ଦେଖନ୍ତୁ – କାହିଁକି ଏହି ମହିଳାଙ୍କୁ ୱିମ୍ବେଲଡନରେ ସମସ୍ତେ ତାଳି ମାରି ଧନ୍ୟବାଦ ଦେଉଥିଲେ-ଆପଣ ବି ଦେବେ

ବର୍ଷା ଖରା ଲୁଚକାଳି ଭିତରେ ଆରମ୍ଭ ହୋଇଛି ୱିମ୍ବେଲଡନ ଟେନିସ ମୁକାବିଲା। ପ୍ରଥମ ଦିନରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ନୋଭାକ ଜୋକୋଭିକ ଏବଂ ଆଣ୍ଡି ମୁରେଙ୍କ ମଧ୍ୟରେ ହୋଇଥିଲା ଦମଦାର ମୁକାବିଲା। ଗ୍ୟାଲେରିରେ ବି ଦର୍ଶକ ଖଚାଖଚ ଥିଲେ। ତେବେ ପ୍ରଥମ ଦିନରେ ଦର୍ଶକମାନେ ତାଳିମାରି ଯ଼ାହାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲେ ସେ କୋର୍ଟରେ ଖେଳୁନଥିଲେ ବରଂ କୋର୍ଟ ବାହାରେ ଥିଲେ । ସେ ବି ଥିଲେ ଜଣେ ମହିଳା। ଗ୍ୟାଲେରିରେ ସମସ୍ତେ ଠିଆ ହୋଇ ଏହି ମହିଳାଙ୍କ ଉଦ୍ଦେଶ୍ୟରେ ତାଳିମାରି ଶତ ଶତ ଧନ୍ୟବାଦ ଜଣାଇଥିଲେ। ଏହି ମହିଳା ଦର୍ଶକଙ୍କ ଏଭଳି ତାଳିମାରିବାରେ ଖୁବ ନିରବତାର ସହିତ ସ୍ବାଗତ ଜଣାଇଥିଲେ। ଲାଲ କଲର କୋର୍ଟ ପିନ୍ଧି ଦର୍ଶକଙ୍କ ଗହଣରେ ବସିଥିବା ଏହି ମହିଳା କିଏ ଥିଲେ ଏବଂ କାହିଁକି ତାଙ୍କୁ ସମସ୍ତେ ଏମିତି ତାଳିମାରି ସ୍ବାଗତ କରିଥିଲେ ନିମ୍ନରେ ଭିଡିଓ ଦେଖନ୍ତୁ

ଏହି ମହିଳା ଥିଲେ ପ୍ରଫେସର ସାରା ଗିଲବର୍ଟ। ଯାହାଙ୍କୁ ବିଶ୍ବବ୍ୟାପୀ ଚାରିଆଡୁ ଧନ୍ୟବାଦର ସୁଅ ଛୁଟୁଛି। ପ୍ରଫେସର ସାରା ଗିଲବର୍ଟଙ୍କୁ କୋଟି କୋଟି ଭାରତୀୟ ବି ଧନ୍ୟବାଦ ଜଣାଉଛନ୍ତି। ଆପଣ ବି ଜଣାଉଥିବେ କିନ୍ତୁ ହୁଏତ ତାଙ୍କ ନାଁ ଜାଣିନଥିବେ। ପ୍ରଫେସର ସାରା ଗିଲବର୍ଟ ହେଉଛନ୍ତି ଆଷ୍ଟ୍ରା ଜେନେକା ଟିକାର ଉଦ୍ଭାବକ । ଯ଼ାହାକୁ ୟୁରୋପ ଅକ୍ସଫୋର୍ଡ ଟିକା ଭାବେ ଜାଣୁଛି ଏବଂ ଭାରତରେ ଏହି ଟିକା କୋଭିସିଲ୍ଡ ନାଁରେ ଉପଲବ୍ଧ ହେଉଛି। ତେଣୁ ଲକ୍ଷ ଲକ୍ଷ ଓଡ଼ିଆ କୋଟି କୋଟି ଭାରତୀୟ ଏବଂ ବିଶ୍ବର କୋଟି କୋଟି ଲୋକ ଏବେ କୋଭିଡ ପାଖରୁ ନିଜକୁ ସୁରକ୍ଷିତ ମଣୁଛନ୍ତି କାରଣ ସେମାନେ  ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ତିଆରି କରିଥିବା ଟିକା ନେଇଛନ୍ତି ।

ୱିମ୍ବେଲଡନ ଗ୍ୟାଲେରିରେ ବି ଶହ ଶହ ଲୋକ ଏକାଠି ବସି ମ୍ୟାଚ ଦେଖିପାରିଥିଲେ କାରଣ ସେମାନେ ଆଷ୍ଟ୍ରାଜେନେକା ଟିକା ନେଇଥିଲେ । ଯେଉଁଥିପାଇଁ ୱିମ୍ବଲେଡେନରେ ଆଜି ମ୍ୟାଚ ଆରମ୍ଭ ପୂର୍ବରୁ ଆୟୋଜକ, ଦର୍ଶକ, କ୍ୟାମେରା ତାଙ୍କ ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ। ୱିମ୍ବେଲଡନର ଆୟୋଜକ ପ୍ରଫେସର ସାରାହ ଗିଲବର୍ଟଙ୍କ ବିଷୟରେ ସୂଚନା ଦେଇ କହିଥିଲେ – ଖୁବ କମ ସମୟ ଭିତରେ ସାରାଙ୍କ ଟିମ୍ କୋଭିଡ ଟିକା ଉଦ୍ଭାବନ କରି ଦେଶକୁ ସୁରକ୍ଷା ଦେଇପାରିଛନ୍ତି । ତାଙ୍କ ପାଇଁ ଆଜି ଆମେ ସୁରକ୍ଷିତ ମଣୁଛୁ। ସାରାହଙ୍କସହିତ କୋଭିଡ କେୟାରରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ ନର୍ସ ଓ ଡାକ୍ତରମାନଙ୍କୁ ମଧ୍ୟ ଆୟଜକମଣ୍ଡଳୀ ଧନ୍ୟବାଦ ଦେଇଥିଲେ।

ଏଥିସହିତ କୋଭିଡ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଅଭିଯ଼ାନ ଆରମ୍ଭ କରିଥିବା କ୍ୟାପ୍ଟେନ ସାର ଟମ ମୁରଙ୍କୁ ମଧ୍ୟ ମନେ ପକାଇଥିଲା ୱିମ୍ବେଲଡନ । ଦୁଃଖର କଥା ହେଲା ସାର ଟମ୍ ମୁର ଏହି ମହତ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିବା ସହିତ କୋଭିଡରେ ପ୍ରାଣ ହରାଇଥିଲେ। ତେବେ ତାଙ୍କଦ୍ବାରା ଆରମ୍ଭ ହୋଇଥିବା ପାଣ୍ଠି ସଂଗ୍ରହ ଅଭିଯାନ ବ୍ରିଟେନ ସ୍ବାସ୍ଥ୍ୟ ବିଭାଗ ପାଇଁ 3କୋଟି 30 ଲକ୍ଷ ପାଉଣ୍ଡ ସଂଗ୍ରହ କରିପାରିଥିଲା। ୱିମ୍ବେଲଡନର ଶହ ଶହ ଦର୍ଶକ ଲଗାତର ତାଳି ମାରି ଏମାନଙ୍କ ମହତ ଦାନକୁ ସ୍ମରଣୀୟ କରିଥିଲେ ।

ଆପଣ ବି ଜଦି ସାରାହ ଗିଲବର୍ଟଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ତେବେ କମେଣ୍ଟ ବକ୍ସରେ ଲେଖନ୍ତୁ  । ଲେଖାଟି ଯଦି ଆପଣଙ୍କୁ ଉପଯୋଗୀ ଲାଗିଛି ତେବେ ସେୟାର କରନ୍ତୁ କିମ୍ବା ଲାଇକ ବଟନରେ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *