
ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ 2021-22 ପରୀକ୍ଷା ଫଳ, ଅଷ୍ଟମ ସ୍ଥାନରେ ଅଛନ୍ତି ପୁରୀ ସହରର ସୁସ୍ମିତା ମିଶ୍ର
ଭୁବନେଶ୍ୱର, ୧୩/୧୧ : ପ୍ରକାଶ ପାଇଲା ଓଡ଼ିଶା ଜୁଡ଼ିସିଆଲ ସର୍ଭିସ 2021-22 ପରୀକ୍ଷାର ଫଳାଫଳ। ଏଥିରେ କୃତକାର୍ଯ୍ୟ ହୋଇଥିବା ପଚାଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପୁରୀ ସହରର ସୁସ୍ମିତା ମିଶ୍ର ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ସୁସ୍ମିତାଙ୍କ ପିତା ଯାଜପୁରରେ ଜିଲ୍ଲା ଜଜ ଥିଲେ ଓ ଅଧୁନା ଭବାନୀପାଟଣାରେ ଦୁର୍ନୀତି ନିବାରଣ ବିଚାରପତି ରୂପେ କାର୍ଯ୍ୟରତ। ସୁସ୍ମିତାଙ୍କର ମାତା ସୁକନ୍ୟା ଜଣେ ଧର୍ମ ପରାୟଣା ସୁଗୃହିଣୀ। ବିଚାର ବିଭାଗର ସ୍ୱଚ୍ଛତା ଓ ସାଧୁତା ପ୍ରତି ଆକର୍ଷିତ ହୋଇ…