ନାରୀକୁ ସୁନ୍ଦର କରେ ଗହଣା, ପର୍ଲ ଦିଏ ଷ୍ଟାଇଲିସ୍‌ ଲୁକ୍

ଭୁବନେଶ୍ଵର, ୧୭/୯ : ନାରୀକୁ ସୁନ୍ଦର କରେ ଗହଣା। ଯଦି ଗହଣା କଥା ଉଠେ, ତେବେ ମହିଳାଙ୍କ ମନରେ ଉତ୍ସାହ ଭରିଯାଏ । କାରଣ ନାରୀ ନିଜକୁ ଷ୍ଟାଇଲିସ୍‌ ଓ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଭଲ ପାଏ । ଆଉ ପର୍ଲ ବା ମୋତି ଗହଣା ତା’ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଅବଶ୍ୟ ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ । ବିଭିନ୍ନ ଗହଣା ପିନ୍ଧି ଯଦି ବୋର୍‌ ହୋଇଯାଇଥାନ୍ତି, ତେବେ ପର୍ଲ ପିନ୍ଧି ନିଜକୁ ଷ୍ଟାଇଲିସ୍‌ ଓ ରୟାଲ୍‌ ଲୁକ୍‌ ଦେଇପାରିବେ ।

ପର୍ଲ ଗହଣା ସେଟ୍‌: ଯଦି କିଛି ନୂଆ ଡିଜାଇନ୍‌ରେ ନିଜକୁ ଦେଖିବାକୁ ଚାହାନ୍ତି, ତେବେ ପର୍ଲ ଗହଣାର ସେଟ୍‌ ଚୟନ କରନ୍ତୁ । ଯେପରିକି ଲେୟାର ପର୍ଲ ଗହଣା, ସିଙ୍ଗଲ୍‌ ଲେୟାର ପର୍ଲ ଓ ହେବି ପର୍ଲ ଗହଣା ଆଦି ଉପଲବ୍ଧ । ଏହାକୁ ଆପଣ ଭିନ୍ନ ଭିନ୍ନ ଆଉଟ୍‌ଫିଟ୍‌ ସହ ବ୍ୟବହାର କରିପାରିବେ । ଏହା ଉଭୟ ପାରମ୍ପରିକ ଓ ୱେଷ୍ଟର୍ଣ୍ଣ ଆଉଟଫିଟ୍‌ ସହ ଭଲ ଲାଗିଥାଏ । ଏହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ ।

ପର୍ଲ କାନଫୁଲ: ମାର୍କେଟ୍‌ରେ ବିଭିନ୍ନ ଡିଜାଇନ୍‌ର ମୋତି କାନଫୁଲ ମିଳୁଛି, ଯାହାକୁ ଆପଣ ବିଭିନ୍ନ ଆଉଟଫିଟ୍‌ ସହ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିପାରିବେ । ଯେପରିକି ଅଫିସ୍‌ ହେଉ ଅବା ବୁଲିବାକୁ ଯିବା ସମୟରେ ପିନ୍ଧିପାରିବେ । ଆଜିକାଲି ବିଭିନ୍ନ ରଙ୍ଗର ପର୍ଲ କାନଫୁଲ ବଜାରରେ ଉପଲବ୍ଧ ।

ପର୍ଲ ବ୍ରେସ୍‌ଲେଟ୍‌: ଯଦି ଆପଣ ହାତରେ ଅଲଗା ଅଲଗା ଚୁଡ଼ି ବା ବ୍ରେସ୍‌ଲେଟ୍‌ ବ୍ୟବହାର କରୁଥାନ୍ତି, ତେବେ ପର୍ଲର ବ୍ରେସ୍‌ଲେଟ୍‌ ମଧ୍ୟ ବ୍ୟବହାର କରିପାରିବେ । ବ୍ରେସ୍‌ଲେଟ୍‌ ମଧ୍ୟ ସିଙ୍ଗଲ୍‌ ଲେୟାର ବା ଡବଲ୍‌ ଲେୟାରର ବଜାରରେ ଉପଲବ୍ଧ । କେବଳ ସେତିକି ନୁହେଁ, ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ମିଳିଯିବ ।ଏସବୁ ଗହଣା ଆପଣ ଦୋକାନରୁ ବା ଅନ୍‌ଲାଇନ୍‌ରୁ ସଂଗ୍ରହ କରିପାରିବେ ।

Leave a Reply

Your email address will not be published. Required fields are marked *