ଟୁଆଁଟୁଇଁ ଦେଖିବା ବେଳକୁ ବାଘମାମୁ କୂଅରେ-(Watch)

    ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଟୁଆଁଟୁଇଁ ଗପ ସମସ୍ତଙ୍କ ପ୍ରିୟ । ପିଠା ଖାଇବାକୁ ଆସି ବାଘମାମୁ କୂଅରେ ପଡ଼ିବା ଗପରେ ଆମେ ତାଳିମାରିଛେ। ଏବେ କିନ୍ତୁ ସେମିତି ଏକ ଭିଡିଓ ଆସିଛି ଆସାମରୁ। କୂଅରେ ପାଣି ଭିତରେ ପଡ଼ିଛି ଏକ ଚିତାବାଘ। ବାଘଟି କୂଅ ଭିତରୁ ଗର୍ଜନ ତର୍ଜନ କରୁଛି। 20 ଫୁଟ ଗଭୀର କୂଅ ଭିତରେ ବାଘଟି ପଡ଼ିଯ଼ାଇଥିବା ଦେଖାଯ଼ାଇଥିଲା। ଘଟଣା ହେଉଛି ଆସାମର ଗରଭଙ୍ଗା ବନାଞ୍ଚଳର ମାଧବନଗର ।

 

ଗାଁ ଲୋକେ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । କୂଅ ପାଣିରେ ନିଜକୁ ବଞ୍ଚାଇ ରଖିବାକୁ ଖୁବ ଚେଷ୍ଟା କରୁଥିଲା ଏହି ବାଘ। ବନ ବିଭାଗ କର୍ମଚାରୀମାନେ ପହଞ୍ଚିବା ପରେ ଆରମ୍ଭ କରିଥିଲେ ଅପରେସନ  । 2 ଘଣ୍ଟାର ଅପରେସନ ଚାଲିଥିଲା। ଶେଷରେ ବନ ବିଭାଗ କର୍ମଚାରୀମାନେ ବାଘକୁ ଉଦ୍ଧାର କରିଥିଲେ। ବାଘଟି ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଯ଼ାଇଥିବା ଅନୁମାନ କରାଯ଼ାଉଛି।

Leave a Reply

Your email address will not be published. Required fields are marked *