ଭୁବନେଶ୍ଵର, ୦୩/୦୬ : ମହାଭାରତର ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଥିଲେ ଭୀଷ୍ମ ପିତାମହ। ସେ ହସ୍ତିନାପୁରର ରାଜା ଶାନ୍ତନୁ ଏବଂ ମାତା ଗଙ୍ଗାଙ୍କ ପୁତ୍ର ଥିଲେ। ନିଜ ପିତାଙ୍କ ଦ୍ଵିତୀୟ ବିବାହ କରାଇବା ପାଇଁ ସେ ଆଜନ୍ମ ବ୍ରହ୍ମଚାରୀ ରହିବାକୁ ଶପଥ ନେଇଥିଲେ। ଭୀଷ୍ମଙ୍କ ପିତୃଭକ୍ତି ଦେଖି ମହାରାଜା ଶାନ୍ତନୁ ତାଙ୍କୁ ଇଚ୍ଛା ମୃତ୍ୟୁ ବରଦାନ ଦେଇଥିଲେ। ସେ ଜଣେ ମହାନ ଯୋଦ୍ଧା, ଦାର୍ଶନିକ, କୁଶଳ ରଣନୀତିଜ୍ଞ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ବାଣ ଶର୍ଯ୍ୟାରେ ଭୀଷ୍ମ ପିତାମହ ଥିବା ସମୟରେ ସେ ଯୁଧିଷ୍ଠିରଙ୍କୁ ନୀତି ସମ୍ଵନ୍ଧୀୟ ମହତ୍ଵପୂର୍ଣ୍ଣ ଜ୍ଞାନ ଦେଇଥିଲେ। ଯାହାକୁ ଭୀଷ୍ମ ନୀତି କୁହାଯାଏ।
ଏହି ସମୟରେ ଭୀଷ୍ମ ମହିଳାଙ୍କ ବିଷୟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ମହିଳାଙ୍କ ସଶକ୍ତିକରଣ, ସେମାନଙ୍କର ସମ୍ମାନ, ସମାଜରେ ସମାନତାର ଅଧିକାରକୁ ନେଇ ଭୀଷ୍ମ ଜ୍ଞାନ ଦେଇଥିଲେ। ସେ କହିଥିଲେ ଯେ, ଯେଉଁ ଘରେ ସ୍ତ୍ରୀ ପ୍ରସନ୍ନ ରୁହେ। ସେହି ଘରେ ସର୍ବଦା ଖୁସି ରୁହେ। ସ୍ତ୍ରୀ ଲକ୍ଷ୍ମୀଙ୍କ ସ୍ଵରୂପ ହୋଇଥାନ୍ତି। ଯେଉଁ ଘରେ ସ୍ତ୍ରୀ ଦୁଃଖୀ ହୁଏ, ତାର ସମ୍ମାନ ହୁଏ ନାହିଁ, ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏଭଳି ସ୍ଥାନରେ ବିବାଦ, କଟୁ ବଚନ, ଦୁଃଖ ଏବଂ ଅଭାବ ବାସ କରେ।
ମାଆ, ଝିଅ, ଭଉଣୀ, ବୋହୂ ଏମାନଙ୍କୁ ପରିବାରରେ ସମ୍ମାନ କରିବା ଉଚିତ୍। ତାଙ୍କ ଅଧିକାରକୁ ସ୍ଵତନ୍ତ୍ର କରିବା ଉଚିତ୍। ଯେଉଁଠି ନାରୀ ସଶକ୍ତ ଏବଂ ସମ୍ମାନିତା ସେଠାରେ ସ୍ଵୟଂ ଦେବତା ବାସ କରନ୍ତି। ସାସ୍ତ୍ରରେ ଏକ ଶ୍ଳୋକ ରହିଛି- ଯତ୍ର ନାର୍ଯୈସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ ।।
ଭୀଷ୍ମଙ୍କ ଅନୁଯାୟୀ, ମନୁଷ୍ୟକୁ ଏଭଳି କୌଣସି କାମ ନକରିବା ଉଚିତ୍ ଯାହା ଦ୍ଵାରା ସେ ନାରୀ ଠାରୁ ଅଭିଶାପ ପାଇବ। କାରଣ ଏକ ନାରୀର ଅଭିଶାପ ସର୍ବଦା ବିନାଶ ହୋଇଥାଏ। ଶ୍ରୀକୃଷ୍ଠଙ୍କ ବଂଶ ମଧ୍ୟ ଗାନ୍ଧାରୀଙ୍କ ଅଭିଶାପ ଯୋଗୁଁ ବୁଡ଼ିଥିଲା।