ପୁଲୱାମା ସହିଦଙ୍କ ପତ୍ନୀ ବି ଯ଼ୋଗ ଦେଲେ ଆର୍ମିରେ

Wife of Pulwama Martyr

 

ପୁଲୱାମା ସହିଦ ମେଜର ଧୋଣ୍ଡିଆଲଙ୍କ ପତ୍ନୀ ନିତିକା କୌଲ ଭାରତୀୟ ସେନାରେ ଯୋଗ ଦେଇଛନ୍ତି । ଫେବୃଆରୀ 2019 ରେ ପୁଲୱାମାରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ ଚାଲିଥିବା ଅପରେସନରେ ସେନା ଅଧିକାରୀ ମେଜର ବିଭୁତି ଶଙ୍କର ଧୋଣ୍ଡିଆଲଙ୍କ ବିୟୋଗ ଘଟିଥିଲା । 2 ବର୍ଷ ପରେ ବିଭୁତିଙ୍କ ପତ୍ନୀ ଭାରତୀୟ ସେନାରେ ଯୋଗ ଦେଇ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ସେ ଭାରତୀୟ ସେନାରେ ନିଯୁକ୍ତ ହେବାପରେ ଅଲିଭ୍ ଗ୍ରୀନ୍ ପୋଷାକରେ ନିଜର ବ୍ୟାଜ ପିନ୍ଧିଥିଲେ।ନିତିକା କୌଲ୍ ତାମିଲନାଡୁର ଚେନ୍ନାଇରେ ଥିବା ଅଫିସର୍ ଟ୍ରେନିଂ ଏକାଡେମୀରୁ ପାସ୍ କରିଛନ୍ତି ଏବଂ ବର୍ତ୍ତମାନ ଭାରତୀୟ ସେନାରେ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି।

 

ତାଙ୍କ ସ୍ୱାମୀ ମେଜର ବିଭୁତି ଧୁଣ୍ଡିଆଲ ଦକ୍ଷିଣ କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣ ପରେ ଚାଲିଥିବା ଅପରେସନର ଅଂଶଗ୍ରହଣ କରିଥିଲେ। 40ଜଣ CRPF ସୈନିକଙ୍କ ମୃତ୍ୟୁ ପରେ ସେନା ପକ୍ଷରୁ ପିଙ୍ଗଲାଙ୍ଗରେ ଚାଲିଥିଲା ଅପରେସନ। ତେବେ ଏଥିରେ ମେଜର ବିଭୁତି ସହିଦ ହୋଇଥିଲେ। ଏଥିସହିତ  ପୁଲୱାମା ଆକ୍ରମଣର ଅନ୍ୟତମ ଷଡଯନ୍ତ୍ରକାରୀ ଜୈସ କମାଣ୍ଡର କାମ୍ରାନ ବି ଏଥିରେ ପ୍ରାଣ ହରାଇଥିଲା । ଏହି ଆକ୍ରମଣରେ ମେଜର ଧୋଣ୍ଡିଆଲ ଏବଂ ଅନ୍ୟ ତିନିଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କର ବୀରତ୍ୱ ପାଇଁ ତାଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯ଼ାଇଥିଲା |

ନିତିକା କୌଲ ଆଜି ସେନାରେ ଯୋଗ ଦେବା ପରେ ସେନା ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ଟ୍ବିଟ କରି ଏକ ଭିଡିଓ ଜାରି କରିଛି ସେନା|

, “2019 ରେ  ପୁଲୱାମାରେ ମେଜର ବିଭୁତି ଶଙ୍କର ଧୋଣ୍ଡିଆଲ ସର୍ବୋଚ୍ଚ ବଳିଦାନ ଦେଇଥିଲେ।  ତାଙ୍କୁ ଏସସି (ପି) ପ୍ରଦାନ କରାଯାଇଥିଲା। ଆଜି ତାଙ୍କ ପତ୍ନୀ  ନିତିକା କୌଲ ଭାରତୀୟ ସେନାର ୟୁନିଫର୍ମରେ ଏବଂ ସେ ବି ସେନାବାହିନୀରେ ଯ଼ୋଗ ଦେଇ ଦେଶକୁ ଗୌରବାନ୍ବିତ କରିଛନ୍ତି ଏବଂ ଏହା ତାଙ୍କ ପତିଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଟ୍ୱିଟରରେ ନୂତନ ଭାବେ ନିଯୁକ୍ତ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ।

“ଲେଫ୍ଟନାଣ୍ଟ  ନିତିକା କୌଲ, ଆପଣ ଭାରତର ନାରୀ ଶକ୍ତିର ଉତ୍ସର୍ଗୀକୃତ, ନିଷ୍ଠା ଏବଂ ଭକ୍ତିର ଏକ ପ୍ରତୀକ। ମେଜର ବିଭୁତି ଧୁଣ୍ଡିଆଲ ଆଜି ତାଙ୍କ ପତ୍ନୀଙ୍କ  କାନ୍ଧରେ ସେନା ଗୌରବର ତାରା ଦେଖି ନିଶ୍ଚିତ ସନ୍ତୋଷ ଲାଭ କରୁଥିବେ ।

ଏହି ଦମ୍ପତି 2018 ରେ ବିବାହ କରିଥିଲେ ଏବଂ ବିବାହର ଏକ ବର୍ଷରେ ନିତିକା ତାଙ୍କ ସ୍ୱାମୀଙ୍କୁ ହରାଇଲେ |

ସ୍ୱାମୀଙ୍କ ମୃତ୍ୟୁ ପରେ ନିତିକା ତାଙ୍କ କର୍ପୋରେଟ ଚାକିରି ଛାଡି ସ୍ୱର୍ଗତ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେନାରେ ଯୋଗ ଦେବାକୁ ମନ ବଳାଇଥିଲେ। ଏଥିପାଇଁ ସେ ସର୍ଟ ସର୍ଭିସ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚେନ୍ନାଇରେ ତାଲିମ ନେଇଥିଲେ  । ତାଲିମ ଶେଷ କରି ସେ ସେନା ବାହିନୀରେ ସାମିଲ ହୋଇଛନ୍ତି

Leave a Reply

Your email address will not be published. Required fields are marked *