ରାଷ୍ଟ୍ରପତି କେତେ ଦରମା ପାଆନ୍ତି, କେତେ ଟ୍ୟାକ୍ସ ଦିଅନ୍ତି ?

ରାଷ୍ଟ୍ରପତି କେତେ ଦରମା ପାଉଥିବେ ? ସାଙ୍ଗସାଥୀଙ୍କ ସହିତ ଏହି ପ୍ରସଙ୍ଗରେ ନିଶ୍ଚୟ ଆପଣ ଆଲୋଚନା କରିଥିବେ । ନଗର ବିଜ୍ଞାନ ବହିରେ ଯ଼ାହା ପଢ଼ିଥିଲେ ସେ ଜ୍ଞାନକୁ ମନେ ପକାଉଥିବେ । ତେବେ ରାଷ୍ଟ୍ରପତି କେତେ ଦରମା ପାଉଛନ୍ତି ତାହା ନିଜେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସ୍ପଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ସେ କେତେ ଦରମା ପାଆନ୍ତି ଏବଂ କେତେ ସେଥିରୁ ଟ୍ୟାକ୍ସ ଦିଅନ୍ତି ଏହା ମଧ୍ୟ ସର୍ବସାଧାରଣରେ ପ୍ରକାଶ କରିବାରେ ସାମାନ୍ୟ କୁଣ୍ଠା ପ୍ରକାଶ କରିନାହାନ୍ତି ।

ନିଜର ସରଳ ଜୀବନ ଯାପନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ନିକଟରେ ସେ ତାଙ୍କ ଗାଁ ମାଟିରେ ପହଞ୍ଚିବା ପରେ ଗାଁ ମାଟିକୁ ପ୍ରଣିପାତ କରିବାର ଭିଜୁଆଲ ଦେଶସାରା ବେଶ ଭାଇରାଲ ହୋଇଥିଲା । ତେବେ ତାଙ୍କର ଏହି ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି କୋବିନ୍ଦ ନିଜ ଦରମା ବାବଦରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସେ ମାସକୁ 5 ଲକ୍ଷ ଟଙ୍କା ଦରମା ପାଆନ୍ତି ଆଉ ସେଥିରୁ ଅଧା ସେ ଟ୍ୟାକ୍ସ ଆକାରରେ ଦେଇଥାନ୍ତି।        

ଦିଲ୍ଲୀରୁ ସ୍ବତନ୍ତ୍ର ଟ୍ରେନ ଯୋଗେଁ କାନପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ନିଜ ଗାଁ ପରୌଙ୍ଖ ଅଭିମୁଖେ ଯ଼ାଉଥିଲେ ଏହି ସମୟରେ ସେ ଝିନଝକ ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସୂଚନା ଦେଇ କହିଥିଲେ ଯେ ସେ ମଧ୍ୟ ଟ୍ୟାକ୍ସ ଦିଅନ୍ତି ଏବଂ ଏହା ତାଙ୍କ ଦରମାର 50 ପ୍ରତିଶତ। ତାପରେ କେତେ ତାଙ୍କ ପାଖରେ ରହୁଥିବ ତାହା ସମସ୍ତେ ଜାଣି ପାରୁଥିବେ।  ଜଣେ ଶିକ୍ଷକଠାରୁ ବି କମ ଟଙ୍କା ସେ ସଞ୍ଚୟ କରିପାରୁଛନ୍ତି ।

  ରାଷ୍ଟ୍ରପତି ଏହି କଥା କହିବା ବେଳେ ସମସ୍ତେ ତାଳି ମାରିଥିଲେ ଆଉ ନିଜେ କୋବିନ୍ଦ ମଧ୍ୟ ହସିଥିଲେ। ଏଥିସହିତ ସେ ସମସ୍ତେ ଟ୍ୟାକ୍ସ ଦେବା ଲାଗି ଆହ୍ବାନ ଦେଇଥିବା ବେଳେ ଦେଶର ସଂପତ୍ତି ନଷ୍ଟ କଲା ବେଳେ ଏହା ନିଜର ସଂପତ୍ତି ବୋଲି ଭାବିବା ଲାଗି ପରାମର୍ଶ ଦେଇଥିଲେ।

ରାଷ୍ଟ୍ରପତି କୋବିନ୍ଦଙ୍କ କଥା ଆପଣଙ୍କୁ କିଭଳି ପ୍ରଭାବିତ କରୁଛି କମେଣ୍ଟ ବକ୍ସରେ ଲେଖନ୍ତୁ। ଏଥିସହିତ ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଥିଲେ ସେୟାର କରନ୍ତୁ କିମ୍ବା ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *