ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫କି.ମି ପଦଯାତ୍ରା କରୁଛନ୍ତି କେରଳର ୬୫ ବର୍ଷୀୟା ନାରାୟଣୀ
ନୂଆଦିଲ୍ଲୀ : ଜୀବନରେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏକଥା କେରଳର କାସରାଗୋଡରେ ରହୁଥିବା ନାରାୟଣୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନୀରୁ ଜାଣିବାକୁ ମିଳେ। ଗତ ୫୦ ବର୍ଷ ଧରି ସେ ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରା ସକାଳ ସାଢେ଼ ୪ଟାରୁ ଆରମ୍ଭ ହୁଏ ଏବଂ ସକାଳ ସାଢେ଼ ୬ଟାରେ ସେ ପିଲାମାନଙ୍କ ଘରେ ପହଞ୍ଚି ଯାଆନ୍ତି। ସେ ପିଲାମାନଙ୍କୁ ପାଠ ପଢାଇବା ପରେ ରାତିରେ ଘରକୁ ଫେରନ୍ତି।…
