ଖାଇବା ପରେ ଶୋଇଯାଉଛନ୍ତି କି ? ସାବଧାନ ! ଶରୀରରେ ହେବ ମେଦବୃଦ୍ଧି

ଭୁବନେଶ୍ଵର, ୦୯/୦୮: ଖାଇବା ପରେ ଶୋଇଯାଉଛନ୍ତି କି ସାବଧାନ! ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ହେବ ମେଦବୃଦ୍ଧି। ଖାଇବା ପରେ ଶୋଇବା ଦ୍ଵାରା ପାଚନ ପ୍ରକ୍ରିୟା ଉପରେ ପଡ଼େ ଏହାର ସିଧାସଳଖ ପ୍ରଭାବ। ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍ ଚାଲନ୍ତୁ। ଏହାଦ୍ଵାରା ଟାଇପ୍‌-୨ ମଧୁମେହ ଆଶଙ୍କା ହ୍ରାସ ହେବ। ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ସ୍ପୋର୍ଟସ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଏହା ଜଣାପଡ଼ିଛି।

ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ଖାଇବା ପରେ ଅତିକମ୍‌ରେ ୧୫ ମିନିଟ୍‌ ଚାଲିବା ଉଚିତ୍‌ । ହେଲେ ଅଧ୍ୟୟନ ଅନୁସାରେ, ୧୫ ମିନିଟ୍‌ ଚାଲିବା ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଭଳି ରୋଗ ପାଇଁ ଲାଭକର ହୋଇପାରେ । ଖାଇବା ପରେ ସଙ୍ଗେସଙ୍ଗେ ଶୋଉଥିବା ବ୍ୟକ୍ତିଙ୍କ ଶର୍କରା ସ୍ତର ହଠାତ୍‌ ବଢ଼ିଯାଇଥଏ। ଚାଲିବା ଦ୍ଵାରା ତାହା ଧୀରେ ଧୀରେ ହ୍ରାସ ପାଇଥାଏ। ତେଣୁ ଖାଇବାର ୬୦ରୁ ୯୦ ମିନିଟ୍‌ ମଧ୍ୟରେ ଟିକିଏ ଚାଲିବା ଉଚିତ୍‌ ।

ଅଧ୍ୟୟନରେ ସାମିଲ ହ୍ୟୁଷ୍ଟନ୍‌ ମେଥୋଡିଷ୍ଟ ହସ୍‌ପିଟାଲର ହୃଦ୍‌ ବିଶେଷଜ୍ଞ ଡାକ୍ତର କେରଶ ପଟେଲ କହିଛନ୍ତି ଯେ, ପ୍ରତ୍ୟେକ ଛୋଟ ଛୋଟ ପ୍ରୟାସରେ ଲାଭ ରହିଛି । ସମୟ ନ ଥିଲେ, କେବଳ ଠିଆ ହୋଇ ମଧ୍ୟ ରକ୍ତ ଶର୍କରା ହ୍ରାସ କରାଯାଇପାରେ । କିନ୍ତୁ ଏହାର ପ୍ରଭାବ ଚାଲିବା ତୁଳନାରେ ବହୁତ କମ୍‌ । ଅଫିସ୍‌ରେ ମଧ୍ୟାହ୍ନ ଭୋଜନ ପରେ ଟିକିଏ ଚାଲିବା ମଧ୍ୟ ହିତକର ହୋଇପାରେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *