11ବର୍ଷର ଝିଅ କଲେକ୍ଟର : ଇଚ୍ଛା ପୂରଣ ହେଲା

11 ବର୍ଷର ଝିଅ ଫ୍ଲୋରା ଅସୋଦିଆ ଅହମ୍ମଦାବାଦର କଲେକ୍ଟର ହେଲା। ତାର ସ୍ବପ୍ନ  ବା ଇଚ୍ଛା ପୂର୍ଣ୍ଣ ହେଲା। ହେଲେ କଲେକ୍ଟରଙ୍କ କୁର୍ସିରେ ବସିବା ବେଳେ ଫଟୋ ଦେଖିଲେ ଲାଗୁଥିଲା ନା ସେ ସେତେଟା ଖୁସି ଥିଲା ନା ତାର ଚାରିପାଖରେ ଅନ୍ୟମାନେ ଖୁସି ଥିଲେ। ତେବେ ଫ୍ଲୋରାର କାହାଣୀରେ ରହିଛି କିଛି ସେମିତି ଦୁଃଖ ପୂର୍ଣ୍ଣ କଥା। ସେ ବ୍ରେନ ଟ୍ୟୁମରରେ ପୀଡ଼ିତ । ସର୍ଜରୀ ହେବା ପରେ ବି ତାର ସ୍ବାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି ହେଲାନି। ଗାନ୍ଧିନଗରର ଏହି ଝିଅଟିର ଇଚ୍ଛା ପୂର୍ଣ୍ଣ କରିବାକୁ ଅହମ୍ମଦାର କଲେକ୍ଟର ବ୍ୟବସ୍ଥା କଲେ। ତା ପାଇଁ ସ୍ବତନ୍ତ୍ର ପୋଷାକ କରାଗଲା ଏବଂ ସେ ଦିନଟିଏ ପାଇଁ ଅହମ୍ମଦାବାଦର କଲେକ୍ଟର ହୋଇଥିଲା।

 

ଫ୍ଲୋରା ଅସୋଦିଆ ସପ୍ତମ ଶ୍ରେଣୀରେ ପଢ଼େ। ସେ ବି ଖୁବ ଖୁସ ମିଜାଜର ଝିଅ ଥିଲା। କଲେକ୍ଟର ହେବା ଲାଗି ତାର ଇଚ୍ଛା ହୋଇଥିଲା, କିନ୍ତୁ ସାତମାସ ତଳେ ତାର ବ୍ରେନ ଟ୍ୟୁମର ବାହାରିଥିଲା, ଏହାପରେ ଗତ ଅଗଷ୍ଟମାସରେ ତାର ସର୍ଜରୀ ହୋଇଥିଲା, ହେଲେ ତାର ସ୍ବାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି ହେଲାନାହିଁ। ମେକ ଏ ୱିସ ଫାଉଣ୍ଡେସନ ଫ୍ଲୋରା ସଂପର୍କରେ ଜାଣିବା ପରେ ଗୁଜରାଟ ସରକାରଙ୍କ ସହିତ ଯ଼ୋଗାଯ଼ୋଗ କରିଥିଲା । ଗୁଜରାଟ ସରକାର ଫ୍ଲୋରାକୁ ଗୋଟିଏ ଦିନ କଲେକ୍ଟର କରିବା ଲାଗି ନିଷ୍ପତ୍ତି ନେଇଥିଲେ।

 

ଅହମ୍ମଦାବାଦ କଲେକ୍ଟର ସନ୍ଦିପ ସାଙ୍ଗଲେ ଫ୍ଲୋରାର ପରିବାର ସହିତ ଯ଼ୋଗାଯ଼ୋଗ କରିଥିଲେ। ଏବଂ ଫ୍ଲୋରାର ଇଚ୍ଛା ପୂର୍ଣ୍ଣ କରିବା ଲାଗି ବ୍ୟବସ୍ଥା କରିଥିଲେ ।  ଫ୍ଲୋରାକୁ ଗୋଟିଏ ଦିନ ପାଇଁ କଲେକ୍ଟର କରାଯାଇଥିଲା, ତାକୁ ଏକ ବାର୍ବି ଡଲ ଏବଂ ଏକ ଟାବ ଦିଆଯ଼ାଇଥିଲା।  ଗୋଟିଏ ଦିନ କଲେକ୍ଟର ହେବାରେ ଫ୍ଲୋରା କେବଳ ଆସନରେ ବସିନଥିଲା, ସରକାରୀ ନିଷ୍ପତ୍ତି ମଧ୍ୟ ନେଇଥିଲା। ବାହାଲି ଦିକ୍ରି ଯ଼ୋଜନା ଏବଂ ବିଦ୍ୟା ସହାୟ ଯ଼ୋଜନା ଅନୁସାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ପାଇଁ ନିଷ୍ପତ୍ତି ନେଇଥିଲା।

Leave a Reply

Your email address will not be published. Required fields are marked *