
ରାଜ୍ୟଗୋଷ୍ଠୀ କ୍ରୀଡ଼ା : ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ, କାନାଡା ପ୍ରତିଯୋଗୀଙ୍କୁ ଦେଲେ ମାତ୍
ବର୍ମିଂହାମ୍, ୦୮/୦୮ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପିଭି ସିନ୍ଧୁ। ଫାଇନାଲ୍ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇ ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସେ ଏକତରଫା ବିଜୟ ହାସଲ କରିଛନ୍ତି। କମନଓ୍ବେଲଥ୍ ଗେମ୍ସରେ ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । କମନଓ୍ବେଲଥ୍ ଗେମ୍ସ ୨୦୨୨ରେ ଆଶା କରାଯାଉଥିଲା ଫାଇନାଲ ମ୍ୟାଚ୍ ବେଶ ରୋମାଞ୍ଚକର ହେବ । କିନ୍ତୁ…