ହଙ୍ଗାମା ମଧ୍ୟରେ ନାରଦା କେସ୍‌ର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସିବିଆଇ ଅଦାଲତ

ନାରଦା ଷ୍ଟିଙ୍ଗ୍ ଅପରେସନରେ ସୋମବାର ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ  ହୋଇ ଉଠିଛି। ମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ସିବିଆଇ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ କରିଛନ୍ତି। ଏହି ସମୟରେ କାର୍ଯ୍ୟକର୍ତ୍ତା ପଥରମାଡ ମଧ୍ୟ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଛି।

ଏହି ମାମଲାରେ ସିବିଆଇ ଅଦାଲତରେ ଚାଲିଥିବା ଶୁଣାଣି ପୂରା ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୬ରେ ସାମ୍ନାକୁ ଆସିଥିବା ନାରଦା ଷ୍ଟିଙ୍ଗ୍ ମାମଲାର ତଦନ୍ତ ପାଇଁ ଗତ ଦିନରେ ରାଜ୍ୟପାଳଙ୍କ ପକ୍ଷରୁ ଅନୁମତି ମିଳିଥିଲା। ଏହି କେସ୍‌ରେ ସିବିଆଇ ସୋମବାର ଟିଏମସିର ନେତାଙ୍କ ଘରେ ଚଢାଉ କରିଥିଲା। ଏପରିକି ଜେରା ପାଇଁ ନିଜ କାର୍ଯ୍ୟାଳୟକୁ ଆଣିଥିଲା। ପଚରାଉଚୁରା ପରେ ସିବିଆଇ ସୋମବାର ଫିରହାଦ ହକିମ, ମନ୍ତ୍ରୀ ସୁବ୍ରତ ବାନାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା।

ଟିଏମସି ନେତାଙ୍କ ଗିରଫଦାରୀ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟ ପହଞ୍ଚି ଗିରଫଦାରୀକୁ ବିରୋଧ କରିଥିଲେ। ସିବିଆଇ ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ଚେତାବନୀ ଦେଇଥିଲେ। ସିବିଆଇ କାର୍ଯ୍ୟାଳୟ ବାହାରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଭିଡ ଜମିଥିଲା। ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ନାରାବାଜି ସହ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ ସହ ବୋତଲ ଏବଂ ଅନ୍ୟ ସାମଗ୍ରୀ ଫିଙ୍ଗା ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *