ପୁରୀରେ କୋଭିଡ ହସ୍ପିଟାଲ କଲା ସମ୍

ଏବେ ପୁରୀବାସୀଙ୍କୁ କରୋନା ଚିକିତ୍ସାରେ ମିଳିବ ଉନ୍ନତମାନର ସ୍ଵାସ୍ଥ୍ୟ ସେବା। ପୁରୀ ବାଲିଗୁଆଳିରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସି ଜରିଆରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ତତ୍ତ୍ବାବଧାନରେ ଚାଲିବ ଏହି କୋଭିଡ୍ ହସ୍ପିଟାଲ। ୨୦ଟି ଆଇସିୟୁ, ୪୦ଟି ଏଚଡିୟୁ ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି।

ହସ୍ପିଟାଲର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଶା କରୁଛି ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ହସ୍ପିଟାଲ୍ ବେଶ ସହାୟକ ହେବ। ଏପରିକି ଏବେ ଆଉ ଜିଲ୍ଲାର ରୋଗୀଙ୍କୁ କଟକ କି ଭୁବନେଶ୍ଵର ଆସିବାକୁ ପଡିବ ନାହିଁ।

Leave a Reply

Your email address will not be published. Required fields are marked *