ଦିନରେ ପଢୁଛନ୍ତି ପାଠ… ରାତିରେ କରୁଛନ୍ତି ଫୁଡ୍ ଡେଲିଭରି, ପଢନ୍ତୁ ମୀରାବଙ୍କ କାହାଣୀ

ନୂଆଦିଲ୍ଲୀ, ୦୩/୦୮ : ନାରୀ ଜାତି ପାଇଁ ପ୍ରେରଣା ପାକିସ୍ତାନୀ ଝିଅ ମୀରାବ। ଦାରିଦ୍ର୍ୟର ତାଡ଼ନା ଭିତରେ ସେ ହରାଇ ନାହାଁନ୍ତି ଆତ୍ମବିଶ୍ଵାସ। ମନୋବଳ ଭାଙ୍ଗିପାରିନି ଅର୍ଥାଭାବ। ଦିନରେ ପଢୁଛନ୍ତି ପାଠ, ରାତିରେ ଫାଷ୍ଟ୍‌ ଫୁଡ୍‌ କମ୍ପାନୀ କେଏଫ୍‌ସି ପାଇଁ କରୁଛନ୍ତି ଫୁଡ୍‌ ଡେଲିଭରୀ କାମ। ଏବେ ଫ୍ୟାଶନ୍‌ ଡିଜାଇନିଂରେ ସ୍ନାତକ କରୁଛନ୍ତି ମୀରାବ। ଆଗାମୀ ଦିନରେ ନିଜର ଫ୍ୟାଶନ୍‌ ବ୍ରାଣ୍ଡ ଲଞ୍ଚ୍‌ କରିବା ତାଙ୍କ ଲକ୍ଷ୍ୟ । ମୀରାବଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କ ଉତ୍ସାହକୁ ଇଣ୍ଟର୍‌ନେଟ୍‌ ୟୁଜର୍‌ ଖୁବ୍‌ ପ୍ରଶଂସା କରୁଛନ୍ତି।

ଲାହୋର ବାସିନ୍ଦା ଫିଜା ଇଜାଜ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ପରିଶ୍ରମୀ ମୀରାବଙ୍କ କାହାଣୀ ସେୟାର କରିଛନ୍ତି। ଫିଜା ଥରେ କେଏଫ୍‌ସିରେ ଖାଦ୍ୟ ଅର୍ଡର୍‌ କରିଥିଲେ। ଏହାପରେ ତାଙ୍କୁ ଏକ ଫୋନ୍‌ କଲ୍‌ ଆସିଥିଲା। ତାହା ଜଣେ ମହିଳାଙ୍କ କଣ୍ଠ ସ୍ୱର ଥିଲା। ସ୍ୱର ଶୁଣିବା ପରେ ମୀରାବଙ୍କୁ ଭେଟିବାକୁ ଫିଜା ଖୁବ୍‌ ଉତ୍ସୁକ ଥିଲେ। କିଛି ବନ୍ଧୁଙ୍କ ସହ ସେ ବାହାରକୁ ଆସିଲେ ଏବଂ ନିଜ ଅର୍ଡର୍‌କୁ ଅପେକ୍ଷା କଲେ । ମୀରାବଙ୍କ ସହ ତାଙ୍କର ଭେଟ ହେଲା । ଉଭୟଙ୍କର ଦୀର୍ଘ ସମୟ ଧରି ବାର୍ତ୍ତାଳାପ ଚାଲିଲା।

ତେବେ ମୀରାବ ୩ ବର୍ଷ ପର୍ଯ୍ୟନ୍ତ ଫୁଡ୍‌ ଡେଲିଭରି କରିବେ। ସ୍ନାତକ ପରେ ସେ ନିଜର ଫ୍ୟାଶନ୍‌ ବ୍ରାଣ୍ଡ ଲଞ୍ଚ୍‌ କରିବାକୁ ଯୋଜନା ଚଳାଇଛନ୍ତି। ମୀରାବଙ୍କ ପଢ଼ା ଖର୍ଚ୍ଚ ଏକ ସଂସ୍ଥା ଉଠାଉଛି। କିନ୍ତୁ ନିଜ ପରିବାରକୁ ଆର୍ଥିକ ସାହାଯ୍ୟ କରିବାକୁ ଓ ଅନ୍ୟ ଖର୍ଚ୍ଚ ଲାଗି ସେ ଏହି କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *