୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ, ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ୧୧/୦୯ : ୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ କଣ୍ଟ୍ରୋଲର ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍। ତେବେ ଏହା ପୂର୍ବରୁ ସେପ୍ଟେମ୍ଵର ୬ରେ ଡିସିଜିଆଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଇଣ୍ଟ୍ରାନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ପାଇଁ ମଞ୍ଜୁରି ଦେଇଥିଲା। ଭାରତ ବାୟୋଟେକ୍‌ର ସୂଚନା ଅନୁଯାୟୀ, ଏହି ନାଜାଲ୍ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭିନ୍ନ ଏବଂ…

Read More

ଜନଶୂନ୍ୟ ହେବାକୁ ବସିଥିଲା ଗାଁ, ରୂପରେଖ ବଦଳାଇଦେଲେ ୩୦ ମହିଳା, ଏବେ ଗାଁକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ…

ନୂଆଦିଲ୍ଲୀ, ୦୨/୦୯ : ଧୀରେଧୀରେ ଜନଶୂନ୍ୟ ହେବାକୁ ବସିଥିଲା ଗାଁ। ଜୀବିକା ପାଇଁ ଗାଁ ଛାଡ଼ି ଚାଲିଯାଉଥିଲେ ଯୁବକ। ହେଲେ ୩୦ ମହିଳାଙ୍କ ଏଭଳି ଅଭିନବ ପ୍ରୟାସ ଯୋଗୁଁ ଏବେ ହସି ଉଠୁଛି ଗାଁ। ନିଜ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ। ଉତ୍ତରାଖଣ୍ଡର ବାଗେଶ୍ଵର ଜିଲ୍ଲାରେ ଥିବା ଲିତି ଗ୍ରାମ ଏବେ ଚର୍ଚ୍ଚାରେ। ସୂଚନାନୁଯାୟୀ, ବାଗେଶ୍ଵର ଜିଲ୍ଲାର ଲିତି ଗ୍ରାମର ଲୋକମାନେ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଚାଲିଯାଉଥିଲେ। ଫଳରେ ଧୀରେଧୀରେ ଗାଁ ଜନଶୂନ୍ୟ ହେବାକୁ…

Read More

୧୪ ବର୍ଷରେ କରିଥିଲେ ବିବାହ… ଜୀବନର ଗତିପଥ ବଦଳାଇଦେଲା ଏକ ଛୋଟ ଘଟଣା, ଆଇପିଏସ୍ ଅଫିସର ହେଲେ ଅମ୍ଵିକା

  ନୂଆଦିଲ୍ଲୀ, ୩୧/୦୮ : କଥାରେ ଅଛି ସମୟ ନଦେଖି ପରିଶ୍ରମ କରିଚାଲ, ଦେଖିବ ଦିନେ ନା ଦିନେ ସଫଳତା ତୁମ ଚରଣ ସ୍ପର୍ଶ କରିବ। ଏହି କଥାକୁ ପ୍ରମାଣିତ କରିଛନ୍ତି ଆଇପିଏସ୍ ଅଫିସର ଏନ୍ ଅମ୍ଵିକା। ତାମିଲନାଡ଼ୁରେ ରହୁଥିବା ଏନ ଅମ୍ଵିକା ମାତ୍ର ୧୪ ବର୍ଷ ବୟସରେ ବାଲ୍ୟ ବିବାହ କରିଥିଲେ। ଏହାପରେ ୧୮ ବର୍ଷ ବୟସରେ ସେ ମାଆ ହୋଇଥିଲେ। ସେ ତାଙ୍କର ବୈବାହିକ ଜୀବନକୁ ନେଇ ବେଶ୍ ଖୁସି ଥିଲେ। ହେଲେ ହଠାତ୍…

Read More

ଚର୍ଚ୍ଚାରେ ବିହାରର ଲେଡି କନଷ୍ଟେବଳ ବବଲି, କନଷ୍ଟେବଳରୁ ହେବେ ସିଧା ଡିଏସପି

ନୂଆଦିଲ୍ଲୀ, 27/08 : ଚର୍ଚ୍ଚାରେ ବିହାରର ଲେଡି କନଷ୍ଟେବଳ ବବଲି। କନଷ୍ଟେବଳରୁ ହେବେ ସିଧା ଡିଏସପି। ବବଲି କନଷ୍ଟେବଳ ଚାକିରୀ କରିବା ସହ ବିପିଏସସିର ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। ତୃତୀୟ ଚେଷ୍ଟାରେ ସେ ସଫଳତା ହାସଲ କରିଛନ୍ତି। ସୂଚନାନୁଯାୟୀ, ବବଲିଙ୍କର ଏକ 7 ମାସର ଝିଅ ଅଛି। ଝିଅର ଦେଖାଶୁଣା କରିବା ସହ ଚାକିରୀ ଏବଂ ବିପିଏସସି ପାଇଁ ନିଜକୁ ପ୍ରସ୍ତୁତ କରିବା ସହଜ ନଥିଲା। ତଥାପି ମଧ୍ୟ ସେ ହାର୍ ମାନିନଥିଲେ। ତାଙ୍କର…

Read More

ଚିନାବାଦାମ ଚୋପାରେ ଜୈବକୁଣ୍ଡ ପ୍ରସ୍ତୁତ କରୁଛନ୍ତି ହାଇସ୍କୁଲ ଛାତ୍ରୀ, ପରିବେଶକୁ ପଲିଥିନ୍ ମୁକ୍ତ କରିବାକୁ ପ୍ରୟାସ

ନୂଆଦିଲ୍ଲୀ, 25/08 : ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜୈବ ବିଘଟନ ଯୋଗ୍ୟ କୁଣ୍ଡ ପ୍ରସ୍ତୁତ କରି ଚର୍ଚ୍ଚାରେ ହାଇଦ୍ରାବାଦର ଛାତ୍ରୀ ଏ ଶ୍ରୀଜା। ପରିବେଶକୁ କିଭଳି ପଲିଥିନ୍ ମୁକ୍ତ କରିହେବ ସେହି ଦିଗରେ ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କର ପ୍ରଶଂସାର ପାତ୍ରୀ ହୋଇଛନ୍ତି ଶ୍ରୀଜା। ଚିନାବାଦାମ ଚୋପାରେ ସେ ଜୈବ କୁଣ୍ଡ ପ୍ରସ୍ତୁତ କରୁଛନ୍ତି । ଫଳରେ ଆଉ ପଲିଥିନ୍‌ ବ୍ୟାଗ୍‌ରେ ଚାରା ଲଗାଇବାର ଆବଶ୍ୟକ ହେବ ନାହିଁ । ଜିଲ୍ଲା ପରିଷଦ…

Read More

ଆଉ ଜଣେ ସ୍ଵୟଂସିଦ୍ଧା ସୀମା ରାଓ… ଦେଶ ପାଇଁ ଦୀର୍ଘ 20 ବର୍ଷ ହେଲା ଦେଉଛନ୍ତି ନିଃଶୁକ୍ଳ ସେବା, ଯବାନଙ୍କୁ ଦେଉଛନ୍ତି ମାର୍ସଲ ଆର୍ଟ ଶିକ୍ଷା

ନୂଆଦିଲ୍ଲୀ, 24/08 : ପୁରୁଷ ପ୍ରଧାନ ସମାଜରେ ପୁରୁଷଙ୍କୁ ପଛରେ ପକାଇ ଆଜି ଢେର ଆଗକୁ ବଢିଛି ନାରୀ। ନିଜ କୌଶଳ ବଳରେ ଲେଖିଛି ନୂଆ ଇତିହାସ। ଏବେ ଦେଶର ନାରୀମାନେ କେବଳ ଚୂଲୀ ମୁଣ୍ଡରେ ସୀମିତ ନାହାଁନ୍ତି, ନିଜର ଅଦମ୍ୟ ସାହସ ଦେଖାଇ ସେ ହୋଇପାରିଛି ଜଗତଜିତା। ଆଜି ଏଭଳି ଜଣେ ନାରୀ ଶକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୀର୍ଘ 20 ବର୍ଷ ହେଲା ନିଃସ୍ଵାର୍ଥପର ଭାବରେ ଦେଶସେବା କରି ଆସୁଛନ୍ତି। 7 ଡିଗ୍ରୀ…

Read More

ଆମ ସମ୍ଵିଧାନରେ ମହିଳାମାନଙ୍କ ପାଇଁ ଅଛି ଏହି ସବୁ ଅଧିକାର, ଜାଣନ୍ତୁ…

ନୂଆଦିଲ୍ଲୀ, ୧୯/୦୮ : ସମାଜ ଉନ୍ନତି କରୁଛି। ଦେଶ ବଦଳୁଛି। ନାରୀ ଶିକ୍ଷା ମଧ୍ୟ ଅଗ୍ରଗତି କରୁଛି। ହେଲେ ସମାଜର ମହିଳାଙ୍କ ଏକ ବଡ଼ ବର୍ଗ ଏବେବି ଅବହେଳିତ। ମହିଳାଙ୍କୁ ଶିକ୍ଷଣ ମିଳୁଛି ସତ ହେଲେ ତାଙ୍କୁ ଏହା ଶିକ୍ଷା ମିଳୁ ନାହିଁ ଯେ, ସମ୍ବିଧାନରେ ତାଙ୍କ ପାଇଁ ଏକ ବିଶେଷ ଅଧିକାର ରହିଛି। ଯାହାକୁ ମହିଳାମାନେ ସେମାନଙ୍କ ହକ୍ ପାଇଁ ବ୍ୟବହାର କରିପାରିବେ। ଆମ ଦେଶରେ ଆଜିବି ବହୁ ଘରେ ଝିଅ ବୋହୂମାନଙ୍କ ଉପରେ ମାନସିକ…

Read More

ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି ଭାରତ, ଏହି ଅବସରରେ ଜାଣନ୍ତୁ ସ୍ଵାଧିନତା ଦିବସ ସମ୍ପର୍କିତ କିଛି ଜଣା ଅଜଣା କଥା…

ଭୁବନେଶ୍ଵର,୧୫/୮ : ୭୬ତମ ସ୍ୱାଧୀନତା ଦିବସ ସଗର୍ବେ ପାଳନ କରୁଛି ଭାରତ। ଚାରିଆଡ଼େ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ। ସବୁଠି ଆନନ୍ଦଉଲ୍ଲାସର ମାହୋଲ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଉକୁଟି ଉଠୁଛି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ ନେଇ ସମସ୍ତେ ଉନ୍ମାଦିତ, ଉଲ୍ଲସିତ ଓ ଉତ୍‌ଫୁଲ୍ଲିତ । ଚଳିତବର୍ଷ ଭାରତ ସରକାର ଦେଶର ଏହି ମହାନ୍‌ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ଏଥିପାଇଁ ନୂଆ ଅଭିଯାନ ‘ହର୍‌ ଘର୍‌ ତିରଙ୍ଗା’ ଆରମ୍ଭ…

Read More

ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ, ଜାଣନ୍ତୁ ବିଗତ ୭୫ ବର୍ଷରେ ଘଟିଯାଇଥିବା ୭୫ଟି ଅବିସ୍ମରଣୀୟ ଘଟଣା ବିଷୟରେ…

ନୂଆଦିଲ୍ଲୀ ୧୪/ ୦୮ : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଦେଶ ମାତୃକା ପାଇଁ ସହିଦ ହୋଇଥିବା ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଏବଂ ଦେଶବାସୀଙ୍କ ବଳିଦାନକୁ ମନେ ପକାଉଛି ଭାରତ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସ୍ବତନ୍ତ୍ର ଭାବେ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ମହାନ ଅବସରରେ ଭାରତର କୋଣ ଅନୁକୋଣ ହୋଇଉଠିଛି ତ୍ରିରଙ୍ଗାମୟ। ସବୁଠି ଉତ୍ସବର ମାହୋଲ। ତେବେ ୭୫ ବର୍ଷ ତଳର ଭାରତ ଏବଂ ୭୫ ବର୍ଷ…

Read More

ରାଜସ୍ଥାନରେ ସାମୂହିକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ ଏକ କୋଟି ଛାତ୍ରଛାତ୍ରୀ, ସୃଷ୍ଟି କରିବେ ବିଶ୍ଵ ରେକର୍ଡ

ନୂଆଦିଲ୍ଲୀ, 11/08 : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଏହି ଅବସରରେ ଅଗଷ୍ଟ 12 ତାରିଖରେ ରାଜସ୍ଥାନର ସମସ୍ତ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସାମୂହିକ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଜୟପୁର ସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ସକାଳ 10ଟା 15 ମିନିଟ୍ ରେ ପ୍ରାୟ ଏକ କୋଟି ଛାତ୍ରଛାତ୍ରୀ ଏକା ସାଙ୍ଗରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହେବେ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମ ସମ୍ଵନ୍ଧିତ…

Read More