ପ୍ରି ଡାଏବେଟିସ କଣ ଏହା ଆପଣ ଜାଣିବା ଜରୁରୀ

ଡାଏବେଟିସକୁ ନେଇ ଆଜିକାଲି ଗାଁରୁ ସହର ସବୁଠି ଚିନ୍ତା । ପୂର୍ବରୁ ଏତେ ନଥିଲା ଏବେ କିନ୍ତୁ ପ୍ରାୟ ଲୋକ ଡାଏବେଟିସକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତେବେ ଟାଇପ ଟୁ ଡାଏବେଟିସ ହେବା ପୂର୍ବରୁ ପ୍ରିଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ଆମେ ସମସ୍ତେ ଏହି ପ୍ରି ଡାଏବେଟିସ ବାବଦରେ ସଚେତନ ରହିବା ଜରୁରୀ । ଆଉ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପ୍ରିଡାଏବେଟିସ ଟାଇପ ଟୁ ଡାଏବେଟିସରେ ପରିଣତ ହେବାର ଆଶଙ୍କା ରହିଛି । ଆମେରିକାର 8 କୋଟି ଲୋକ ଏହି ପ୍ରିଡାଏବେଟିସର ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ 90 ପ୍ରତିଶତ ଲୋକ କିନ୍ତୁ ଅଜ୍ଞ ଥାଆନ୍ତି ଯେ ସେମାନେ ପ୍ରିଡାଏବେଟିସରେ ଆକ୍ରାନ୍ତ ହୋଇଛନ୍ତି । ତେବେ ପ୍ରିଡାଏବେଟିସ କିମ୍ବା ବର୍ଡରଲାଇନ ଡାଏବେଟିସ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଥାଏ

ଆସନ୍ତୁ ଜାଣିବା ଏହି ପ୍ରିଡାଏବେଟିସ ସଂପର୍କରେ ଆଗୁଆ କେମିତି ଜାଣିବା। ପ୍ରଥମରେ ଶରୀର ବିଭିନ୍ନ ସ୍ଥାନରେ ବୃତ୍ତାକାର ଧୂସର ଦାଗ ଦେଖାଦେଇଥାଏ । ବିଶେଷ କରି ଗୋଡ଼ରେ ଛିଲା ପଡ଼ିଲା ପରେ ଦେଖାଦେଇଥାଏ  ।ଶରୀରରେ ରକ୍ତ ସଞ୍ଚାଳରେ ସମସ୍ୟା ଦେଖାଦେବା ଯୋଗୁଁ ଏପରି ହୋଇଥାଏ।  ସେହିପରି ବେକ ଏବଂ କାଖରେ ମଧ୍ୟ ଦାଗ ଦେଖାଇଥିଲେ ଏହା ଡାଏବେଟିସର ଆରମ୍ଭର ଲକ୍ଷଣ।

ଦ୍ବିତୀୟ ଲକ୍ଷଣ ହେଲା ଅତ୍ୟଧିକ ଭୋକ ଲାଗିବା ତା ସାଙ୍ଗକୁ ଥକାପଣ ଆସିବା । ଆମ ଶରୀର ଖାଦ୍ୟକୁ ଗ୍ଲୁକୋଜରେ ପରିଣତ କରିଥାଏ ଯ଼େଉଁଥିରୁ ଆମ ଶରୀରର କୋଷକୁ ଶକ୍ତି ମିଳିଥାଏ। ହେଲେ ଯ଼େତେବେଳେ ଏହି ଗ୍ଲୁକୋଜ ଶରୀରରେ ଯ଼ଦି ମିଶି ନପାରିଲା ତେବେ ଖାଦ୍ୟରୁ ମିଳୁଥିବା ଶକ୍ତି ମିଳିନଥାଏ। ଏହାଦ୍ବାରା ଥକାପଣ ଲାଗିଥାଏ।

ତୃତୀୟ ଲକ୍ଷଣ ହେଉଛି ଅତ୍ୟଧିକ ଶୋଷ ଲାଗିବା ତା ସାଙ୍ଗକୁ ବାରମ୍ବାର ପରିସ୍ରା କରିବା। ଜଣେ ଲୋକ ଦିନରେ 7 ରୁ 8 ଥର ପରିସ୍ରା ଯ଼ାଇଥାଏ । ଯ଼ଦି ଜଣେ ଏହାଠାରୁ ଅଧିକ ଥର ପରିସ୍ରା କରୁଛି ତେବେ ଏହା ପ୍ରିଡାଏବେଟିସର ଲକ୍ଷଣ ହୋଇଥାଇପାରେ। ଅଧିକ ଶୋଷ ଲାଗିବା ଅର୍ଥ ଜଣେ ଅଧିକ ପାଣି ପିଇବ ଏହା ଦ୍ବାରା ଜଣେ ଅଧିକ ପରିସ୍ରା କରିବାକୁ ଯ଼ିବ।

ଚତୁର୍ଥ ଲକ୍ଷଣ ହେଲା ପାଟି ଶୁଖିଲା ପଡ଼ିବା ।    ଏହାକୁ ଜେରୋସ୍ଥୋମିଆ କୁହାଯ଼ାଏ। ଯ଼େହେଲେ ଶରୀରରୁ ଜଳୀୟ ଅଂଶକୁ କିଡନୀ ବ୍ୟବହାର କରି ପରିସ୍ରା ସୃଷ୍ଟି କରିଥାଏ , ତେଣୁ ଶରୀରର ଅନ୍ୟ ଭାଗ ଶୁଖିଲା ପଡ଼ିଯ଼ାଏ।

ଏସବୁ ଲକ୍ଷଣ ଯ଼ଦି ଦେଖାଯ଼ାଉଛି ତେବେ  ଡାଏବେଟିସ ଆରମ୍ଭ ହେବାକୁ ଯ଼ାଉଥିବା ଜାଣି ଯ଼ାଆନ୍ତୁ ଏବଂ ଡାକ୍ତରଙ୍କୁ ଦେଖାନ୍ତୁ। ଯ଼ଦି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ କମେଣ୍ଟ କିମ୍ବା ସେୟାର କରିବାକୁ ଅନୁରୋଧ କରିବୁ।

Leave a Reply

Your email address will not be published. Required fields are marked *