ଅତ୍ୟଧିକ ଚାପ ବନ୍ଧ୍ୟାକରଣର କାରଣ, ଜାଣନ୍ତୁ କିଭଳି କରିବେ ନିୟନ୍ତ୍ରଣ…

ଭୁବନେଶ୍ଵର, ୧୬।୮ : ମଣିଷର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ହୃଦଘାତର କାରଣ ହେବା ସହ ରକ୍ତଚାପ ବଢାଇଥାଏ । ଚାପ ବଢିଲେ ଶରୀର ଥଣ୍ଡା ପଡିବା ସହ ନିଶ୍ୱାସ ନେବାରେ ଅସୁବିଧା ହୁଏ। ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି ଯେ ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି ମାସରେ ଗର୍ଭବତୀ ହେବାର ସମ୍ଭାବନା ୨୯ ପ୍ରତିଶତ କମ୍‌ ହୋଇଥାଏ ।

ଆଇଭିଏଫ୍‌ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବନ୍ଧ୍ୟାଦୋଷ ଥିବା ଅନେକ ମହିଳା କର୍କଟ କିମ୍ବା ହୃଦ୍‌ଘାତରେ ପୀଡିତ ରୋଗୀଙ୍କ ପରି ଚାପରେ ରହିଥାନ୍ତି । ଯେତେବେଳେ ଦମ୍ପତ୍ତିଙ୍କୁ ବନ୍ଧ୍ୟା ବୋଲି କୁହାଯାଏ, ସେତେବେଳେ ସେମାନେ ନିଜକୁ ଅସହାୟ ମନେ କରିଥାନ୍ତି । ଏପରିକି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବୈବାହିକ ବିଶୃଙ୍ଖଳା, ଚାକିରି, ବ୍ୟବସାୟିକ ଚାପ, ବ୍ୟକ୍ତିଗତ ଆଘାତ ଓ ବିଳମ୍ବିତ ବିବାହ ବନ୍ଧ୍ୟା ହେବାର କାରଣ ହୋଇପାରେ । ତେଣୁ ବିଶେଷକରି ଚାକିରି କରୁଥିବା ମହିଳାମାନେ ଚାପକୁ କମାଇବା ପାଇଁ ନିମ୍ନ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି ।

-ସଠିକ୍ ନିଦ୍ରା ନେବା ଖୁବ୍‌ ଜରୁରି । ତେଣୁ କର୍ମଜିବୀ ମହିଳାମାନେ ଦିନକୁ ଅତି କମ୍‌ରେ ୬/୭ ଘଣ୍ଟା ନିଶ୍ଚୟ ଶୋଇବା ଆବଶ୍ୟକ । ଶୋଇବା ପୂର୍ବରୁ ଜୀବନସାଥୀ ସହ ଥିବା ବେଳେ ଇମେଲ୍‌ କିମ୍ବା ବ୍ୟାବସାୟିକ କଲ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏସବୁଠାରୁ ଦୂରେଇ ନରହିଲେ ଆପଣ ଜୀବନସାଥୀ ସହ ଶାନ୍ତିରେ ସମୟ ବିତାଇ ପାରିବେ ନାହିଁ ।

-ବୈବାହିକ ଜୀବନରେ ଯୌନ ସମ୍ପର୍କ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜୀବନସାଥୀ ସହ ସୁସ୍ଥ ଜୀବନଯାପନ ଦ୍ୱାରା ହିଁ ସମ୍ପର୍କରେ ନିବିଡତା ଆସିଥାଏ ।

-ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରହନ୍ତୁ । ଏହା ଗର୍ଭଧାରଣରେ ସମସ୍ୟା ଆଣିପାରେ ।

-ଲାପଟପ୍‌, କମ୍ପ୍ୟୁଟର ଓ ମୋବାଇଲ୍‌ର ବ୍ୟବହାର କମାନ୍ତୁ । ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ର ବ୍ୟବହାର ସୀମିତ କରନ୍ତୁ । ବିଶେଷକରି ରାତିରେ ସେଥିରୁ ନିର୍ଗତ ବିକିରଣ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

Leave a Reply

Your email address will not be published. Required fields are marked *