Admin

୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ, ଆଲିୟା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ,

ନୂଆଦିଲ୍ଲୀ, ୧୮/୧୦ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ଭାରତୀୟ ସିନେମା ଜଗତକୁ ଶ୍ରେଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଗତ ଅଗଷ୍ଟ ମାସରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ ଯୋଗୁ ଏହି ସମ୍ମାନ ବର୍ଷେ ପଛୁଆ ଅନୁଷ୍ଠିତ ହେଉଛି । ଚଳିତ ଥରର ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି…

Read More

ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ କ୍ୟାଟେଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହେଲା ଫିଲ୍ମ ବାଘ ବଜାରୀ

ଭୁବନେଶ୍ୱର, ୧୫/୧୦ : ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲ୍ କଟକରେ ଫିଚର ଫିଲ୍ମ କ୍ୟାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶନା ଭାବରେ ଫିଲ୍ମ ବାଘ ବଜାରୀ ଡ୍ୟାନ୍ସ ଅଫ ଟାଇଗର୍ସ ସମ୍ମାନିତ ହୋଇଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ…

Read More

କଡ଼ାକଡ଼ି ହେବ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ

ଭୁବନେଶ୍ଵର, ୧୪/୧୦ : ଏଣିକି କଲେଜରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରୀ । ଉପସ୍ଥାନ କମ୍‌ ହେଲେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଦରକାର ପଡ଼ିଲେ ସେମାନଙ୍କୁ ଗୋଟିଏ ବର୍ଷ ଡ୍ରପ୍‌ କରାଯିବ । ଏପରି କଡ଼ା ଆଭିମୁଖ୍ୟ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ସମସ୍ତ ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ, ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାଗିଛି ଉଚ୍ଚଶିକ୍ଷା ବିଭାଗ। ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରି…

Read More

ଇଣ୍ଟର୍ଣ୍ଣସିପ୍‌ କରିବେ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୪/୧୦ : ସ୍ନାତକ ଛାତ୍ରଛାତ୍ରୀ କରିବେ ଇଣ୍ଟର୍ଣ୍ଣସିପ୍‌ । ଏହାକୁ ବାଧ୍ୟତାମୂଳକ କରିବାକୁ ଏକ ରୁଲ୍‌ ଡ୍ରାପ୍ଟ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଗବେଷଣାର ଗୁରୁତ୍ୱ ବଢିବା ସହ କ୍ରେଡିଟ୍‌ ବୃଦ୍ଧି ପାଇବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରତି ଉଚ୍ଚଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି…

Read More

୧୦ ବର୍ଷ ମଧ୍ୟରେ ମହିଳା ଉପରେ ୭୫ ପ୍ରତିଶତ ବୃଦ୍ଧି ପାଇଛି ଅପରାଧ, ସମାଜରେ କେତେ ସୁରକ୍ଷିତ ଝିଅ ?

ନୂଆଦିଲ୍ଲୀ, ୧୨/୧୦ : ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଝିଅମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ସମାଜକୁ ଅବଗତ କରାଇବା ଏବଂ ସେମାନଙ୍କର ଅଧିକାର ରକ୍ଷା କରିବା, କିନ୍ତୁ ଝିଅମାନଙ୍କ ସୁରକ୍ଷା ବିଷୟରେ ଆମେ କେତେ ସଚେତନ ? ଆମ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ଦୁଇ ଦଶନ୍ଧି ଧରି ଘରୁ ପାଦ କାଢିଛନ୍ତି। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପରିଚୟ ପ୍ରତିଷ୍ଠା କରୁଛନ୍ତି। କୌଣସି ପ୍ରତିବନ୍ଧକ ବିନା ଜୀବନ ବଞ୍ଚିବାକୁ…

Read More

ରେଳବାଇର ‘ମାତୃଶକ୍ତି’କୁ ଉପହାର, ଦୁର୍ଗା ପୂଜା ପୂର୍ବରୁ ମହିଳା ସ୍ପେଶାଲ ପ୍ରଥମ ଶ୍ରେଣୀର କୋଚ୍‌ ଆରମ୍ଭ

କୋଲକାତା, ୦୯/୧୦ : ଦୁର୍ଗା ପୂଜା ପୂର୍ବରୁ ମହିଳା ସ୍ପେଶାଲ ଏକ କୋଚ୍‌କୁ ପ୍ରଥମ ଶ୍ରେଣୀ କୋଚ୍‌ ଭାବରେ ରୂପାନ୍ତରିତ କରାହୋଇଛି । ପୂର୍ବ ରେଳବାଇ ପ୍ରଥମ ଶ୍ରେଣୀ କୋଚଙ୍କୁ ସିଆଲଦାରାଣାଘାଟ ମାତୃଭୁମୀ ସ୍ୱତନ୍ତ୍ର ଟ୍ରେନରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ପରିଚିତ କରିବାକୁ ଯାଉଛି । ଯଦିଓ ରେଳବାଇ କହିଛି ଯେ ଏହି ବ୍ୟବସ୍ଥା ହେଉଛି ‘ମାତୃଶକ୍ତି’କୁ ଉପହାର ଅର୍ପଣ କରିବା, ମହିଳା ଯାତ୍ରୀମାନେ ଏହି ଯୋଜନାକୁ ନେଇ କ୍ଷୁବ୍ଧ ଅଛନ୍ତି । ଏହାକୁ ନେଇ ବିତର୍କ…

Read More

କନ୍ୟା ସନ୍ତାନ ହେଲେ ମାଆଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ଵର, ୦୮/୧୦ : ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲା ସ୍ଥିତ ମାତୃଶ୍ରୀ ହସ୍‌ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଶ୍ରାବଣୀକା ରେଡ୍ଡୀ ନିଜର ମହତ ପ୍ରୟାସ ଲାଗି ଖୁବ୍‌ ପ୍ରଶଂସା ସାଉଁଟୁଛନ୍ତି । କନ୍ୟା ସନ୍ତାନର ଜନନୀ ହେଉଥିବା ମହିଳାଙ୍କୁ ସେ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି । ଉଭୟ ସ୍ୱାଭାବିକ ଓ ସର୍ଜରୀ ମାଧ୍ୟମରେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କର ସେ ମାଗଣା ଚିକିତ୍ସା କରୁଛନ୍ତି । ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଭଲଭାବେ ବୁଝୁଥିବା…

Read More

ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ ପାଇବେ ୫ ଯୁବ ପରିବେଶ ଯୋଦ୍ଧା

ଭୁବନେଶ୍ଵର, ୦୭/୧୦ : ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଗୌରବାନ୍ୱିତ କରିଛନ୍ତି ଭାରତର ୫ ଯୁବ ପରିବେଶ ଯୋଦ୍ଧା । ସମଗ୍ର ବିଶ୍ୱର ୧୭ ପରିବେଶ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସାମିଲ ଏହି ୫ କିଶୋର କିଶୋରୀ ପାଇବେ ଇଣ୍ଟର୍‌ନ୍ୟାସନାଲ ୟଙ୍ଗ୍‌ ଇକୋହିରୋ ଆୱାର୍ଡ- ୨୦୨୩ । । ବିଶ୍ୱର ସବୁଠୁ ବଡ଼ ପରିବେଶ ସମସ୍ୟାଗୁଡ଼ିକର ନିୟନ୍ତ୍ରଣ ଲାଗି ନେଇଥିବା ପଦକ୍ଷେପ ନିମନ୍ତେ ସେମାନେ ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିବେ । ଆମେରିକାର ଅଣ-ଲାଭକାରୀ ସଂଗଠନ ‘ଆକ୍ସନ୍‌ ଫର୍‌…

Read More

ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରର ମଙ୍ଗ ଧରିଥିଲେ ପଦ୍ମଶ୍ରୀ ଶୈଳବାଳା ଦାସ, ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିବା ପ୍ରଥମ ଓଡ଼ିଆ ମହିଳା

ଭୁବନେଶ୍ଵର, ୦୭/୧୦ : ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳା ଦାସଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଜଣେ ନିଷ୍ଠାପର ସମାଜସେବୀ ଥିଲେ। ସେ ୩ ଅପ୍ରେଲ ୧୯୫୨ରୁ ୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କ ନାମରେ ନାମିତ ହୋଇଛି । ୧୮୯୨ ମସିହାରେ ମଧୁସୂଦନ ଦାସ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ଶୈଳବାଳା କୋଲ୍‌କାତାର ଭବାନୀପୁରସ୍ଥିତ…

Read More

ପ୍ରତି ନାରୀଙ୍କୁ ଧାରଣ କରିବା ଉଚିତ୍ ନବଦୁର୍ଗାଙ୍କ ଏହି ଗୁଣ, ପରିବାର ଏବଂ ସମାଜରେ ମିଳିବ ସମ୍ମାନ

ଭୁବନେଶ୍ଵର, ୬/୧୦ : ଶାରଦୀୟ ନବରାତ୍ରୀ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେଉଛି। ଏହି କ୍ରମରେ ୨୩ ତାରିଖରେ ମହାନବମୀ ପାଳନ ହେବ। ନବରାତ୍ରୀରେ ମା ଦୁର୍ଗାଙ୍କ ନଅଟି ସ୍ଵରୂପକୁ ପୂଜା କରାଯାଏ। ଏହି ନଅ ସ୍ଵରୂପ ନଅ ଗୁଣର ପ୍ରତୀକ। ଧର୍ଯ୍ୟ, ସହନଶୀଳତା, ଭକ୍ତି, ଶକ୍ତି, ତପସ୍ୟା, ସାହସ, ଧର୍ମ, ପବିତ୍ରତା ଏବଂ ସିଦ୍ଧିର ମହତ୍ତ୍ଵକୁ ବୁଝାଇବା ପାଇଁ ଏହି ନଅ ସ୍ଵରୂପକୁ ପୂଜା କରାଯାଏ। ତେଣୁ ନାରୀମାନେ ମାଆଙ୍କର ଏହି ନଅ…

Read More