ ଜାନୁଆରୀ ମାସରେ ଚିହ୍ନଟ କରାଯାଇଥିଲା. ତେବେ ଏପ୍ରିଲ ମାସରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ଟ୍ରାକିଂ ଆରମ୍ଭ କରିଥିଲା.ତେବେ ଭାରତରେ ଦେଖାଦେଇଥିବା ଭୂତାଣୁ ମଧ୍ୟରୁ BA.2.75 ଅଧିକ ସଂକ୍ରମଣ କରୁଥିବା ଜଣାଯାଇଛି. ତେବେ ଭାରତରେ BA . 2 ସଂକ୍ରମଣ ବଢ଼ାଉଥିବାର ନଜିର ମଧ୍ୟ ଦେଖାଦେଇଛି. 

ଗତ 4 ସପ୍ତାହ ଧରି କରୋନା ମାମଲା ବିଶ୍ବବ୍ୟପୀ ବଢ଼ିବାରେ ଲାଗିଛି. 2021ରେ ଓମିକ୍ରନ ଜନିତ ସଂକ୍ରମଣ ବୃଦ୍ଧି ପାଉଥିବା  ବେଳେ ଓମିକ୍ରନର ସବଭ୍ୟାରିଆଣ୍ଟା ଏହାକୁ ଅଧିକ ସଂକ୍ରାମକ କରିଛନ୍ତି. ଏପରିକି ବହୁ ସମୟରେ ଦେଖାଯ଼ାଉଛି କିଛି ଲୋକ କରୋନାର ସକ୍ରମିତ ହେବାର ମାତ୍ର କିଛି ସପ୍ତାହ ଭିତରେ ପୁଣି ସଂକ୍ରମିତ ହେଉଛନ୍ତି. ତେବେ ଗୋଟିଏ କଥା ପରିଲକ୍ଷିତ ହୋଇଛି ଯଦିଓ ସଂକ୍ରମଣ ହୁହୁ ହୋଇ ବଢ଼ିଛି କିନ୍ତୁ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବଢ଼ିନାହିଁ. ଯେଉଁଥିରୁ ଦୁଇଟି କଥା ଅନୁମାନ କରାଯାଇପାରେ ପ୍ରଥମରେ ଟିକାରୁ ମିଳୁଥିବା ନିରାପତ୍ତା ଏହାକୁ ଅଧିକ ଘାତକ କରିବାକୁ ଦେଉନାହିଁ କିମ୍ବା ଦ୍ବିତୀୟରେ ଏୟା ହୋଇପାରେ ଡେଲଟା ଭଳି ଏହା ଏତେ ମାରାତ୍ମକ ହୋଇନଥାଇପାରେ. 

ଭଲ କଥା ହେଉଛି 15 ତାରିଖରୁ ଭାରତରେ ମାଗଣା ବୁଷ୍ଟର ଡୋଜ ଆରମ୍ଭ ହେଉଛି. ଏହାଦ୍ବାରା ବହୁ ସଂଖ୍ୟାରେ ଲୋକ ସୁରକ୍ଷା ପାଇପାରିବେ . ଏଥିସହିତ କରୋନା ନିରାପତ୍ତା ଓ ସତର୍କତାକୁ କଡ଼ାକଡ଼ି ପାଳନ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ତତ୍ପରତା ପ୍ରକାଶ କରିଛନ୍ତି. ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନାର ସମୀକ୍ଷା କରିଛନ୍ତି.  

Leave a Reply

Your email address will not be published. Required fields are marked *