କାହିଁକି ଭୁବନେଶ୍ବରକୁ ଭୁଲିପାରିବନି ଆର୍ଜେଣ୍ଟିନା-ଜାଣନ୍ତୁ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ବକପ ହକି ଶେଷ ହୋଇଛି । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା ।  ଫାଇନାଲ ମ୍ୟାଚ ଖୁବ ରୋମାଞ୍ଚକର ହୋଇଥିଲା। ଏମିତିକି ବେଳେ ବେଳେ ଲାଗୁଥିଲା ଜର୍ମାନୀ ଜିତିଯ଼ିବ ଆଉ ବେଳେ ବେଳେ ଲାଗୁଥିଲା ଆର୍ଜେଣ୍ଟିନା।  ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା ।

ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିଲା ଏହି ହକି ମହାକୁମ୍ଭ।  ଆଜି ଶେଷ ଦିନରେ ଦୁଇଟି ମ୍ୟାଚ ଥିଲା। ତୃତୀୟ ଚତୁର୍ଥ ସ୍ଥାନ ପାଇଁ ଫ୍ରାନସ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ଭାରତକୁ ହରାଇ ଫ୍ରାନ୍ସ ତୃତୀୟ ସ୍ଥାନ ହାସଲ କରିଥିଲା। ଗତଥରର ଚାମ୍ପିୟନ ଭାରତ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା।

 ସଂଧ୍ୟା 7ଟା 30ରେ ଖେଳାଯାଇଥିଲା ଫାଇନାଲ ମ୍ୟାଚ୍, ଯାହାକି ବେଶ ରେମାଞ୍ଚକର ହୋଇଥିଲା । ଖେଳର ପ୍ରଥମ କ୍ବାର୍ଟର୍ ଓ ଦ୍ବିତୀୟ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଜର୍ମାନୀ ଉପରେ ଚାପ ବଳବତ୍ତର କରିଥିଲା ଆର୍ଜେଣ୍ଟିନା । ଦ୍ବିତୀୟ ହାଫରେ ଜର୍ମାନୀ ଜବରଦସ୍ତ କମ୍ ବ୍ୟାକ୍ କରିଥିଲା । ଉଭୟ ତୃତୀୟ ଓ ଚତୁର୍ଥ କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ କରି ବରାବର ସ୍ଥିତିକୁ ଆସିଥିଲେ ଉଭୟ ।   ପରବର୍ତ୍ତୀ ସମୟରେ ଆର୍ଜେଣ୍ଟିନା ଆଉ ଏକ ଗୋଲ ସ୍କୋର କରି ୩-୨ରେ ମ୍ୟାଚକୁ ଲିଡ୍ କରିଥିଲା ।

ମ୍ୟାଚର ଶେଷ ଆଡକୁ ଆର୍ଜେଣ୍ଟିନା ପକ୍ଷରୁ ଫ୍ରାନକୋ ଆଉ ଏକ ଗୋଲ କରିଥିଲେ । ଆର୍ଜେଣ୍ଟିନ 402ରେ ମ୍ୟାଚ ଜିତିଯ଼ାଇଥିଲା  ।   ଜର୍ମାନୀ ତରଫରୁ ହେନରି ଜୁଲିଅସ ଓ ଫାନ୍ଦଟ ମେସି ଗୋଟିଏ ଲେଖାଏଁ ଗୋଲ ଦେଇଥିଲ । ଏହି ବିଜୟ ସହ ୧୬ ବର୍ଷର ବ୍ୟବଧାନ ପରେ ଆର୍ଜେଣ୍ଟିନା ବିଶ୍ବକପ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । ଆର୍ଜେଣ୍ଟିନା ପକ୍ଷରୁ ଲୋଟାରୋ ଡୋମେନ ହ୍ୟାଟ୍ରିକ୍ ଗୋଲ ଦେଇଥିଲେ ।

Leave a Reply

Your email address will not be published. Required fields are marked *