କେଶ ଝଡ଼ୁଛି କି ? ମୁଣ୍ଡରେ ଲଗାନ୍ତୁ ଏହି ତେଲ… ଘନ କଳା ହେବ ଆପଣଙ୍କ କେଶ

ନୂଆଦିଲ୍ଲୀ, 06/08 : କେଶ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ଘରେ ଅଛି କେଶ ସମସ୍ୟାର ସମାଧାନ। କେଶ ଝଡ଼ିବାରୁ ମୁକ୍ତି ପାଇଁ ବ୍ୟବହାର କରନ୍ତୁ ଅଲିଭ୍ ଅଏଲ୍। ଏହା ଆଣ୍ଟି ଅକ୍ସିଡାଣ୍ଟ ଏବଂ ନ୍ୟୁଟ୍ରିଆଣ୍ଟସ୍ ରେ ଭରପୁର ହୋଇଥାଏ। ଏହା କେବଳ କେଶ ନୁହେଁ ଆପଣଙ୍କ ତ୍ଵଚାରେ ମଧ୍ୟ ଚମକ ଆଣିଥାଏ। ଏଥିପାଇଁ ଏହାର ବ୍ୟବହାର ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ତିଆରିରେ କରାଯାଇଥାଏ। ବିଶେଷକରି କେଶ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥାଏ।

ଅଲିଭ୍ ଅଏଲ୍ ର ଉପକାରିତା- କେଶ ଝଡ଼ିବା ଏବଂ ରୁପିର କାରଣ ହେଉଛି ଶୁଷ୍କତା। ଅଲିଭ୍ ଅଏଲ୍ ରେ ସ୍କ୍ରାଇଲେଜ୍ ଥାଏ। ଏହାଦ୍ଵାରା ଶୁଷ୍କତା ରୁହେ ନାହିଁ। ଅଲିଭ୍ ଅଏଲ୍ କେଶକୁ ସପ୍ଟ ଏବଂ ସିଲ୍କି କରିଥାଏ। ଏହା ମୂଳ ପର୍ଯ୍ୟନ୍ତ ଯାଇ କେଶକୁ ପୋଷଣ ଦେଇଥାଏ। ଏହାଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯାଏ। ଅଲିଭ୍ ଅଏଲ୍ ଦୋମୁହାଁ କେଶକୁ ଠିକ୍ କରିଦିଏ। କେଶକୁ ଆହୁରି ସୁନ୍ଦର କରେ।

ଏଗ୍ ମାସ୍କ- ଅଲିଭ୍ ଅଏଲ୍ କୁ ଅଣ୍ଡାର ହଳଦିଆ ଅଂଶ ସହ ମିଶି ହେୟାର୍ ମାସ୍କ ବନାନ୍ତୁ। ଏହାକୁ ଅଧଘଣ୍ଟା ଯାଏଁ ମୁଣ୍ଡରେ ଲଗାଇ ରଖନ୍ତୁ। ଏହାପରେ ଏହାକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ଥରେ କିମ୍ଵା ଦୁଇ ଥର ଲଗାନ୍ତୁ।

ଲେମ୍ବୁ ସହ ଅଲିଭ୍ ଅଏଲ୍ ଲଗାନ୍ତୁ- ଅଲିଭ୍ ଅଏଲ୍ ରେ ଲେମ୍ବୁ ରସ ମିଶାଇ ଲଗାନ୍ତୁ। ଏଥିରେ ଥିବା ସାଇଟ୍ରିକ୍ ଏସିଡ୍ ରୁପି ସମସ୍ୟା ଦୂର କରେ। ଏହା କେଶକୁ ଆହୁରି ଚମକଦାର କରିଥାଏ।

ହଳଦୀ ଏବଂ ଅଲିଭ୍ ଅଏଲ୍- ହଳଦୀ ସହ ଅଲିଭ୍ ଅଏଲ୍ ମିଶାଇ ଲଗାନ୍ତୁ। ଏହା କେଶକୁ ମଜବୁତ କରେ। ଏହା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ଭରପୁର ହୋଇଥାଏ। ଏହା ରୁପି ସମସ୍ୟା ଦୂର କରେ।

Leave a Reply

Your email address will not be published. Required fields are marked *