କାନପୁରର ହିରୋ ଚା ବିକ୍ରେତା, ଗରିବ ପିଲାଙ୍କ ଶିକ୍ଷା ପାଇଁ ଦିଅନ୍ତି ନିଜ ରୋଜଗାରର ୮୦%
କାନପୁର, ୨୦/୦୭ : କାନପୁରର ଚା ବିକ୍ରେତା ମେହବୁବ ମଲିକ ଆର୍ଥିକ ପ୍ରତିବନ୍ଧକ ହେତୁ ଏକ ସମୟରେ ଅଧ୍ୟୟନ ଶେଷ କରିପାରି ନଥିଲେ। କିନ୍ତୁ ସେ ଶିକ୍ଷାର ମହତ୍ତ୍ଵକୁ ଭଲ ଭାବରେ ଜାଣିଛନ୍ତି। ସେଥିପାଇଁ ଆଜି ସେ ରୋଜଗାରର ୮୦% ହଜାର ହଜାର ଅଭାବୀ ପିଲାଙ୍କୁ ଶିକ୍ଷିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ୩୪ ବର୍ଷୀୟ ମେହବୁବ ମଲିକ କାନପୁରରେ ଏକ ଚା ଦୋକାନ ଚଳାଉଛନ୍ତି। ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ‘ମା ତୁଝେ ସଲାମ ସୋସିଆଲ…
