ମୌସୁମୀ ସାଙ୍ଗକୁ ଲଘୁଚାପ ଦେଖନ୍ତୁ କେଉଁ ଜିଲ୍ଲାକୁ ପ୍ରବଳ ବର୍ଷା

ମୌସୁମୀ ଆସିବା ସହିତ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ତେଣୁ 11 ତାରିଖରୁ 14 ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଭାଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ରାଜ୍ୟରେ ଚାରି ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ ବିଭାଗ। ମୌସୁମୀର ଆଗମନ ସହ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନସିପାଲ କମିଶନରଙ୍କୁ ଏସଆରସି ଚିଠି ଲେଖି ପ୍ରସ୍ତୁତ ରହିବା ପାଇଁ ଜଣାଇଛନ୍ତି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ମୁହାଁ ହେଉଥିବା ବେଳେ ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ପ୍ରବଳ ବର୍ଷା । ଏଥିପାଇଁ 11 ତାରିଖରୁ 13ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ବର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।

ବର୍ଷା ପ୍ରଭାବରେ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ଆସିପାରେ । ଏପରିକି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି। ସହରାଞ୍ଚଳରେ ଡ୍ରେନ ଉଛୁଳିବ କିମ୍ବା ତଳିଆ ଅଞ୍ଚଳ ଜଳପ୍ଲାବିତ ହେବ । ଏସଆରସି ବିପଦଜ୍ଜନକ ତଥା ଦୁର୍ବଳ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି। ବର୍ଷା ନେଇ ସତର୍କ କରିବା ସହ ସ୍ଥିତିର ମୁକାବିଲା ପାଇଁ ଅଧିକାରୀଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ସଂପର୍କିତ ଖବର ଉପରେ ନଜର ରଖୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବେ। ଭୂସ୍ଖଳନ ସମ୍ଭାବନା ଥିବା ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡଙ୍ଗା ଏବଂ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କାଲି ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *