ସୁନା ଝିଅ ଦୀପିକା କୁମାରୀ – ସ୍ବାମୀଙ୍କ ସହ ଧନୁତୀର ଖେଳି, ମାରିଲେ ବାଜି

ସୁପରଷ୍ଟାର ଭାରତୀୟ ଆଥଲେଟ ଦୀପିକା କୁମାରୀ ହ୍ୟଟ୍ରିକ ଗୋଲ୍ଡ ଜିଣି ଭାରତକୁ ଗୌରବାନ୍ବିତ କରିଛନ୍ତି । ପ୍ୟାରିସରେ ଚାଲିଥିବା ବିଶ୍ବକପ ଆର୍ଚେରୀ (ଧନୁଚାଳନା) ଷ୍ଟେଜ 3 ବିଶ୍ବକପରେ ଦୀପିକା ତିନି ତିନି ଥର ସଫଳତା ଅର୍ଜନ କରିଛନ୍ତି। ପ୍ରଥମେ ମହିଳା ଏକକ ରିକର୍ଭ ଇଭେଣ୍ଟରେ ଦୀପିକା ସ୍ବର୍ଣ୍ଣ ଜିଣିଥିଲେ । ଏହାପରେ ମିକ୍ସଡ ଇଭେଣ୍ଟରେ ପତି ଅତନୁ ଦାସଙ୍କ ସହିତ ମିଶି ମଧ୍ୟ ସେ ସ୍ବର୍ଣ୍ଣ ଜିଣିଥିଲେ। ଉଭୟ ନେଦରଲ୍ୟାଣ୍ଡସର ଜେଫ ଭ୍ୟାନ ଡେନ ବର୍ଗ ଏବଂ ଗାବ୍ରିଏଲ ସ୍କ୍ଲୋସରଙ୍କୁ 5-3ରେ ହରାଇଥିଲେ। ଏହା ପରେ ଦୀପିକା ରୁଷର ଏଲିନା ଓସିପୋଭାଙ୍କୁ 6-0ରେ ହରାଇ ଦୀପିକା ତାଙ୍କର ତୃତୀୟ ସ୍ବର୍ଣ୍ଣ ଜିଣିଥିଲେ


ଲଗାତର ତିନିଟି ସ୍ବର୍ଣ୍ଣ ଜିଣିବା ପରେ ଦୀପିକାଙ୍କୁ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କ୍ରିଡ଼ାମନ୍ତ୍ରୀ କିରେଣ ରିଜିଜୁ ଟ୍ବିଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅତନୁ ଦାସ କହିଛନ୍ତି ଯେ ପ୍ରଥମ ଥର ପାଇଁ ଫାଇନାଲରେ ଆମେ ପତିପତ୍ନୀ ଏକାଠି ଖେଳିଥିଲୁ ଏବଂ ସଫଳତା ପାଇଥିଲୁ । ଏହା ଆମ ପାଇଁ ଅତି ଖୁସିର ବିଷୟ। ଖେଳରେ ଆମେ ପତିପତ୍ନୀ ନଥିଲୁ ବରଂ ପାର୍ଟନର ଥିଲୁ ଏବଂ ପରସ୍ପରକୁ କେମିତି ମୋଟିଭେଟ କରି ଗେମ୍ ଜିତିବାକୁ ପଡ଼ିବ ତା ଉପରେ ଫୋକସ କରିଥିଲୁ। ଜୁନ 30ରେ ବିବାହର ପ୍ରଥମ ବାର୍ଷିକୀ ଅତିକ୍ରମ କରିବାକୁ ଯାଉଥିବା ଏହି ରିୟଲ ଲାଇଫ କପଲ ଆଜି ପୂରା ଦେଶକୁ ଗୌରବାନ୍ବିତ କରିଛନ୍ତି।
ଏହା ପୂର୍ବରୁ ମହିଳା ରିକର୍ଭ ଇଭେଣ୍ଟରେ ଦୀପିକା ତାଙ୍କର ମହିଳା ସାଥୀ କୋମାଲିକା ବାରି ଏବଂ ଅଙ୍କିତା ଭକତଙ୍କ ସହିତ ସ୍ବର୍ଣ୍ଣ ପଦକ ଜିଣିଥିଲେ । ଏଥିସହିତ ଦୀପିକା ଟୋକିଓ ଅଲିମ୍ପିକ୍ସ ପାଇଁ ନିଜର ଟିକେଟ ପକ୍କା କରିଛନ୍ତି। ଏବଂ ବିଶ୍ବ ରାଙ୍କିଙ୍ଗରେ ସେ ନମ୍ବର 1 ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଦୀପିକାଙ୍କ ଏହି ସଫଳତାର ଭିଡିଓ ନମ୍ନରେ ଦେଖନ୍ତୁ….

ପ୍ୟାରିସର 3ଟି ସ୍ବର୍ଣ୍ଣ ସହିତ ଦୀପିକା ତାଙ୍କ ମୁକୁଟରେ ମୋଟ 35ଟି ମେଡାଲ ଖଞ୍ଜି ସାରିଛନ୍ତି। ଯେଉଁଥିରେ ରହିଛି 11ଟି ସ୍ବର୍ଣ୍ଣ ପଦକ । ଦୀପିକାଙ୍କ ସଫଳତାକୁ ଆପଣ କେଉଁ ଶ୍ରେଣୀରେ ରଖିବେ କମେଣ୍ଟ ବକ୍ସରେ ଲେଖନ୍ତୁ। ଏହି ଲେଖାଟି ଭଲ ଲଗିଲେ ଅନ୍ୟମାନଙ୍କୁ ସେୟାର କରନ୍ତୁ କିମ୍ବା ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *