ଭାରତର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍ ଓମାନା କୁଞ୍ଜମ୍ମା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୨/୧୦ : ଭାରତ ଇତିହାସରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସ୍ଵର ଉତ୍ତୋଳନ କରିବା ହେଉ କିମ୍ଵା ଇଂରେଜମାନଙ୍କ ଗୋଲାମୀ ଜଞ୍ଜିର ଭାଙ୍ଗିବାକୁ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା… ସବୁ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଦେଶ ସ୍ଵାଧୀନ ହେବା ପରେ ଭାରତର ବିକାଶ କ୍ଷେତ୍ରରେ ମହିଳାମାନେ ନିରନ୍ତର ପ୍ରୟାସ କରିଛନ୍ତି। ରାଜନୀତି ଠାରୁ ନେଇ ରକ୍ଷାନୀତି ଯାଏଁ ସବୁ କ୍ଷେତ୍ରରେ ନାରୀ ଆଗରେ। ଆଉ ଅବଳା ଦୁର୍ବଳା ହୋଇନାହିଁ ଆଜିର ନାରୀ। ଆମେ ଆଜି ଆପଣଙ୍କୁ କହିବୁ ଦେଶର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍‌ଙ୍କ ବିଷୟରେ।

ଭାରତର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍ ଥିଲେ ଓମାନା କୁଞ୍ଜାମା। କେବଳ ସେତିକି ନୁହେଁ କେରଳର ପ୍ରଥମ ମହିଳା ଆଇଏଏସ୍ ମଧ୍ୟ ହେଉଛନ୍ତି ଓମାନା କୁଞ୍ଜାମା। ତାଙ୍କର ଜନ୍ମ ତାମିଲନାଡୁର ଏକ ମାଲୟାଲମ ପରିବାରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଗୋବିନ୍ଦ ପିଲ୍ଲଈ ଏବଂ ମାତାଙ୍କ ନାମ ଲକ୍ଷ୍ମୀ ଥା। ପିଲାଦିନରୁ ସେ ଖୁବ୍ ଭଲ ପାଠ ପଢୁଥିଲେ। ସେ ଦ୍ଵାଦଶ ପରେ ଆଇନ ପାଠ ପଢିଥିଲେ। ତେବେ ତାଙ୍କର ପାଠପଢା ସମୟରେ ବହୁ ବାଧାବିଘ୍ନ ଉପୁଜିଥିଲେ ମଧ୍ୟ ସେ ହାର୍ ମାନିନଥିଲେ। ନିଜ ସ୍ଵପ୍ନକୁ ପୂରଣ କରିଥିଲେ। ଏହାପରେ ମାଜିଷ୍ଟ୍ରେଟ୍ ହୋଇ କ୍ୟାରିଅର ଆରମ୍ଭ କରିଥିଲା।

ଓମାନା ତାମିଲନାଡୁର ଜିଲ୍ଲା କୋର୍ଟରେ ଚାକିରୀ କରିବା ଆରମ୍ଭ କରିଥିଲେ। ଏହା ଦେଶର ଇତିହାସରେ ପ୍ରଥମ ଥିଲା। ଏହି ସମୟରେ ସେ ବହୁ ବଡ଼ ନିଷ୍ପତ୍ତି ନେଇଥିଲେ। ଜିଲ୍ଲାରେ ଆଇନ କାନୁନ ବୟବସ୍ଥା ନିୟନ୍ତ୍ରଣ ରଖିଥିଲେ। ସମାଜରେ ସଂସ୍କାର ଆଣିବା ଦିଗରେ ସେ ବହୁ ଗୁରୁତ୍ଵପୂର୍ଣ୍ଣ କାମ କରିଛନ୍ତି। ଏଥିପାଇଁ ତାଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *