ପ୍ରିଯଙ୍କା ଚୋପ୍ରାଙ୍କ ସୁନ୍ଦର ହୃଦୟ ଅଜାଡ଼ି ଦେଲେ ସହାୟତା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛନ୍ତି । ବିଦେଶରେ ରହୁଥିବା ବେଳେ ପ୍ରିୟଙ୍କା ନିଜ ଦେଶକୁ ଭୁଲି ନାହାଁନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କ ଏହି ଉତ୍ତମ କାର୍ଯ୍ୟରେ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି ।
ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର କିଛି ସୂଚନା ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସେୟାର କରି କହିଛନ୍ତି, ସମସ୍ତଙ୍କ ସହଯୋଗରେ ସେ ୫୦୦ ଅକ୍ସିଜେନ୍ କନସେନଟ୍ରେଟର ଏବଂ ୪୨୨ ଅକ୍ସିଜେନ୍ ସିଲିଣ୍ଡର କିଣିଛନ୍ତି। ଏଥିସହ ୧୦ ଟି ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ଭାରତର ୬୦୦୦ ରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯିବ।
ଏଥି ସହିତ ଯେଉଁମାନେ ପାଣ୍ଠି ସଂଗ୍ରହରେ ସାହାଯ୍ୟ କରିଛନ୍ତି ପ୍ରିୟଙ୍କା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି, ‘ ସମସ୍ତଙ୍କୁ ଧନ୍ୟବାଦ, ଯିଏ ଦାନ କରିଛନ୍ତି ଏବଂ ଏହି କାର୍ଯ୍ୟଗୁଡିକ ସମ୍ଭବ କରିଛନ୍ତି। ଜାଣିରଖନ୍ତୁ ଯେ ଆପଣମାନେ ସମସ୍ତେ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନ୍ତି । ଆପଣଙ୍କ ସହଯୋଗରେ ଆମେ ବର୍ତ୍ତମାନ ଆମର ପାଣ୍ଠି ସଂଗ୍ରହକାରୀଙ୍କୁ ୩ ନିୟୁତ ଡଲାର ଅର୍ଥାତ୍ ୨୨ କୋଟି ଟଙ୍କା ସଂଗ୍ରହ କରିଛୁ। ‘

Leave a Reply

Your email address will not be published. Required fields are marked *