Watch- ଦେଖନ୍ତୁ କେମିତି ମହିଳାଙ୍କ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ, କିନ୍ତୁ…

ତାମିଲନାଡୁ ସାଲେମର ଏକ ଘଟଣାର ଛାତିଥରା ଭିଜୁଆଲ ଏବେ ନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।  ଭିଜୁଆଲଟି ଏତେ ରୋମାଞ୍ଚକର ଯେ ଆପଣ କିଛି ସମୟ ପାଇଁ ହତବାକ ହୋଇଯିବେ।  ତେବେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲ ଡେଇଁ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଆମେ ଆପଣଙ୍କ ନିକଟକୁ ଆଣିଛୁ।  ଭିଜୁଆଲଟିକୁ ଦେଖିବା ପୂର୍ବରୁ ଏହା ସଂପର୍କରେ ଆମେ ସମ୍ୟକ ସୂଚନା ଦେଇଦେଉଛୁ।  ତାମିଲନାଡୁର ସାଲେମ ଅଞ୍ଚଳର, ଆଣାଇବାରି ପ୍ରପାତରେ ପାଣି ସ୍ରୋତ ହଠାତ ବଢ଼ିବାରେ ଲାଗିଥିଲା।  ପାଣି ସ୍ରୋତ ନିକଟକୁ କୌଣସି କାରଣରୁ ଯାଇଥିଲେ ଜଣେ ମହିଳା।  ହଳଦିଆ ଡ୍ରେସ ପିନ୍ଧିଥିବା ଏହି ମହିଳା ପାଣିର ସ୍ରୋତ ନିକଟରେ ଫସି ଯାଇଥିଲେ। ହାତରେ ଥିଲା ତାଙ୍କର ଏକ ଶିଶୁ। ନା ସେ ତୀଖା ପଥର ଚଢ଼ି ଆସି ପାରୁଥିଲେ ନା ପାଣିର ସ୍ରୋତକୁ ଡେଇଁ ଯାଇପାରୁଥିଲେ। ପାଣି ସ୍ରୋତ ବଢିବାରେ ଲାଗୁଥିଲେ।

ମହିଳା ଜଣଙ୍କ ଏଭଳି ଅବସ୍ଥାରେ ଥିବା କିଛି ଲୋକ ଦେଖିଥିଲେ। ତୁରନ୍ତ  ସ୍ଥାନୀୟ କିଛି ଯୁବକ ଅଣ୍ଟାରେ ଗାମୁଛା ଭିଡିଥିଲେ। ତୀଖା ଓ ଖସଡ଼ା ପାହାଡ଼ରେ ନିଜକୁ ସମ୍ଭାଳି ମହିଳାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ହେଲେ ସେଠାରେ ପହଞ୍ଚିବା ଏତେ ସହଜ ନଥିଲା। ଆଉ କିଛି ଯୁବକ ଉପର ପଟୁ ପ୍ରପାତର ତଳକୁ ଖସିବା ଲାଗି ଚେଷ୍ଟା କରିଥିଲେ। ଗାମୁଛାକୁ ଗଣ୍ଠି କରି ବାନ୍ଧି ଥିଲେ ଏମାନେ । ଏତିକିବେଳେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚିଯାଇଥିଲେ। ହେଲେ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ଏତେ ସହଜ କଥା ନଥିଲା। ପାଖରେ ଦୁଇ ଯୁବକଙ୍କୁ ଦେଖି ମହିଳାଙ୍କ ସାହସ ବଢ଼ିଥିଲା । ଅତି ସାବଧାନାତାର ସହିତ ସେ ନିଜ ସନ୍ତାନକୁ ବଢାଇଥିଲେ। ଯୁବକମାନେ ଶିଶୁଟିକୁ ଉଦ୍ଧାର କରି ନେଇ ଆସିଥିଲେ। ଏହାପରେ ଜଣେ ଯୁବକ ରସି ଭଳି ଝୁଲିଥିବା ଗାମୁଛାରେ ଓହଳି ମହିଳାଙ୍କୁ ଟାଣିଥିଲେ। ମହିଳା ମଧ୍ୟ ନିଜ ଆଡୁ ଚେଷ୍ଟା କରି ପ୍ରଥମ ପଥର ଉପରକୁ ଚାଲି ଆସିଥିଲେ। ହେଲେ ଆହୁରି ଉପରକୁ ଯିବା ଏତେ ସହଜ ନଥିଲା। ଏଥିପାଇଁ ଯୁବକମାନେ ଚେଷ୍ଟା କରିଥିଲେ ତାଙ୍କୁ ସାହାଯ୍ୟ କରିବା ପାଇଁ। ଏବେ ଅନୁରୋଧ କରିବୁ 2 ମିନିଟ 15 ସେକେଣ୍ଡର ଏହି ଭିଜୁଆଲଟିକୁ ଦେଖନ୍ତୁ।

ଆପଣ ଭିଜୁଆଲଟି ଦେଖିସାରିଛନ୍ତି। ମହିଳା ଜଣଙ୍କ ଉଦ୍ଧାର ହୋଇ ସାରିଥିବାର ମଧ୍ୟ ଦେଖିଥିବେ କିନ୍ତୁ ଏହାର ବାସ୍ତବ ରୋମାଞ୍ଚକୁ ଦେଖିଛନ୍ତି କି ନାହିଁ ଜାଣିବାକୁ ଚାହିଁବୁ। ଠିକ୍ 1 ମିନିଟ 50 ସେକେଣ୍ଡ ବେଳକୁ ଦେଖନ୍ତୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ଯୁବକ ଖସି ପଡୁଛନ୍ତି ସେମାନେ ଭାସି ଯାଉଛନ୍ତି। ଏମାନଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ ମୁଣ୍ଡରେ ହାତ ଦେଉଛନ୍ତି। କିନ୍ତୁ ଯୁବକ ଦୁଇଜଣ ପ୍ରଖର ପାଣିସ୍ରୋତରେ ଦୂରକୁ ଦୂରକୁ ଭାସି ଯାଉଛନ୍ତି । ଯଦି ନଜର କରିନାହାନ୍ତି ଶେଷ ଆଡ଼କୁ ଦେଖି ନିଅନ୍ତୁ

 

ଯୁବକ ଦୁଇଜଣଙ୍କର କଣ ହେଲା ନିଶ୍ଚୟ ଜାଣିବାକୁ ଚାହୁଁଥିବେ। ଭଗବାନଙ୍କ ଆଶୀର୍ବାଦରୁ। ସମସ୍ତେ ଉଦ୍ଧାର ପାଇଛନ୍ତି। ଏବଂ ସୁସ୍ଥ ଅଛନ୍ତି। ଯଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ସେୟାର କରିବାକୁ ଅନୁରୋଧ କରିବୁ।

 

Leave a Reply

Your email address will not be published. Required fields are marked *