କର୍ମଜୀବୀ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ରୋଷେଇ, ଜାଣନ୍ତୁ କିଛି ଘରୋଇ ଟିପ୍ସ…

ଭୁବନେଶ୍ଵର, ୧୫/୯ : ଆଜିକାଲି ପ୍ରାୟ ମହିଳା କର୍ମଜୀବୀ ଅବା ରୋଜଗାରକ୍ଷମ । ଘର କାମକୁ ସାରି ସେମାନେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖୁଛନ୍ତି । ତେଣୁ ରୋଷେଇ କାମକୁ କେତେ ସହଜରେ ଓ କମ୍‌ ସମୟରେ ସାରି ହେବ ତା’ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଉପାୟ, ଯଦ୍ୱାରା ରୋଷେଇ ଖୁବ୍‌ କମ୍‌ ସମୟରେ ହୋଇପାରିବ । ଖାଦ୍ୟ ପ୍ରସ୍ତୁତି ସମୟରେ ଏମିତି ଅନେକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ ପଡିଥାଏ, ଯାହାକୁ ସମାଧାନ କରିବାର ବାଟ ଆମକୁ ଜଣା ନଥାଏ । ତଥାପି ସମାଧାନ କରିବାକୁ ପଡିଥାଏ । ଚାଲନ୍ତୁ ଜାଣିବା କେମିତି ଖାଦ୍ୟକୁ କରିବା ଆହୁରି ସ୍ୱାଦିଷ୍ଟ ।

-ଯଦି ଆଳୁ ପରଟା କରୁଥାନ୍ତି, ତେବେ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ମସଲା ତିଆରି କରିବା ସମୟରେ ଏଥିରେ କସ୍ତୁରୀ ମେଥି ଗୁଣ୍ଡ କରି ପକାଇ ଦିଅନ୍ତୁ । ପରଟା ଆହୁରି ସ୍ୱାଦିଷ୍ଟ ଲାଗିବ ।

-ଭେଣ୍ଡି ଭାଜିବା ସମୟରେ ଏହା ପ୍ରାୟତଃ ଅଧିକ ସିଝି ଯାଇଥାଏ । ଏପରି ନ ହେବା ପାଇଁ ଭେଣ୍ଡି ଭାଜିବାର ୨/୩ ଘଣ୍ଟା ପୂର୍ବରୁ ଏହାକୁ କାଟି ଧୋଇ ନିଅନ୍ତୁ । ନଚେତ୍‌ ଭେଣ୍ଡି ଭାଜିବା ସମରେ ଏଥିରେ ସାମାନ୍ୟ ଲେମ୍ବୁ ରସ ପକାଇ ଦିଅନ୍ତୁ ।

-ପନୀର୍‌କୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ଅଧିକ ଟାଣ ହୋଇଯାଇଥାଏ । ଏହାକୁ ନରମ ରଖିବା ପାଇଁ ୧୦ ମିନିଟ୍‌ ପାଇଁ ହାଲ୍‌କା ଉଷୁମ ପାଣିରେ ସାମାନ୍ୟ ଲୁଣ ପକାଇ ପନୀର୍‌କୁ ରଖି ଦିଅନ୍ତୁ । ଫଳରେ ପନୀର୍‌ ନରମ ହୋଇଯିବ ।

-କଞ୍ଚା ଲଙ୍କାକୁ ଅଧିକ ଦିନ ସତେଜ ରଖିବା ପାଇଁ ଏହାର ଡେମ୍ଫ ବାହାର କରି ଦିଅନ୍ତୁ । ତା’ ପରେ ଏହାକୁ ଏୟାର ଟାଇଟ୍‌ ଡବାରେ ରଖି ଫ୍ରିଜ୍‌ରେ ଥୋଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *