ରୁଷରେ ଏବେ ପଶ୍ଚିମ ନୀଳ ଭୂତାଣୁ ବା West Nile virus ବ୍ୟାପୁଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। । ପଶ୍ଚିମ ଆଫ୍ରିକାରୁ ପ୍ରଥମେ ବ୍ୟାପିଥିବାରୁ ଏହାର ନାମକରଣ ଏପରି କରାଯାଇଛି । ଏବେ ୟୁରୋପ ଏସିଆ ଏବଂ ଉତ୍ତର ଆମେରିକୀୟ ଦେଶଗୁଡ଼ିକରେ ଏହି ରୋଗ ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। ଏହି ରୋଗ ଡେଙ୍ଗୁ, ଜିକା ଧରଣର ଏହି ରୋଗ ହେଲେ ରୋଗୀର ସ୍ନାୟୁଗତ ସମସ୍ୟା ଦେଖାଦେଇଉଛି। ଅନେକ ସମୟରେ ଏହା ବିପଦ ଜନକ ହେବାର ମଧ୍ୟ ଦେଖାଦେଇଥାଏ।
ରୁଷରେ ଲମ୍ବା ଶରତ ଋତୁରେ ବାୟୁ ମଣ୍ଡଳରେ ସାମାନ୍ୟ ଉତ୍ତାପ ରହୁଛି, ଏଥିସହିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବାୟୁମଣ୍ଡଳ ତାପମାତ୍ର ମଧ୍ୟ ରହୁଛି । ତେଣୁ ଏଭଳି ପରିବେଶରେ ମଶାଙ୍କ ଦ୍ବାରା ଏହି ନୀଳ ଭାଇରସ ଅଧିକ ବ୍ୟାପୁଥିବାର ଦେଖାଯାଉଛି । ତେବେ ଏଥିରେ ଲକ୍ଷଣ ସହଜରେ ଜଣା ପଡୁନଥିବାରୁ ରୋଗୀ ପାଇଁ ବିପଦ ଅଧିକ ରହୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସତର୍କ କରିଛି ଯେ ଏବେ 20 ପ୍ରତିଶତ କ୍ଷେତ୍ରରେ ଏହି ଭାଇରସ ବ୍ୟାପୁଥିବା ଦେଖାଯ଼ାଇଛି। ଦକ୍ଷିଣ ପଶ୍ଚିମ ରୁଷରେ ୱେଷ୍ଟ ନାଇଲ ଭାଇରସ ବେଶୀ ବ୍ୟାପୁଥିବା ଅଧିକ ଦେଖାଯାଇଛି।
ଏହି ରୋଗ ପାଇଁ କୌଣସି ଟିକା ଏପର୍ଯ୍ୟନ୍ତ ବାହାରିନଥିବାରୁ ଏହା ଚିନ୍ତାଜନକ ରହିଛି । କରୋନା ସମୟରେ ଲୋକଙ୍କ ମଧ୍ୟରେ ଭୟ ରହିଛି, ପୁଣି ଏକ ରୋଗ ବ୍ୟାପିବା ଜନସାଧାରଣଙ୍କୁ ବିବ୍ରତ କରିଛି।