ରେଜିୟା ସୁଲତାନାକୁ ପାରାଦୀପରେ ଗୁଡ ବାଏ

 

 

ଭାରତୀୟ ତଟରକ୍ଷୀ ବାହିନୀର ସେ ଥିଲା ଗର୍ବ ଓ ଗୌରବ । ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ମିଶନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲା । ତେବେ ତାକୁ ସସମ୍ମାନେ ଦିଆଯାଇଛି ବିଦାୟ। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରେଜିୟା ସୁଲତାନାକୁ ଆଜି ପାରାଦୀପଠାରେ କାର୍ଯ୍ୟାନ୍ତର କରାଯାଇଛି । ଏହି ଜାହାଜକୁ ପାରମ୍ପରିକ ପରେଡ ମାଧ୍ୟମରେ ବିଦାଯ ଦିଆଯାଇଛି।

 

21 ବର୍ଷ ଧରି ଭାରତୀୟ ତଟରକ୍ଷୀ ବାହିନୀର ସକ୍ରିୟ ସଦସ୍ଯା ଥିଲା ରେଜିୟା ସୁଲତାନା । କୁହାଯାଏ କୋଷ୍ଟଗାର୍ଡରେ ସେ ଥିଲା ସୁଲତାନ।ରେଜିୟା ସୁଲତାନାକୁ ବିଦାୟ ଦେବା ପାଇଁ ପାରାଦୀପରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯ଼ାଇଥିଲା। ଏଥିରେ ଓଡ଼ିଶା କୋଷ୍ଟଗାର୍ଡର ମୁଖ୍ୟ ଯୋଗ ଦେଇଥିଲେ। ପରେଡରେ ଅଂଶଗ୍ରହଣ କରିବା ସହିତ ରେଜିୟା ସୁଲତାନାର 21 ବର୍ଷର ଯାତ୍ରାର ସ୍ମୃତିଚାରଣ କରିଥିଲେ ।

 

Leave a Reply

Your email address will not be published. Required fields are marked *