ଏବେ ଦୋଷ କାହାକୁ ଦିଆଯ଼ିବ ଓ ସମାଧାନ କଣ ?

ଏବେ ରାଜଧାନୀ ଉଠୁଛି ପଡୁଛି । ହାଟବଜାର ଟିଭି ସୋସିଆଲ ମିଡିଆ ଯ଼ୋଉଠି ଦେଖିବ ଏବେ ସେହି ଚର୍ଚ୍ଚା। ବାହପର ଦିନ ବରକୁ ଛାଡ଼ ପଳେଇଲେ ଜଣେ ଯ଼ୁବତୀ।  ଖାଲି ଛାଡ଼ିକି ଯ଼ାଇନାହାନ୍ତି ମାଡ଼ ମାରିକି ଯ଼ାଇଛନ୍ତି, ଟଙ୍କା ସୁନା ନେଇ ପଳେଇଛନ୍ତି।  ଏବେ ବାଧ୍ୟ ହୋଇ ବର ଭୁବନେଶ୍ବର ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। କଥା ଅଧିକ ଲେଖିବାର ନାହିଁ। କାରଣ ଏବିଷୟରେ ଆପଣ ଅଳ୍ପ ବହୁତେ ଜାଣି ସାରିବେଣି। କିନ୍ତୁ ଏଠାରେ କଥା ଆପଣଙ୍କ ସହିତ ହେବାର ଅଛି ଯେ ଏଠି କାହାକୁ ଦୋଷ ଦିଆଯ଼ିବ।  କାରଣ ଉଭୟ ପକ୍ଷ କଣ କହୁଛନ୍ତି ତାହା ପ୍ରଥମେ ବିଚାରକୁ ନିଆଯ଼ାଉ। ବର ବଳରାମ କହୁଛନ୍ତି ତାଙ୍କର ବିବାହ ରାତିରେ ତାଙ୍କ ପତ୍ନୀ ଆଉ କାହା ସହିତ … ଭିଡିଓ ଚାଟ କରୁଥିଲେ। ଏହାର  ଠିକ ପରଦିନ ତାଙ୍କ ପତ୍ନୀ ମନ୍ଦିର ଯ଼ିବା ଲାଗି କହିଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ କିଛି ଲୋକ ଆସିଲେ ତାଙ୍କୁ ମାଡ଼ ମାରିଲେ ଏବଂ ସଂପୃକ୍ତ ଯ଼ୁବତୀ ଚାଲିଗଲେ। ଏହି କଥା ଦିନେ ଦି ଦିନ ହୁଲୁସ୍ତୁଲ ହେବା ପରେ ସଂପୃକ୍ତ ଯ଼ୁବତୀଙ୍କର କଥା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ସେ ମାଡ଼ ମାରିନାହାନ୍ତି ବରଂ ତାଙ୍କ ବର ତାଙ୍କୁ ଯ଼ୌତୁକ ପାଇଁ ନିର୍ଯାତନା ଦେଲେ ଘର ଲୋକ ମଧ୍ୟ ନିର୍ଯାତନା ଦେଲେ ତେଣୁ ବାଧ୍ୟ ହେଲେ ସେ ଛାଡ଼ି ଚାଲି ଆସିବା ଲାଗି।

ପ୍ରଶ୍ନ ଉଠୁଛି ମାତ୍ର କିଛି ଘଣ୍ଟାରେ ସେ କେମିତି ନିର୍ଯ଼ାତନା ନେଇ ଏତେ ବଡ଼ କନକ୍ଲୁଜନ ନେଇଗଲେ । ଦ୍ବିତୀୟ ପ୍ରଶ୍ନ ବର ବଳରାମଙ୍କୁ ନେଇ ତାଙ୍କର ଆଉ କିଛି ସନ୍ଦେହ ଥିଲା କି ଯ଼ାହା ସେ ଜାଣିବା ପରେ ଛାଡ଼ି ଚାଲିଯ଼ିବା ଲାଗି ନିଷ୍ପତ୍ତି ନେଲେ। ତୃତୀୟ କଥା ହେଉଛି ଏହି ବାହାଘର ପଛରେ ଆଉ କିଛି ଷଡ଼ଯ଼ନ୍ତ୍ର ରହିଛି କି ? ଯ଼େମିତି କି ଏଥିରେ ଯ଼ୁବତୀଙ୍କ ଭିଣୋଇଙ୍କ କଥା ନେଇ ଚର୍ଚ୍ଚା ହେଉଛି। ଏହି ଷଡ଼ଯ଼ନ୍ତ୍ରର ବଳରାମ ଶିକାର ହୋଇଛନ୍ତି କି ?  ଯ଼ୁବତୀ କହୁଛନ୍ତି ସେ ବଏଫ୍ରେଣ୍ଡଙ୍କ ସହିତ ଯ଼ାଇନାହାନ୍ତି ବରଂ ପରିବାର ଲୋକଙ୍କ ସହିତ ଯ଼ାଇଛନ୍ତି। ଏବଂ ସେ ଜୀବନ ନଷ୍ଟ କରିବାକୁ ଚାହାନ୍ତି ନାହିଁ ତେଣୁ ଏଭଳି ନିଷ୍ପତ୍ତି ନେଲେ। ପୂର୍ବରୁ ସେ ବଳରାମଙ୍କୁ ଦେଖିନଥିଲେ ତେଣୁ ଏହି ନିଷ୍ପତ୍ତି ନେଲେ। ହେଲେ ଯୁବତୀ ଯ଼େତେବେଳେ ବାହାଘର ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ଏହାକୁ କଳାପଟାର ଅଙ୍କ ବୋଲି କାହିଁକି ଭାବିନେଇଥିଲେ। ଏବେ ଏହି ଘଟଣା ଲମ୍ବି ଲମ୍ବି ଯ଼ାଉଛି। ତେବେ ଯ଼େହେତୁ ମାମଲା ଥାନାକୁ ଯ଼ାଇଛି ତେଣୁ ପୋଲିସ ହିଁ ଏଥିରେ ପୂର୍ଣ୍ଣଛେଦ ଟାଣିବ

Leave a Reply

Your email address will not be published. Required fields are marked *