ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ, ଜାଣନ୍ତୁ ବିଗତ ୭୫ ବର୍ଷରେ ଘଟିଯାଇଥିବା ୭୫ଟି ଅବିସ୍ମରଣୀୟ ଘଟଣା ବିଷୟରେ…

ନୂଆଦିଲ୍ଲୀ ୧୪/ ୦୮ : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଦେଶ ମାତୃକା ପାଇଁ ସହିଦ ହୋଇଥିବା ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଏବଂ ଦେଶବାସୀଙ୍କ ବଳିଦାନକୁ ମନେ ପକାଉଛି ଭାରତ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସ୍ବତନ୍ତ୍ର ଭାବେ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ମହାନ ଅବସରରେ ଭାରତର କୋଣ ଅନୁକୋଣ ହୋଇଉଠିଛି ତ୍ରିରଙ୍ଗାମୟ। ସବୁଠି ଉତ୍ସବର ମାହୋଲ। ତେବେ ୭୫ ବର୍ଷ ତଳର ଭାରତ ଏବଂ ୭୫ ବର୍ଷ ପରର ଭାରତ ମଧ୍ୟରେ ରହିଛି ଆକାଶ ପାତାଳର ଫରକ। ତେବେ ଜାଣନ୍ତୁ ବିଗତ ୭୫ ବର୍ଷରେ ଘଟିଯାଇଥିବା ୭୫ଟି ଅବିସ୍ମରଣୀୟ ଘଟଣା ବିଷୟରେ…

୧୯୪୭ ମସିହା- ବର୍ଷ ବର୍ଷ ଧରି ଇଂରେଜମାନଙ୍କ ବିରୋଧରେ ଲଢେଇ ଏବଂ ସଙ୍ଘର୍ଷ ପରେ ଭାରତରେ ଆରମ୍ଭ ହୋଇଥିଲା ସ୍ବର୍ଣ୍ଣିମ ଅଧ୍ୟାୟ। ଆଜି ରାତି ୧୨ଟା ବେଳେ ଦେଶ ସ୍ଵାଧିନତାର ସ୍ଵାଦ ଚାଖିଥିଲା।

୧୯୪୭- ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହେବା ପରେ ବ୍ରିଟିଶ ଇଣ୍ଡିଆ ଭାରତ ଓ ପାକିସ୍ତାନ ଦୁଇଟି ଦେଶରେ ବାଣ୍ଟି ହୋଇଗଲା। ଏହା ପରେ ସାଧାରଣ ଜନତାଙ୍କୁ ଭୋଟ ଦେବାର ଅଧିକାର ମିଳିଲା।

୧୯୪୮- କାଶ୍ମୀର ଭାରତର ଅଂଶ ହୋଇଥିଲା । ମହାରାଜା ହରି ସିଂହ ଭାରତରେ ବିଲୟ ହେବାକୁ ଦସ୍ତଖତ କରିବା ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧର ଅନ୍ତ ଘଟିଥିଲା ଏବଂ କାଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ ହୋଇଥିଲା ।

୧୯୪୯-ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପାରିତ ହୋଇଥିଲା ।

୧୯୫୦- ଏହି ବର୍ଷ ଜାନୁଆରୀ ୨୬ ତାରିଖରେ ଭାରତର ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ଏବଂ ସମ୍ବିଧାନ ପ୍ରଣୟନ କରାଯାଇଥିଲା ।

୧୯୫୧- ଭାରତରେ ପ୍ରଥମ ଥର ପାଇଁ ୧୯୫୧ ମସିହାରେ ନିର୍ବାଚନ ହୋଇଥିଲା । ମୋଟ ୪୮୯ ସିଟରୁ କଂଗ୍ରେସ ୩୬୪ସିଟରେ ବିଜୟୀ ହୋଇଥିଲା । ଜବାହାରଲାଲ ନେହରୁ ହୋଇଥିଲେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଇଂରେଜମାନଙ୍କ ଦ୍ବାରା ରେଲଓ୍ବେ ନେଟଓ୍ବର୍କ ୧୯୫୧ ମସିହାରେ ରାଷ୍ଟ୍ରୀୟକୃତ ହୋଇଥିଲା ଏବଂ ଭାରତୀୟ ରେଳକୁ ୩ଟି ଜୋନରେ ବିଭକ୍ତ କରାଯାଇଥିଲା ।
୧୯୫୧- ପ୍ରଥମ ଥର ପାଇଁ ଏସିଆନ ଗେମ୍ସର ଆୟୋଜିତ ହୋଇଥିଲା ।

୧୯୫୩-ଭାରତର ପ୍ରଥମ ଟେକ୍ନିକଲଚର୍‌ ଚଳଚିତ୍ର ରିଲିଜ ହୋଇଥିଲା । ସେହି ବର୍ଷ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆର ରାଷ୍ଟ୍ରୀୟକରଣ ହୋଇଥିଲା ।

୧୯୫୫- ଏହି ବର୍ଷ ଜୁଲାଇ ୧ ତାରିଖରେ ଭାରତ ସରକାର ଇମ୍ପୋରିୟଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠା ହୋଇଥିଲା । ପରେ ତାହାର ନାମ ରିଜର୍ଭ ବ୍ୟାଙ୍କ ନାମରେ ନାମିତ ହୋଇଥିଲା ।

୧୯୫୬-ଅଗଷ୍ଟ ୪ ତାରିଖରେ ଭାରତ ଏସିଆର ପ୍ରଥମ ନ୍ୟୁକ୍ଲିୟର ରିଆକ୍ଟର ଅପସରା ତିଆରି କରିଥିଲା ।

୧୯୫୮-ମେହବୁବା ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ମଦର ଇଣ୍ଡିଆ ଓସ୍କାର ଆଓ୍ବାର୍ଡ ପାଇଁ ନୋମିନେଟ୍‌ ହୋଇଥିଲା ।

୧୯୫୮– କିଙ୍ଗ୍‌ ଅଫ୍‌ ଇଣ୍ଡିଆନ୍‌ ରୋଡସ କୁହାଯାଉଥିବା ଆମ୍ବାସଡର୍‌ କାରର ବଜାର ପ୍ରବେଶ ହୋଇଥିଲା ।

୧୯୬୦-ଭାରତରେ ଆରମ୍ଭ ହୋଇଥିଲା ସବୁଜ ବିପ୍ଳବ । ଏହା ପରେ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଥିଲା ।

୧୯୬୧– ଜୁଲାଇ ୧ରେ ସଂସଦରେ ପ୍ରଥମ ଥର ଯୌତୁକ ନିଷେଧ ଅଧିନିୟକ ୧୯୬୧ ପାରିତ ହୋଇଥିଲା ।

୧୯୬୩-ଭାରତର ପ୍ରଥମ ରକେଟ୍‌ ଲଞ୍ଚ କରାଯାଇଥିଲା । ଏହା ସହିତ ଭାରତର ପ୍ରଥମ ସ୍ପେସ୍‌ ପ୍ରୋଗ୍ରାମ ଆରମ୍ଭ ହୋଇଥିଲା ।

୧୯୬୪– ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ପରଲୋକ ଘଟିଥିଲା । ଏହା ପରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ହୋଇଥିଲେ ପ୍ରଧାନମନ୍ତ୍ରୀ ।

୧୯୬୫– ଜାନୁଆରୀ ୨୬ ତାରିଖରେ ହିନ୍ଦି ଭାଷା ଭାରତର ଅଧିକାରୀକ ଭାଷା ଭାବେ ପ୍ରତିଷ୍ଠା ଲାଭ କରିଥିଲା ।

୧୯୬୬– ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏବଂ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରା ତାସ୍କକେନ୍‌ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

୧୯୬୭– ଭାରତ ଏବଂ ଚାଇନା ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଯାହାକି ନାଥୁ ଲା ନାମରେ ଜଣାଯାଏ ।

୧୯୬୮– ତାମିଲନାଡୁର କିଜାଭେନମାନୀରେ ୪୪ ଜଣ ଦଳିତଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା ।

୧୯୬୯– ଜୁଲାଇ ୧୯ ତାରିଖରେ ୧୪ଟି ବ୍ୟାଙ୍କର ରାଷ୍ଟ୍ରୀୟକରଣ କରାଯାଇଥିଲା ।

୧୯୭୦-ଏହି ବର୍ଷ ଭାରତରେ ଶ୍ବେତ କ୍ରାନ୍ତି ଆରମ୍ଭ ହେଲା । ଯାହାକି ବିଶ୍ବର ସବୁଠାରୁ ବଡ ଡାଏରୀ ଡେଭଲପମେଣ୍ଟ ପ୍ରୋଗ୍ରାମ ଥିଲା ।

୧୯୭୧– ସେପ୍ଟେମ୍ବର ୨୯ ତାରିଖରେ ଓଡିଶାରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିଲା ଯେଉଁଥିରେ ୧୦ ହଜାର ଲୋକଙ୍କ ଜୀବନ ଯାଇଥିଲା ।

୧୯୭୨– ପାକିସ୍ତାନ ଭାରତ ଆଗରେ ଆତ୍ମସମର୍ପଣ କରିଥିଲା । ପରେ ଶିମଲା ଏଗ୍ରିମେଣ୍ଟ ସ୍ବାକ୍ଷରିତ ହେଲା ।

୧୯୭୩– ମେ ୩୧ ତାରିଖରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନରେ ନିଆଁ ଲାଗି ୪୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

୧୯୭୪-ମେ ୧୮ ତାରିଖରେ ଭାରତ ତାର ପ୍ରଥମ ପରମାଣୁ ବୋମା ତିଆରିରେ ସଫଳ ହୋଇଥିଲା ।

୧୯୭୫-ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭାରତରେ ଏମର୍ଜିନ୍ସି ଘୋଷଣା କରିଥିଲେ । ଯାହା କି ଆଜି ବି ଭାରତ ପାଇଁ ଏକ କଳା ବର୍ଷ ଭାବେ ବିବେଚନା କରାଯାଏ ।

୧୯୭୬– ଏକ ସ୍ବତନ୍ତ୍ର ଅଧିନିୟମ ବଳରେ ପୁରୁଷଙ୍କ ସର୍ବନିମ୍ନ ବିବାହ ବୟସ ୨୧ ଏବଂ ମହିଳାଙ୍କ ବିବାହ ବୟସ ୧୮ବର୍ଷ କରାଯାଇଥିଲା ।

୧୯୭୭– ନଭେମ୍ବର ୨୦ ତାରିଖରେ ଆନ୍ଧପ୍ରଦେଶରେ ଭୟଙ୍କର ଝଡ ହୋଇଥିଲା ଯେଉଁଥିରେ ୧୦ ହଜାର ଲୋକେ ପ୍ରାଣ ହରାଇଥିଲେ । ସେହି ବର୍ଷ ଭାରତରେ ୨୧ ମାସ ଧରି ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ଶେଷ ହୋଇଥିଲା ।

୧୯୭୮– ଭାରତର ପ୍ରଥମ କମ୍ପ୍ୟୁଟର ଏଚସିଏଲ୍‌ ୮ସି ବଜାର ପ୍ରବେଶ କରିଥିଲା ।

୧୯୭୯- ଡିସେମ୍ବର ୧୦ ତାରିଖରେ ମଦର ଟେରେସାଙ୍କୁ ନୋବେଲ ଶାନ୍ତି ପୁସ୍କାର ମିଳିଥିଲା ।

୧୯୮୦– ଏପ୍ରିଲ ୫ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି) ଗଠନ କରାଯାଇଥିଲା । ସେହି ବର୍ଷ ସଞ୍ଜୟ ଗାନ୍ଧିଙ୍କ ଉଡାଜାହଜ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

୧୯୮୧– ଅଗଷ୍ଟ ୨ ତାରିଖରେ ଆଇଟି କମ୍ପାନୀ ଇନଫୋସିସ୍‌ ପ୍ରତିଷ୍ଠା ହୋଇଥିଲା । ବିଷାକ୍ତ ମଦ ପି ବାଙ୍ଗଲୋରରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଥିଲା ।

୧୯୮୨-ଏପ୍ରିଲ ୩୦ ତାରିଖରେ ଦୂରଦର୍ଶନ ପ୍ରଥମ କଲର ଟିଭି ପ୍ରସାରଣ ଆରମ୍ଭ କରିଥିଲା ।

୧୯୮୩-କପିଳ ଦେବଙ୍କ ଅଧିନାୟକତ୍ବରେ ଜୁନ ୨୫ ତାରିଖରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ଚାମ୍ପିୟନ ହୋଇଥିଲା ।

୧୯୮୪– ପ୍ରଥମ ଥର ପାଇଁ ରାକେଶ ଶର୍ମା ମହାକାଶକୁ ଯାଇଥିଲେ । ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ୧ ନଭେମ୍ବରରୁ ୪ ନଭେମ୍ବର ଯାଏ ଶିଖ ଦଙ୍ଗା ଦେଶବ୍ୟାପୀ ଚହଳ ପକାଇଥିଲା । ପ୍ରାୟ ୮ ହଜାର ଶିଖଙ୍କୁ ହତ୍ୟା କରାଯାଇଥିଲା ।

୧୯୮୫– ଜୁନ ୨୩ ତାରିଖରେ ଏୟାର ଇଣ୍ଡିଆ ବିମାନ ୩୧ ହଜାର ଫୁଟ ଉଚ୍ଚରେ ଜଳିଯାଇଥିଲା ଯେଉଁଥିରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ପାକିସ୍ତାନକୁ ହରାଇ ବିଶ୍ବ ଚାମ୍ପିୟନସିପ୍‌ କ୍ରିକେଟ ଜିତିଥିଲା ଭାରତ ।

୧୯୮୬-ଦେଶରେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍‌ ଆରମ୍ଭ ହୋଇଥିଲା ।

୧୯୮୭-ଭାରତ ଏବଂ ଚୀନ ମଧ୍ୟରେ ପୁଣି ଆରମ୍ଭ ହେଲା ବିବାଦ ।

୧୯୮୮-ଭୋଟ ଦେବାର ବୟସ ସୀମା ୨୧ ରୁ ୧୮ କରାଯାଇଥିଲା । ବିଶ୍ବନାଥ ଆନନ୍ଦ ଚେସରେ ଭାରତ ପାଇଁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଜିତିଥିଲେ । ବିହାର ଭୂମିକମ୍ପରେ ୧୪୫୦ ଜଣଙ୍କ ମୃତ୍ୟୁ ଘଟିଥିଲା

୧୯୮୯-ଇନ୍ଦିରା ଗାନ୍ଧିଙ୍କ ୨ ହତ୍ୟାକାରୀଙ୍କୁ ତିହାର ଜେଲରେ ଫାଶିରେ ଝୁଲାଇ ଦିଆଯାଇଥିଲା । ଡିସେମ୍ବର ୨ରେ ଭିପି ସିଂହ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ ।

୧୯୯୦–କାଶ୍ମୀରରେ ହିନ୍ଦୁଙ୍କ ଉପରେ ଆରମ୍ଭ ହେଲା ଅତ୍ୟାଚାର । ପ୍ରାୟ ଦେଢ ଲକ୍ଷ କାଶ୍ମୀରୀ ସେଠାରୁ ଛାଡି ପଳାଇଥିଲେ । କୁଏତରୁ ୧ ଲକ୍ଷ ୭୫ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଚନ୍ଦ୍ର ଶେଖର ହେଲା ପ୍ରଧାନମନ୍ତ୍ରୀ ।

୧୯୯୧–ମେ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁରେ ନିର୍ବାଚନ ପ୍ରଚାର ବେଳେ ହତ୍ୟା କରାଯାଇଥିଲା । ଜୁନ ୨୧ରେ ପ୍ରଧାନମନ୍ତ୍ରୀ ହେଲା ପିଭି ନରସୀମା ରାଓ ।

୧୯୯୨–କଟକରେ ବିଷାକ୍ତ ମଦ ପିଇ ୨୦୦ ଲୋକଙ୍କ ମୃତ୍ୟୁ । ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦକୁ ଭାଙ୍ଗିଥିଲେ ବିଶ୍ବ ହିନ୍ଦୁ ପରିଷଦ କର୍ମୀ ।

୧୯୯୩–ପ୍ରଥମ ଥର PSLV-D1 ରକେଟ୍‌ ପ୍ରେରଣ କରାଯାଇଥିଲା । ମୁମ୍ବାଇ ବିସ୍ଫୋରଣରେ ୨୬୦ ଜଣ ପ୍ରାଣ ହରାଇଥିଲେ ।

୧୯୯୪–ମେ ୨୦ରେ ମିସ୍‌ ୟୁନିଭର୍ସ ହେଲେ ସୁସ୍ମିତା ସେନ୍‌ । ଐଶ୍ବର୍ଯ୍ୟା ରାୟ ନଭେମ୍ବର ୧୯ରେ ମିସ୍‌ ଓ୍ବାର୍ଲଡ୍‌ ହୋଇଥିଲେ । ସଲମାନ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଚଳଚିତ୍ର ହମ୍‌ ଆପ୍‌ କେ ହେ କୌନ ପ୍ରଥମ ଚଳଚିତ୍ର ଭାବେ ୧୦୦ କୋଟି ବ୍ୟବସାୟ କରିଥିଲା ।

୧୯୯୫–ପ୍ରଥମ ମୋବାଇଲ କଲ ଜୁଲାଇ ୩୧ ତାରିଖରେ କରାଯାଇଥିଲା । ବମ୍ବେ ମୁମ୍ବାଇ ଭାବେ ପରିଚିତ ହେଲା ।

୧୯୯୬-ଦେଶର ପ୍ରଥମ ଇଲେକଟ୍ରିକ ବାହନ ଲଞ୍ଚ କରାଯାଇଥିଲା । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଅଟଳ ବିହାରୀ ବାଜପେୟୀ । କାଶ୍ମୀରରେ ୧୯୪ ତୀର୍ଥଯାତ୍ରୀଙ୍କୁ ହତ୍ୟା ।

୧୯୯୭-କେ ଆର ନାରାୟଣ ଭାରତର ରାଷ୍ଟ୍ରପତି ନିର୍ବାଚିତ । ସେପ୍ଟେମ୍ବର ୫ରେ ମଦର ଟେରେସାଙ୍କ ହୃଦଘାତରେ ପରଲୋକ ।

୧୯୯୮–ଭାରତ ପ୍ରଥମ ଥର ପରମାଣୁ ବୋମା ପରୀକ୍ଷଣ କରିଥିଲା । ଏହା ପରେ ଭାରତର ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେଲା । ପୋଖରାନରେ ୩ଟି ପରମାଣୁ ବୋମା ପରୀକ୍ଷଣ କଲା ଭାରତ ।

୧୯୯୯-ଗ୍ରାହାମ ଷ୍ଟେନ ଏବଂ ତାଙ୍କ ୨ ପୁଅଙ୍କୁ କେନ୍ଦୁଝର ଜିଲ୍ଲାରେ ଗାଡି ଭିତରେ ଜିଅନ୍ତା ଜାଳିଦିଆଗଲା । ରାଜୀବ ଗାନ୍ଧିଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ୨୬ ଜଣଙ୍କୁ ଫାଶିଦଣ୍ଡାଦେଶ । ଜୁଲାଇ ୧୧ ତାରିଖରେ କାର୍ଗିଲ ଯୁଦ୍ଧ ଜିତିଲା ଭାରତ । ଅକ୍ଟୋବର ୧୩ରେ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହେଲେ। ଓଡିଶାରେ ଭୟଙ୍କର ବାତ୍ୟା ଫଳରେ ୯୮୮୫ ଜଣଙ୍କର ମୃତ୍ୟୁ । ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା ବିମାନକୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ବଦଳରେ ୩୫ ଜଣ ଆତଙ୍କବାଦୀଙ୍କ ମୁକ୍ତି ଏବଂ ୨୦୦ ମିଲିୟନ ଡଲାର ମାଗିଥିଲେ ।

୨୦୦୦–ମାର୍ଚ୍ଚ ୨୦ରେ କାଶ୍ମୀରରେ ୩୬ ଶିଖଙ୍କୁ ହତ୍ୟା । ମିସ ୟୁନିଭର୍ସ ହେଲେ ଲାରା ଦତ୍ତ । ଡିସେମ୍ବର ୧ରେ ମିସ ଓ୍ବାର୍ଲଡ ହେଲେ ପ୍ରିୟଙ୍କା ଚୋପ୍ରା ।

୨୦୦୧– ଜାନୁଆରୀ ୯ରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଆଲହାବାଦର କୁମ୍ଭମେଳାରେ ୧୦ କୋଟି ଶ୍ରଦ୍ଧାଳୁଙ୍କ ସମାଗମ । ଗୁଜୁରାଟ ଭୂମିକମ୍ପରେ ପ୍ରାୟ ୨୦,୦୨୩ ଜଣଙ୍କ ମୃତ୍ୟୁ । ଅକ୍ଟୋବର ୭ରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହେଲେ ।

୨୦୦୨– ଫେବୃଆରୀ ୨୭ରେ ଗୋଧ୍ରାର ଏକ ଟ୍ରେନରେ ୫୯ ହିନ୍ଦୁଙ୍କୁ ଜୀବନ୍ତ ଜାଳିଦେଲେ । ଫେବୃଆରୀ ୨୮ରେ ଗୁଜରାଟ ଦଙ୍ଗା ଘଟଣାରେ ୫୦୦ ଜଣଙ୍କୁ ହତ୍ୟା । ଜୁଲାଇ ୨୫ରେ ଭାରତର ରାଷ୍ଟ୍ରପତି ହେଲେ ଡକ୍ଟର ଏପିଜେ ଅବଦୁଲ କାଲାମ । ଡିସେମ୍ବର ୨୨ରେ ଦ୍ବିତୀୟ ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେଲା ମୋଦି ।

୨୦୦୩– ଅଗଷ୍ଟ ୨୫ ମୁମ୍ବାଇ ବିସ୍ଫୋରଣରେ ୫୨ ଜଣଙ୍କ ମୃତ୍ୟୁ ।

୨୦୦୪– ମେ ୧୩ରେ ଏନଡିଏ ମେଣ୍ଟର ଅପ୍ରତ୍ୟାସିତ ପରାଜୟ । ଆଶ୍ଚର୍ଯ୍ୟଜନକ ଭାବେ ଜିତିଲା କଂଗ୍ରେସ । ମେ ୨୦ରେ ପ୍ରଧାନମନ୍ତ୍ରୀ ହେଲେ ମନମୋହନ ସିଂହ । ଅକ୍ଟୋବର ୧୮ରେ ବିରାପ୍ପାନକୁ ହତ୍ୟା । ଡିସେମ୍ବର ୨୬ରେ ସାଉଥ ଏସିଆରେ ଭୟଙ୍କର ଭୂକମ୍ପ, ୧୮ ହଜାର ଲୋକଙ୍କ ମୃତ୍ୟୁ ।

୨୦୦୫– ସଂସଦରେ RTI ଆକ୍ଟ ପାସ୍‌ । କନରେଗା ଯୋଜନାର ଶୁଭାରମ୍ଭ । ଦିଲ୍ଲୀ ବିସ୍ଫୋରଣରେ ୬୧ ଜଣଙ୍କ ମୃତ୍ୟୁ ।

୨୦୦୬-ମାର୍ଚ୍ଚ ୭ରେ ବାରାଣସୀରେ ଆତଙ୍କବାଦୀ ଆକ୍ରମଣ, ୧୫ ଜଣଙ୍କ ମୃତ୍ୟୁ । ମିରୁଟର ଭିକ୍ଟୋରିଆ ପାର୍କରେ ଅଗ୍ନିକାଣ୍ଡ, ୧୦୦ ମୃତ ।

୨୦୦୭– ଜୁଲାଇ ୧୯ରେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେଲେ ପ୍ରତିଭା ପାଟିଲ । ଧୋନୀଙ୍କ ନେତୃତ୍ବରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଜିତିଲା ଭାରତ ।

୨୦୦୮-ବେଜିଂ ଅଲମ୍ପିକରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଲେ ସୁଟର ଅଭିନବ ବିନ୍ଦ୍ରା । ନଭେମ୍ବର ୨୬ରେ ମୁମ୍ବାଇରେ ଭୟଙ୍କର ବିସ୍ଫୋରଣ, ୧୭୫ ଜଣଙ୍କ ମୃତ୍ୟୁ ।

୨୦୦୯– ମେ ୧୯ରେ ପୁଣି ଭାରତର ପ୍ରଧାନମନ୍ତ୍ରୀ ହେଲା ମନମୋହନ ସିଂହ । ମେ ୨୧ରେ ୧୬ ଜଣ ପୋଲିସ କର୍ମୀଙ୍କୁ ହତ୍ୟାକଲେ କମ୍ୟୁନିଷ୍ଟ ପାର୍ଟି କର୍ମୀ । ୟୁପିରେ ଜାପାନିଜ ଏନସେଫାଲାଇଟ୍ସରେ ୨୦୦ ଶିଶୁଙ୍କୁ ମୃତ୍ୟୁ । ଜୁଲାଇ ୨୬ରେ ସ୍ବଦଶୀ ନ୍ୟୁକ୍ଲିୟର ସବମରୀନ INS Arihant ଲଞ୍ଚ ହେଲା ।

୨୦୧୦– ଦିଲ୍ଲୀରେ ଆୟୋଜିତ କମନଓ୍ବେଲଥ୍‌ ଗେମରେ ଭାରତ ୧୦୦ରୁ ଅଧିକ ମେଡାଲ ଜିତିଲା ।
୨୦୧୧– ଏପ୍ରିଲ ୨ରେ ଦ୍ବିତୀୟ ଥର ପାଇଁ ଦିନିକିଆ କ୍ରିକେଟ ଚାମ୍ପିୟନ ହେଲା ଭାରତ । ଅଜମଲ କସାବକୁ ଫାଶି ଦଣ୍ଡ । ସାବରିମାଳା ମନ୍ଦିରରେ ଦଳାଚକଟାରେ ୧୦୨ ଜଣଙ୍କ ମୃତ୍ୟୁ ।

୨୦୧୨-ଭାରତରେ ୪ଜି ସେବା ଆରମ୍ଭ । ଜୁଲାଇ ୨୨ରେ ରାଷ୍ଟ୍ରପତି ହେଲେ ପ୍ରରବ ମୁଖାର୍ଜୀ । ଲଣ୍ଡନ ଅଲିମ୍ପିକ ଭାରତ ୬ଟି ପଦକ ଜିତିଲା । ୨୧ ନଭେମ୍ବରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବକୁ ଫାଶି ।

୨୦୧୩– ହାଇଦ୍ରାବାଦରେ ଆତଙ୍କୀ ଆକ୍ରମଣ, ୧୭ ଜଣଙ୍କ ମୃତ୍ୟୁ । ନଭେମ୍ବର ୧୪ରେ କ୍ରିକେଟରୁ ଅବସର ନେଲେ ସଚିନ ତେନ୍ଦୁଲକର ।

୨୦୧୪– ମେ ୨୬ରେ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି । PSLV-C23 ଲଞ୍ଚ କଲା ଇସ୍ରୋ । ଅକ୍ଟୋବର ୨ରେ ଆରମ୍ଭ ହେଲା ସ୍ବଚ୍ଛ ଭାରତ ଅଭିଯାନ ।

୨୦୧୫– ମାର୍ଚ୍ଚ ୨୭ରେ ଅଟଳ ବିହାରୀ ବାଜପେୟୀଙ୍କୁ ଭାରତ ରତ୍ନ ପ୍ରଦାନ । ମଣିପୁରରେ ଆତଙ୍କୀ ଆକ୍ରମଣ, ୨୦ ଯବାନ ସହିଦ । ଅଗଷ୍ଟ ୮ରେ ଭଣ୍ଡ ସାରଥୀର ମୁଖା ଖୋଲିଥିଲା ।

୨୦୧୬– ଏପ୍ରିଲ ୫ରେ ରାଜ୍ୟରେ ମଦ ବ୍ୟାନ୍‌ କଲା ବିହାର । ସେପ୍ଟେମ୍ବର ୧୮ରେ ଉରୀରେ ଆକ୍ରମଣ କଲେ ଆତଙ୍କୀ । ଯେଉଁଥିରେ ୧୯ ଜଣ ଭାରତୀୟ ଯବାନ ସହିଦ । ଜବାବରେ ସେପ୍ଟେମ୍ବର ୨୯ରେ ପାକିସ୍ତାନ ଭିତରେ ପଶି ମାରିଲା ଭାରତୀୟ ସେନା । ଯେଉଁଥିରେ ୭୦ ଆତଙ୍କୀ ନିହତ ହୋଇଥିଲେ ।

୨୦୧୭– ଜୁଲାଇ ୧ରେ ଭାରତରେ ଲାଗୁହେଲା ଦ୍ରବ୍ୟ ଏବଂ ସେବା କର (GST) । ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାମନାଥ କୋବିନ୍ଦ । ତିନି ତଲାକକୁ ଅସାମ୍ବିଧାନିକ ଘୋଷଣା କଲେ ସୁପ୍ରିମକୋର୍ଟ ।

୨୦୧୮– ଜାନୁଆରୀ ୨୦ରେ ବ୍ଲାଇଣ୍ଡ ବିଶ୍ବକପ କ୍ରିକେଟ୍‌ ଜିତିଲା ଭାରତ । ଅଗଷ୍ଟ ୧୬ରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ।

୨୦୧୯-ଫେବୃଆରୀରେ ଭାରତୀୟ ସେନାରେ ସାମିଲ ହେଲା ତେଜସ୍‌ । ଫେବୃଆରୀ ୧୪ରେ ଜାମ୍ମୁ କାଶ୍ମୀର ପୁଲଓ୍ବାମାରେ ଆକ୍ରମଣ କଲେ ଆତଙ୍କୀ । ସହିଦ ହେଲେ ୪୦ ଭାରତୀୟ ଯବାନ । ଏହାର ଜବାବରେ ଭାରତ ପକ୍ଷରୁ ବାଲାକୋଟ ଷ୍ଟ୍ରାଇକ୍‌ କରାଯାଇଥିଲା । ଯେଉଁଥିରେ ୩୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହୋଇଥିଲେ । ମେ ୩୦ରେ ପୁଣି ପ୍ରଧାନମନ୍ତ୍ରୀ ହେଲେ ମୋଦି । ସେପ୍ଟେମ୍ବର ୬ରେ ଭାରତ ଲଞ୍ଚ କଲା ଚନ୍ଦ୍ରଯାନ-୨, ସଫଳ ହେଲା ଉତକ୍ଷେପଣ କିନ୍ତୁ ଲ୍ୟାଣ୍ଡ ବେଳେ ହେଲା କ୍ରାସ୍‌ । ନଭେମ୍ବର ୯ରେ ରାମ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷଙ୍କ ବିଜୟ । ଡିସେମ୍ବର ୧୧ରେ ସଂସଦରେ ପାସ୍‌ ହେଲା ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ।

୨୦୨୦-ଜାନୁଆରୀ ୩୦ରେ ଭାରତରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ । ଫେବୃଆରୀ ୨୯ରେ ଦିଲ୍ଲୀରେ ଦଙ୍ଗା, ୫୩ ଜଣଙ୍କ ମୃତ୍ୟୁ । ତିହାର ଜେଲରେ ଫାଶିରେ ଝୁଲିଲେ ୨୦୧୨ ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଅଭିଯୁକ୍ତ। ମାର୍ଚ୍ଚ ୨୪ରେ ଭାରତରେ ଲାଗୁହେଲା ୨୧ ଦିନିଆ ଲକଡାଉନ୍‌ । ପରେ ତାହା ପୁଣି ବୃଦ୍ଧି କରାଗଲା । ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା । ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଲେ ଏମଏସ ଧୋନୀ ।

୨୦୨୧– ଜାନୁଆରୀ ୧୬ରୁ ଆରମ୍ଭ ହେଲା ଟିକାକରଣ । ଅଗଷ୍ଟ ୧ରେ ଟୋକିଓ ଅଲିମ୍ପିକରେ ସିଲଭର ମେଡାଲ ଜିତିଲେ ପିଭି ସିନ୍ଧୁ । ଅଗଷ୍ଟ ୭ରେ ଜାଭେଲିନ ଥ୍ରୋରେ ଗୋଲ୍ଡ ମେଡାଲ ଜିତିଲେ ନୀରଜ ଚୋପ୍ରା । ଅକ୍ଟୋବର ୨ରେ ଡ୍ରଗ୍ସ ଲିଙ୍କରେ ଗିରଫ ହେଲା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଅକ୍ଟୋବର ୨୧ରେ ଭାରତରେ ୧୦୦ କୋଟି ଟିକାକରଣ ।

୨୦୨୨-ମାର୍ଚ୍ଚ ୧୦ରେ ୪ ରାଜ୍ୟରେ ପୁଣି ବିଜୟୀ ହେଲା ବିଜେପି । ମାର୍ଚ୍ଚ ୧୧ରେ କାଶ୍ମୀର ଫାଇଲ୍ସ ରିଲିଜ । ବିଭିନ୍ନ ସରକାରଙ୍କ ଦ୍ବାରା ଟ୍ୟାକ୍ସ ଫ୍ରି ଘୋଷଣା । ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗର ବୀରଭୂମରେ ୮ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା । ଜୁନ ୧୩ରେ ନେସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ ସମନ ଜାରିକଲା ଇଡି । ଜୁନ ୩୦ରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା । ଜୁଲାଇ ୫ରେ ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଧେ । ଜୁଲାଇ ୨୫ରେ ରାଷ୍ଟ୍ରପତି ହେଲେ ଓଡିଶାର ଦ୍ରୌପଦୀ ମୁର୍ମୁ ।

 

Leave a Reply

Your email address will not be published. Required fields are marked *