ଆରୟାନ ଖାନ ଏପିସୋଡ କି ଶିକ୍ଷା ଦେଉଛି- ଜାଣିବା ଜରୁରୀ

ଆରୟାନ ଖାନଙ୍କୁ ଜାମିନ ମିଳିବା ପରେ ମନତ( ଶାହାରୁଖ ଖାନଙ୍କ ଘର) ଓ ଶାହାରୁଖ ଖାନଙ୍କ ପରିବାରକୁ ଖୁସି ଫେରିଛି। ତେବେ ଆରୟାନ ଖାନଙ୍କ ଏହି ଏପିସୋଡ ଅନେକ କିଛି ଶିକ୍ଷା ଦେଇଛି ଯାହାକି ସେଲିବ୍ରିଟି ସନ ହିସାବରେ ଆରୟାନ ଖାନ ନିଶ୍ଚୟ ମନେ ରଖିବେ । କେବଳ ଆରୟାନ ଖାନ କାହିଁକି ଅନ୍ୟମାନଙ୍କ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି ହୋଇଛି। ବିଶେଷ କରି ଏକ ସେଲିବ୍ରିଟି ପରିବାରର ଦାୟାଦ ହିସାବରେ ଆରୟାନଙ୍କୁ ଓ ଶାହାରୁଖ ଖାନଙ୍କୁ ଯେ ଏହା ବହୁତ କିଛି ଶିକ୍ଷା ଦେଇଛି। ଶାହାରୁଖଙ୍କୁ ବଡ଼ ବିଜ୍ଞାପନ ବାଏଜୁସରୁ ବିଦା ହେବାକୁ ପଡ଼ିଛି। ଜନତା ତାଙ୍କୁ ଭଲ ମନ୍ଦ କରି ଶୁଣେଇଛନ୍ତି ଯେଉଁ ଷ୍ଟାରଙ୍କ ଗୋଟିଏ ଝଲକ ଦେଖିବା ଲାଗି ଲୋକେ ପାଗଳ ପ୍ରାୟ ହୋଇଯାଆନ୍ତି ସେହି ଶାହାରୁଖଙ୍କୁ ସୋସିଆଲ ମିଡିଆରେ ଲୋକେ ସମାଲୋଚନା କରିବାକୁ ପଛାଇନାହାନ୍ତି। ଯେଉଁ ବ୍ୟକ୍ତି ନିଜ ସନ୍ତାନକୁ ଠିକ ଭାବେ ଲାଳନ ପାଳନ କରିପାରୁନାହିଁ ସେ କଣ ଅନ୍ୟକୁ ପାଠ ପଢ଼ିବା ଲାଗି ପରାମର୍ଶ ଦେବ -ଏମିତି କିଛି ଶୁଣାଇଥିଲେ ଲୋକେ। ଆଉ ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ବାଏ ଜୁସ ତାଙ୍କୁ ବାଏ ବାଏ କରିଦେଇଥିଲା। ଶାହାରୁଖ ତାଙ୍କ ସନ୍ତାନଙ୍କୁ କେମିତି ଶୃଙ୍ଖଳା ଶିଖାଇଛନ୍ତି ତାହା ଶାହାରୁଖ ଜାଣିଥିବେ କିନ୍ତୁ ଏକ ଖରାପ ସମୟରେ ତାଙ୍କୁ ଶୁଣିବାକୁ ପଡ଼ିଥିଲା। ଆଉ ପୁଅ ଯେ ଏକ ରେଭ ପାର୍ଟିରୁ ଧରା ପଡିବା ତାଙ୍କ ପାଇଁ କିଛି କମ ବଦନାମି ଆଣିନି।

ଜଣେ ସାଧାରଣ ଲୋକର ଜୀବନ ଓ ସେଲିବ୍ରିଟିର ଜୀବନ ମଧ୍ୟରେ ଫରକ ହେଲା ସେଲିବ୍ରିଟିର ନିଜସ୍ବ ଜୀବନ ବୋଲି ଖୁବ କ୍ବଚିତ ଥାଏ। ଘରୁ ବାହାରକୁ ଡେଇଁଲେ ସେ ନିଜର ହୋଇ ରହିପାରିନଥାଏ। ତାକୁ ସଞ୍ଜତ ହେବାକୁ ପଡ଼ିଥାଏ । ସେ କିଛି ବି ଲୁଚିକି କରିପାରିବନି। ସେ ଯ଼ାହାବି କରିବ ତାହାର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡିବ ତେଣୁ ତାକୁ ସତର୍କ ହେବାକୁ ହିଁ ପଡ଼ିବ। ତାହା ହିଁ ଶାହାରୁଖଙ୍କ ପାଇଁ ଶିକ୍ଷା।

ଦ୍ବିତୀୟ ଶିକ୍ଷା ହେଉଛି ତୁମକୁ କେହିବି ପିଛା କରୁଥାଇପାରେ। ଏହା ଭୁଲିବା ଅନୁଚିତ। ତେଣୁ ମୋତେ କେହି ଦେଖୁନାହାନ୍ତି ମୁ ଗଳିକି ଲୁଚିକି କିଛି କରି ଦେବି ଏହା ଭାବିବା ଅନୁଚିତ। ଏନସିବିର ଅଧିକାରୀ ନଥାଇପାରନ୍ତି କିନ୍ତୁ ଡ୍ରଗସ ଦେଉଥିବା ଲୋକଟି ଯେ ଏନସିବିର ଲୋକ ହୋଇନଥିବ ସେ କଥା କିଏ କହିବ। ଯ଼ାହା ଆରୟାନଙ୍କ ସହିତ ହୋଇଥିବାର ଅନୁମାନ କରାଯାଉଛି। ତାଙ୍କ ପାଖେ ପାଖେ ରହିଥିବା କିଛି ଲୋକଙ୍କ ମଧ୍ୟରେ ଏନସିବିର ଲୋକ ଥିଲେ। ତେଣୁ ଯାହା ବେଆଇନ ତାକୁ ପ୍ରଶ୍ରୟ ଦେବା ଅନୁଚିତ.

 

ଏକ୍ସଟ୍ରାଅର୍ଡିନାରି ପର୍ସନଙ୍କୁ ସବୁବେଳେ ଏକ୍ସଟ୍ରାଅର୍ଡିନାରି ଟ୍ରିଟମେଣ୍ଟ ମିଳେ। ତାହା ଭଲ ହୋଇପାରେ। କିନ୍ତୁ ବେଳ ଖରାପ ଥିଲେଏକ୍ସଟ୍ରାଅର୍ଡିନାରି ଖରାପ ବି ହୋଇପାରେ। ତେଣୁ ସମୟ ସହିତ ନିଜକୁ ଖାପ ଖୁଆବା ଶିଖନ୍ତୁ। ସବୁବେଳେ ଅଏସି ଆରାମର ଜୀବନ ନଥାଏ। ଯ଼ଦି ରୁପା ଚାମୁଚରେ ଜୀବନ ଅଛି ହଠାତ କେତେବେଳେ ଜୀବନର ଗତିପଥ ବଦଳିଯାଇପାରେ। ଯ଼ାହା ଆରୟନଙ୍କ ପାଇଁ ହୋଇଥିଲା। ସେ ଜେଲ ଭିତରେ ଥାଇ ହଲପ ଖାଇଥିଲେ ଯେ ସେ ଭଲ ପିଲା ହେବେ. ସମାଜର ମଙ୍ଗଳ ପାଇଁ କାମ କରିବେ ଆଉ ଡ୍ରଗସ ଆଡକୁ ଆଡ଼ ଆଖିରେ ଚାହିଁବେ ନାହି।

ତୁମେ ଯେତେ କ୍ଷମତାଶାଳୀ ହେଲେ ବି ସରକାରୀ ନିୟମ ଆଗରେ ସମସ୍ତେ ସମାନ ହୋଇଥାନ୍ତି। ଜଣେ ଲକ୍ଷ ଲକ୍ଷ ଟଙ୍କା ଦେଇ ଓକିଲ ଠିଆ କରିଦେଇପାରେ କିନ୍ତୁ ବେଲ ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ହିଁ ମିଳିଥାଏ। ଶାହାରୁଖ ଖୁବ ଦାମି କାର ଚଢୁଥାଇପାନ୍ତି। ଖୁବ ଚାକଚକ୍ୟ ଜୀବନ ବିତାଉଥାଇପାରନ୍ତି କିନ୍ତୁ ଏନସିବିର ଅଧିକାରୀଙ୍କ ପାଖରେ ତାଙ୍କୁ ସହଯ଼ୋଗ କରିବାକୁ ପଡ଼ିଥିଲା। ଜେଲର ନିୟମ ଅନୁସାରେ ପୁଅ ସହିତ କଥା ହେବା ଲାଗି 15 ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। 

Leave a Reply

Your email address will not be published. Required fields are marked *