ଗର୍ଭବତୀ ମହିଳାଙ୍କ ପାଇଁ ଡିଭାଇସ ତିଆରି କରିଥିବା ଛାତ୍ରୀଙ୍କୁ ସମ୍ମାନିତ କଲେ କେନ୍ଦ୍ର ସରକାର

ନବମ ଶ୍ରେଣୀର ଏହି ଛାତ୍ରୀ ଜଣଙ୍କ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଛନ୍ତି। ଛାତ୍ରୀଙ୍କ ନାଁ ରିଶିତା ସାମନ୍ତରାୟ। ରିଶିତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। କାରଣ ରିଶିତା ଏମିତି ଏକ ଡିଭାଇସ ତିଆରି କରିଛନ୍ତି ଯେଉଁଥିରେ ମହିଳାମାନେ ବେଶ୍ ଉପକୃତ ହେବେ। କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ରିଶିତାଙ୍କ ଘରେ କାମ କରୁଥିବା ଜନୈକ ମହିଳାଙ୍କ ଅସୁବିଧାକୁ ଦେଖି ସେ ଏହି ଡିଭାଇସ ତିଆରି କଲେ।ରିଶିତାଙ୍କ ଘରର ମେଡଙ୍କ ଝିଅ ବାରମ୍ବାର ବସ୍ ଯାତ୍ରା…

Read More

ଜଳବାୟୁ ପରବର୍ତ୍ତନର ସାଂଘାତିକ ପ୍ରଭାବ, ବାଟବଣା ହେଉଛନ୍ତି ପାଠ

ବନ୍ୟାବାତ୍ୟା ବିଶ୍ବତାପନ, କେବଳ ଜୀବନ ଶୈଳୀକୁ ପ୍ରଭାବିତ କରୁନି, ଏହା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କର ଶିକ୍ଷା ବାଟବଣା ହେଉଛି । ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍‌) ରିପୋର୍ଟ ଅନୁଯାୟୀ, ଉଷ୍ମତା, ବନାଗ୍ନି, ବନ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଘଟଣା ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି ଏବଂ ଏହାଦ୍ବାରା ଏ ଦଶନ୍ଧିରେ ହାସଲ ହୋଇଥିବା ଶିକ୍ଷାଗତ ଅଗ୍ରଗତି ବ୍ୟର୍ଥ ହୋଇଯିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକାଂଶ ନିମ୍ନ…

Read More

ଆଜି ବିଶ୍ୱ ଶିଶୁ ଦିବସ, ଚଳିତ ବର୍ଷର ଥିମ୍ ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’

ଭୁବନେଶ୍ଵର, ୨୦/୧୧ : ସାରା ବିଶ୍ୱର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ଲାଗି ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଥାଏ । ୧୯୫୪ ମସିହାରେ ଏହାକୁ ପ୍ରଥମ ଥର ଲାଗି ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି । ଏହି ଦିନ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ…

Read More

ପିଲା ଯଦି ଜିଦିଆ ହୋଇଥାନ୍ତି, ତାହେଲେ କଣ କରିବେ ?

ଭୁବନେଶ୍ଵର, ୦୯/୧୧ : କିଛି ପିଲା ଖୁବ୍‌ ଜିଦିଆ ହୋଇଥାନ୍ତି । ସେମାନେ ଥରେ ଜିଦି ଆରମ୍ଭ କଲେ ବାପାମା’ଙ୍କୁ ନିଜ କଥା ମନାଇବା ପରେ ହିଁ ଜିଦି ଛାଡ଼ିଥାନ୍ତି । ଏହାଦ୍ୱାରା ପିଲାର ପ୍ରକୃତି କ୍ରମଶଃ ସେମିତି ହୋଇଚାଲେ, ଯାହା ପିଲାର ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯଥାସମ୍ଭବ ପିଲାକୁ ଛୋଟ ବେଳୁ ହିଁ ବିଗିଡିବାକୁ ଦିଅନ୍ତୁନି । ନଚେତ୍‌ ପିଲାର ସ୍ୱଭାବ ଧୀରେ ଧୀରେ ଘରେ ବାହାରେ ସମସ୍ତଙ୍କ ପାଇଁ ସମସ୍ୟା…

Read More

ପିଲାକୁ ହଷ୍ଟେଲ ପଠାଉଥିଲେ ଜାଣନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ଵର, ୦୨/୧୧ : ପିଲାକୁ ସୁନିଶ୍ଚିତ ଭବିଷ୍ୟତ ଦେବା ପାଇଁ ସବୁ ବାପାମା’ପ୍ରୟାସ କରିଥାନ୍ତି । ଅନେକ ସମୟରେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଅଭିଭାବକ ପିଲାକୁ ଦୂର ସହରରେ ପାଠ ପଢିବାକୁ ପଠାଇଥାନ୍ତି । ସେଠାରେ ପିଲାକୁ ହଷ୍ଟେଲ ଜୀବନ ବଞ୍ଚିବାକୁ ପଡିଥାଏ । ପିଲାର ହଷ୍ଟେଲ ଜୀବନକୁ ନେଇ ପ୍ରାୟ ଅଭିଭାବକଙ୍କ ଭିତରେ ଅଜଣା ଭୟ ରହିଥାଏ । ଏଯପରିକି ପିଲା ହଷ୍ଟେଲରେ କେମିତି ରହିବ? ସେଠାରେ ଆଡ୍‌ଜଷ୍ଟ କରିପାରିବ କି ନା? ଏପରି…

Read More

୧୦ ବର୍ଷୀୟ ବାଳକଙ୍କୁ ବନ୍ୟଜୀବ ଫଟୋଗ୍ରାଫର୍‌ ସମ୍ମାନ

ବେଙ୍ଗାଲୁରୁ, ୦୧/୧୧ : ଚଳିତ ବର୍ଷର ବନ୍ୟଜୀବ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବେଙ୍ଗାଲୁରୁର ୧୦ ବର୍ଷୀୟ ବିହାନ ତାଲ୍ୟ ବିକାଶ । ଲଣ୍ଡନଠାରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପ୍ରତିଯୋଗିତା ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ଦ୍ୱାରା ଆୟୋଜିତ ହୋଇଥିଲା । ‘ଫଟୋଗ୍ରାଫିର ଅସ୍କାର’ ଭାବେ ପରିଚିତ ଏହି ପ୍ରତିଯୋଗିତା ବିଶ୍ୱର ସବୁଠୁ ଅସାଧାରଣ ଫଟୋଗ୍ରାଫି ପ୍ରଦର୍ଶନର ଏକ ବିଶ୍ୱସ୍ତରୀୟ ମଞ୍ଚ । ବିହାନଙ୍କୁ ବିଜେତା କରିଥିବା ଫଟୋ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସହିତ ଏକ ବୁଢ଼ିଆଣୀର ଅଜବ…

Read More

ଛୋଟପିଲାଙ୍କୁ ବ୍ଲଡ ପ୍ରେସର, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ଭୁବନେଶ୍ଵର, ୩୦/୧୦ : ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ୧୨ରୁ ୧୬ବର୍ଷ…

Read More

ସାଙ୍ଗ କରିପାରୁନାହାଁନ୍ତି କି ଆପଣଙ୍କ ପିଲା ? ହୁଅନ୍ତୁ ରୋଲ୍ ମଡେଲ୍…

ଭୁବନେଶ୍ବର, ୨୯/୧୦ : ସାଙ୍ଗ କରିବା ପିଲାମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏହା ପିଲାର ସାମାଜିକ ସମ୍ପର୍କ ବଢାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଅଭିଭାବକ ବାହାରେ ଏପରି ପିଲାଙ୍କ ହାବଭାବକୁ ଲକ୍ଷ୍ୟ କରିବା ଦରକାର । ତେବେ ଯାଇ ସେମାନଙ୍କୁ ସହଯୋଗ କରିବା ସହଜ ହେବ । ପିଲାଦିନର ସାଙ୍ଗ ଖୁବ୍‌ ଖାସ୍‌ ହୋଇଥାନ୍ତି । କାରଣ ସେମାନଙ୍କ ସହ ଆମ ଜୀବନର ଆରମ୍ଭ ସମୟ ବିତିଥାଏ । କିନ୍ତୁ ଯଦି କୌଣସି…

Read More

ଆପଣଙ୍କ ପିଲା ଅଧିକ ରାଗୁଛନ୍ତି କି ? ଦିଅନ୍ତୁ ତୁଳସୀ, କମିବ କ୍ରୋଧ

ଭୁବନେଶ୍ୱର, ୨୩/୧୦ : ପିଲା ଯଦି କଥାକେ କଥାକେ ଅତିରିକ୍ତ ରାଗିଯାଉଥାଏ ତେବେ ବାପା, ମା’ ତଥା ପରିବାରର ଅନ୍ୟ ଗୁରୁଜନମାନେ ଚିନ୍ତିତ ହେବା ସ୍ୱାଭାବିକ । ତେବେ ପିଲାର ଏହି କ୍ରୋଧଭାବ କମାଇବା ଲାଗି ନିଜର ଆଚରଣ ପ୍ରତି ବାପା, ମା’ ସର୍ବଦା ଜାଗ୍ରତ ରହିବା ଜରୁରି । ପିଲାକୁ ସର୍ବଦା ଶାନ୍ତ ତଥା ଧୈର୍ଯ୍ୟର ସହ ବୁଝାଇବା ଦରକାର । ଗ୍ରହ ପ୍ରଭାବରୁ ମଧ୍ୟ ପିଲା ରାଗି ହୋଇଥାଏ । ଏଣୁ ନିଜ ଆଚରଣ…

Read More

ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍‌ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍‌ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍…

Read More