ୟୁପିଏସସି କ୍ରାକ୍ କରିବା ପାଇଁ ଆଇଏଏସ୍ ଅଧିକାରୀ ଦିବ୍ୟା ମିତଲଙ୍କ ୫ଟି ଟିପ୍ସ, ଜାଣନ୍ତୁ…

ଭୁବନେଶ୍ଵର, ୧୬/୦୯ : ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ବହୁ ପିଲାଙ୍କର ସ୍ଵପ୍ନ ଥାଏ। ଏହାକୁ ସାକାର କରିବା ପାଇଁ କଠିନ ଅଧ୍ୟବସାୟ ଏବଂ ପରିଶ୍ରମ କରିବାକୁ ପଡ଼େ। ବିନା ପରିଶ୍ରମରେ ପ୍ରଶାସନିକ ଅଧିକାରୀ ହେବା ବଡ଼ କଷ୍ଟ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିନ ରାତି ବହି ପଢିଲେ ହେବ ନାହିଁ। ଏଥିପାଇଁ ଉପଯୁକ୍ତ ଶୈକ୍ଷିକ ପଦ୍ଧତି ଅବଲମ୍ଵନ କରିବାକୁ ପଡ଼େ। ତେବେ ୟୁପିଏସସି କ୍ରାକ୍ କରିବା ପାଇଁ ଜାଣନ୍ତୁ ଆଇଏଏସ୍ ଅଧିକାରୀ ଦିବ୍ୟା ମିତଲଙ୍କ ୫ଟି ଟିପ୍ସ ବିଷୟରେ…

୧- ପ୍ରତିଦିନ ୬ ଘଣ୍ଟା ଇଣ୍ଟରନେଟ୍ ଠାରୁ ଦୂରେଇ ରୁହନ୍ତୁ। ଏଥିପାଇଁ ବ୍ଲାକଆଉଟ୍ ଭଳି ଆପ୍ ବ୍ୟବହାର କରନ୍ତୁ। ଇଣ୍ଟରନେଟ୍‌ରେ ଖର୍ଚ୍ଚ କରୁଥିବା ସମୟକୁ ପାଠ ପଢାରେ ଉପଯୋଗ କରନ୍ତୁ।

୨-ପାଠ ପଢିବା ସମୟରେ ସ୍ମାର୍ଟଫୋନ୍ ସ୍ଵିଚ୍ ଅଫ୍ କରି ଦିଅନ୍ତୁ। ଆପଣ ଚାହିଁଲେ ଫୋନ୍‌କୁ ନିଜ ଠାରୁ ଦୂରରେ ରଖିପାରିବେ।

୩- ସକାଳୁ ଜଲଦି ଉଠିବା ପାଇଁ ଆଲାରାମ୍ ଦିଅନ୍ତୁ। ଯଦି ଅଳସୁଆମି ପାଇଁ ପୁଣି ଥରେ ଶୋଇ ଯାଉଛନ୍ତି ତେବେ ଟିକେ ଅଧିକ ସାଉଣ୍ଡ ଦେଇ ନିଜ ଠାରୁ ଦୂରରେ ଆଲାରାମ୍ ସେଟ୍ କରନ୍ତୁ।

୪-ପିଲାମାନେ ବିଭିନ୍ନ ମୋବାଇଲ୍ ଆପ୍‌ରେ ସମୟ ବରବାଦ କରନ୍ତି। ଏଥିପାଇଁ ପ୍ରତି ସପ୍ତାହରେ ଆପଣ କେତେ ସମୟ ମୋବାଇଲ୍‌ରେ ଦେଉଛନ୍ତି ତାହା ନୋଟ୍ କରନ୍ତୁ।

୫- ପଢିବା ମଝିରେ ୧୫ ମିନିଟ୍ ଲେଖାଏଁ ବିରତି ଦିଅନ୍ତୁ। ଏହା ଦ୍ଵାରା ଆପଣ ପାଠ ବୁଝି ପାରିବେ ଏବଂ ମନେ ରଖି ପାରିବେ।

Leave a Reply

Your email address will not be published. Required fields are marked *