ପୁଅ ପାଇଁ ଅହିରାଜକୁ ମାଡ଼ିବସିଲେ ମୟୂରଭଞ୍ଜର ଏହି ମହିଳା …ତାପରେ …

8 ଫୁଟର ଅହିରାଜକୁ ଲାଙ୍ଗୁଡରୁ ଧରି ତାର ଫଣା ମାପୁଥିବା ଏହି ମହିଳାଙ୍କ ଫଟୋ ଏବେ ଦେଶ ସାରା ଭାଇରାଲ । ମୟୂରଭଞ୍ଜର ଏହି ମହିଳାଙ୍କ ଭିଡିଓ ଏବେ ସାରା ଦେଶର ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ତାଙ୍କର ଏହି ସାପଧରା ଫଟୋ ଓ ଭିଡିଓ ଛାଡ଼ିବା ପରେ ବିଭିନ୍ନ ଜାତୀୟ ଗଣ ମାଧ୍ୟମରେ ତାଙ୍କ ଫଟୋ ପ୍ରକାଶ ପାଇଛି। ତେବେ ଫଟୋରୁ ଯାହା ଦେଖାଯାଉଛି ଏହି ବିରାଟ ଅହିରାଜ, ଯାହାକୁ କିଙ୍ଗ କୋବ୍ରା କୁହାଯାଏ ତାକୁ ଅତି ନିର୍ଭିକତାର ସହିତ ସେ ଲାଙ୍ଗୁଡରୁ ଧରିପାରିଛନ୍ତି ।

ଏହି ମହିଳା ହେଲେ ସସ୍ମିତା ଗୋଛାୟତ । କିନ୍ତୁ ଯାହା ଫଟୋରୁ ଦେଖାଯାଉଛି ତା ପଛରେ ରହିଛି ଏକ କାହାଣୀ । ସସ୍ମିତା ଏବଂ ତାଙ୍କ ପତି ଅଖିଳ ମୁଣ୍ଡା ତାଙ୍କ ଘର ଆଗରେ ଏହି ଅହିରାଜ ସାପଟିକୁ ଦେଖିଲେ । ଏତିକିବେଳେ ତାଙ୍କର 2 ବର୍ଷର ପିଲାଟି ସାପଟି ଆଡକୁ ଯାଉଥିବାର ଦେଖି ବିଲକୁଲ ଡରିଯାଇଥିଲେ । କିନ୍ତୁ ଅଖିଳ ତତ୍କକ୍ଷଣାତ ପୁଅକୁ ଧରି ବାହାରକୁ ଚାଲି ଆସିଲେ।ଏତିକିବେଳ ସାପଟି ଘର ଭିତରକୁ ପଶିବାକୁ ଯାଉଥିଲା । ଆଉ ସାପଟିକୁ ଧରି ପକାଇଥିଲେ ସସ୍ମିତା । ଅଖିଳ ମୁଣ୍ଡା ବନ ଅଧିକାରୀଙ୍କୁ ଡକାଇଥିଲେ। ରେଞ୍ଜ ଅଫିସର କ୍ରିଷ୍ଣା ଗୋଛାୟତ ସେଠାରେ ପହଞ୍ଚିଥିଲେ ଏବଂ ସାପଟିକୁ ଧରି ଜଙ୍ଗଲରେ ଛାଡ଼ିଥିଲେ। ସସ୍ମିତା କୁହନ୍ତି ଏହା ପୂର୍ବରୁ ସେ କେବେବି ସାପ ଧରିନଥିଲେ। ଯେଉଁଭଳି ପରିସ୍ଥିତି ଉପୁଜିଥିଲା ସେ ସାପଟିକୁ ଧରିବାକୁ ବାଧ୍ୟ ହୋଇଥିଲେ । ଏହାର ଭିଡିଓଟି  ମଧ୍ୟ ଟ୍ବିଟରରେ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *