ଆଜି କାଲି ବାରମ୍ବାର ଗୋଟିଏ କାହାଣୀ ପଢ଼ି ପଢ଼ି ସମସ୍ତେ ବିରକ୍ତ ହୋଇଗଲେଣି- ବୋହୂ ଶାଶୂଶ୍ବଶୂରଙ୍କୁ ଏମିତି କଲା ସେମିତି କଲା , ଘରୁ ବାହାର କରିଦେଲା, ମାଡ଼ ମାରିଲା, ଇତ୍ୟାଦି ଇଦ୍ୟାଦି … କିନ୍ତୁ ଏହି କାହାଣୀ ଆମେ ଏଇଥିପାଇଁ ଲେଖିଛୁ ଯେ ଏହାକୁ ପଢ଼ିବା ପରେ ନିଶ୍ଚୟ ଅନ୍ୟମାନେ ପ୍ରେରଣା ପାଇବେ। ଏ କାହାଣୀ ହେଉଛି ଉତ୍ତରପ୍ରଦେଶର ଝାନସିର ଏକତା ଗୁପ୍ତାଙ୍କର । ଏକତା ଗୁପ୍ତା ଯ଼େତେବେଳେ ନିଜ କାହାଣୀ ବର୍ଣ୍ଣନା କଲେ ଏବେ ସାରା ସୋସିଆଲ ମିଡିଆ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଯ଼ାଇଛି ।
କଥା ହେଲା ବହୁ ବର୍ଷ ତଳେ ଏକତା ଯ଼େତେବେଳେ ଛୋଟ ଥିଲେ ତାଙ୍କ ବାପା କ୍ୟାନସରରେ ପୀଡ଼ିତ ହେଲେ। ତାଙ୍କ ଆଖି ଆଗରେ ତାଙ୍କ ବାପା ଆଖି ବୁଜିଦେଲେ। ସେ ଚାହିଁଥିଲେ ବି କିଛି କରିପାରିଲେନି। ଏଥିପାଇଁ ସେ ସାରା ଦିନ କାନ୍ଦିଥିଲେ। ଏକା ହୋଇଯ଼ାଇଥିଲେ ଏକତା । ବର୍ଷ ବର୍ଷ ସେ କାନ୍ଦିଛନ୍ତି, ବାପାଙ୍କୁ ଝୁରିଛନ୍ତି। ଏହାପରେ ତାଙ୍କର ବିବାହ ହୋଇଯ଼ାଇଥିଲା , କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କ ଶ୍ବଶୂରଙ୍କର ଲିଭର ସୋରିଓସିସ ବାହାରିଥିଲା। 2015 ମସିହାରେ ଅପରେସନ ହେଲା। ଅପରେସନର କିଛି ଦିନ ପରେ ପୁଣି ଟ୍ୟୁମର ବାହାରିଲା। ଶେଷରେ ଡାକ୍ତରମାନେ ନିଷ୍ପତ୍ତି ନେଲେ ଯେ ଲିଭର ଟ୍ରାନସପ୍ଲାଣ୍ଟ କରାଯ଼ିବ ।
ପ୍ରତିରୋପଣ କରାଯ଼ିବ କିନ୍ତୁ ଯ଼କୃତ ଦେବ କିଏ? ଘରେ ଜଣଙ୍କ ପରେ ଜଣଙ୍କ ଠାରେ ଅଲଗା ଅଲଗା ବିମାରି, ସମସ୍ତଙ୍କର ପରୀକ୍ଷା ବି କରାଗଲା। ସେତେବେଳେ ଆଗକୁ ଆସିଲେ ବୋହୂ ଏକତା । ସମସ୍ତେ ମନା କଲେ ।’ ନାଇଁ ନାଇଁ ତୁ ଏମିତ କରନା, ଛୋଟ ପିଲାଟି ଅଛି , ପୂରା ଜୀବନ ଆଗକୁ ଅଛି । କ୍ଷୀଣ ଶରୀର ହୋଇଯ଼ିବ, କେମିତି ବଞ୍ଚିବୁ” ଏମିତି ପ୍ରଶ୍ନ କଲେ। ହେଲେ ଏକତା ତାଙ୍କ ବାପାଙ୍କୁ ମନେ ପକାଇଲେ। ଯ଼େତେବେଳେ ସେ ବାହା ହୋଇ ଆସିଥିଲେ ତାଙ୍କୁ ବାପାର ସବୁ ସ୍ନେହ ତାଙ୍କ ଶ୍ବଶୂରଙ୍କଠାରୁ ମିଳିଛି । ସେ ଏମଏ ପଢ଼ିବାକୁ ପ୍ରେରଣା ପାଇଛନ୍ତି। ଯ଼େତେବେଳେ ସେ ଗର୍ଭବତୀ ହେଲେ ତାଙ୍କ ଶ୍ବଶୂର ତାଙ୍କର ସବୁ ଯ଼ତ୍ନ ନେଇଛନ୍ତି। ତାଙ୍କ ସନ୍ତାନର ଯ଼ତ୍ନ ନେଇଛନ୍ତି ତେଣୁ ପୁଣି ଥରେ ସେ ବାପାଙ୍କୁ ହରାଇବାକୁ ଚାହିଁଲେ ନାହିଁ ।
She became the donor for her father in law's Liver trandplant without thinking twice about it! She didn't want to lose her "Papa Ji"
What a heartwarming story! God bless you always Ekta Gupta!
Source: HumansofJhansi pic.twitter.com/WaTLjS3wf6
— Deepika Narayan Bhardwaj (@DeepikaBhardwaj) July 22, 2021
ଡାକ୍ତରମାନେ ତାଙ୍କୁ ବାରମ୍ବାର ଭାବିବା ପାଇଁ କହିଲେ। ତାଙ୍କ ବାପଘର ଲୋକଙ୍କ ସହିତ ପରାମର୍ଶ ବି କରିଥିଲେ । ହେଲେ ଏକତା ତାଙ୍କ କଥା ସ୍ପଷ୍ଟ ଭାବେ ଜଣାଇଦେଇଥିଲେ । ଶେଷରେ ତାଙ୍କ ଲିଭରର 60 ପ୍ରତିଶତ କଟା ଯ଼ାଇ ତାଙ୍କ ଶ୍ବଶୂରଙ୍କ ଠାରେ ପ୍ରତିରୋପଣ କରାଗଲା । ଖାଲି ଯ଼କୃତ ବା ଲିଭର ନୁହେଁ ତାଙ୍କ ଶରୀରରୁ ଗଲ୍ ବ୍ଲାଡର ମଧ୍ୟ କଢ଼ାଗଲା। ତେବେ ଏକତା ଲେଖିଛନ୍ତି ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । କାରଣ ତାଙ୍କ ସହିତ ତାଙ୍କ ବାପାଙ୍କର ଆଶୀର୍ବାଦ ଅଛି।
ଏହି କାହାଣୀଟି ବାସ୍ତବରେ ଯ଼ଦି ଆପଣଙ୍କୁ ଭଲ ଲାଗିଲା ଆପଣ ଏହାକୁ ସେୟାର କରନ୍ତୁ। ଆପଣଙ୍କ ପାଖରେ ଯ଼ଦି କିଛି ପ୍ରେରଣା ଦାୟାୀ କାହାଣୀ ଅଛି ତେବେ ତଳେ ଆମ ଇମେଲ ଆଇଡିରେ ମେଲ କରନ୍ତୁ ଆମେ ନିଶ୍ଚୟ ପବ୍ଲିସ କରିବୁ।