ସାବଧାନ ଏମିତି ଥଣ୍ଡା ରୋଗ ବି ବ୍ୟାପୁଛି- ସତର୍କ ରୁହନ୍ତୁ

କୋଭିଡର କହର ଟିକେ କମୁଥିବାର ଜଣାଯାଉଛି । ଦୈନିକ ସଂଖ୍ୟା ଏବେ ନିୟନ୍ତ୍ରଣାଧୀନ ରହୁଛି। ଏତିକିବେଳେ ଦେଶବ୍ୟାପୀ ଏବେ ଲୋକମାନଙ୍କ ଠାରେ  ଏକ ଅଜବ ଲକ୍ଷଣ ଦେଖାଯାଉଛି। ଅନେକ ଲୋକ ସାଧାରଣ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାକରୁ ପାଣି ଗଡ଼ିବା, ମୁଣ୍ଡ ପିନ୍ଧା, ଦେହହାତ ଘୋଲାବିନ୍ଧା, ସାମାନ୍ୟ ଜର କାଶ ।  ସ୍ବାଭାଭିକ ଭାବେ ସମସ୍ତେ କୋଭିଡ ଭୟରେ ଭୟଭୀତ ହୋଇପଡିବେ।  ତେବେ ପରୀକ୍ଷା କରାଇନେବା ଭଲ। ଅନେକ କିନ୍ତୁ ନେଗେଟିଭ ଆସୁଥିବାର ଦେଖାଯାଉଛି।…

Read More

ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ…

Read More

ରୁଷରେ ଏବେ ପଶ୍ଚିମ ନୀଳ ଭୂତାଣୁ ବ୍ୟାପୁଛି

ରୁଷରେ ଏବେ ପଶ୍ଚିମ ନୀଳ ଭୂତାଣୁ ବା West Nile virus ବ୍ୟାପୁଥିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। । ପଶ୍ଚିମ ଆଫ୍ରିକାରୁ ପ୍ରଥମେ ବ୍ୟାପିଥିବାରୁ ଏହାର ନାମକରଣ ଏପରି କରାଯାଇଛି । ଏବେ ୟୁରୋପ ଏସିଆ ଏବଂ ଉତ୍ତର ଆମେରିକୀୟ ଦେଶଗୁଡ଼ିକରେ ଏହି ରୋଗ ବ୍ୟାପୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। ଏହି ରୋଗ ଡେଙ୍ଗୁ, ଜିକା ଧରଣର ଏହି ରୋଗ ହେଲେ ରୋଗୀର ସ୍ନାୟୁଗତ ସମସ୍ୟା ଦେଖାଦେଇଉଛି। ଅନେକ ସମୟରେ ଏହା ବିପଦ…

Read More

ଗୋଟିଏ ଦିନରେ କୋଟିଏ ଟିକା- ଭାରତ କଲା ବିଶ୍ବ ରେକର୍ଡ

ଗୋଟିଏ ଦିନରେ 1 କୋଟି ଡୋଜ ଟିକା ଦେଇ ଭାରତ ନୂଆ ମାଇଲଷ୍ଟୋନ ଅତିକ୍ରମ କରିଛି । ଆଜି ଦେଶର ସମସ୍ତ ଭାଗର ଟିକାକରଣ ସଂଖ୍ୟାକୁ ମିଶାଇଲେ ଏହା 1 କୋଟିକୁ ଅତିକ୍ରମ କରିଛି। ଦେଶରେ ମୋଟ ଟିକାକରଣ 62 କୋଟିକୁ ଟପିଛି । ଅତିକମରେ ଦେଶରେ 50 ଭାଗ ଯୋଗ୍ୟ ଲୋକ ଟିକା ନେଇସାରିଲେଣି।  94 କୋଟି ସମସ୍ତ ସାବାଳକଙ୍କୁ ଟିକା ଦେବା ପାଇଁ ମୋଟ  188 କୋଟି ଡୋଜ ଟିକା ଆବଶ୍ୟକ । ଆଜିର…

Read More

ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା…

Read More

ହେପାଟାଇଟିସ ସଂପର୍କରେ କିଛି ଜାଣିବା କଥା

ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ନିଜ ରୋଗ ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌…

Read More

ଦେଶରେ ପ୍ରଥମ ବାର୍ଡ ଫ୍ଲୁରେ ମଣିଷ ମୃତ୍ୟୁ

ଦେଶରେ ପ୍ରଥମ ବାର୍ଡ ଫ୍ଲୁ ଜନିତ ମଣିଷ ମୃତ୍ୟୁ ଘଟିଛି । ତେବେ ଏହି ରୋଗ ମଣିଷରୁ ମଣିଷକୁ ସଂକ୍ରମିତ ହେଉନଥିବାରୁ ଡରିବାର ନାହିଁ ବୋଲି ଏମସ ଡାକ୍ତର ଆଶ୍ବସନା ଦେଇଛନ୍ତି । ହରିୟାଣାର ଏକ 11 ବର୍ଷର ବାଳକର ବାର୍ଡ ଫ୍ଲୁରେ ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ପିଲାଟି ଜୁଲାଇ 2 ତାରିଖରେ ଦିଲ୍ଲୀ ଏମସ୍ରେ ଭର୍ତ୍ତି ହୋଇଥିଲା। 10 ଦିନ ପରେ ତାର ମଲ୍ଟି ଅର୍ଗାନ ଫେଲ୍ୟୁରରେ ମୃତ୍ୟୁ ହୋଇଛି। ତେବେ କ୍ୟାନସରରେ ପୀଡ଼ିତ…

Read More

ଲାମ୍ବଡା ଭାଇରସ ମାଡୁଛି, ଜାଣନ୍ତୁ ଭାରତରେ ଏହାର ସ୍ଥିତି

ଶତାଧିକ ଦେଶରେ ଡେଲଟା ଭାଇରସ ଚିନ୍ତାଜନକ ଭାବେ ବ୍ୟାପୁଥିବା ବେଳେ କରୋନାର ଲାମ୍ବାଡା ଭାଇରସକୁ ନେଇ ମଧ୍ଯ ସମ ପରିମାଣରେ ଚିନ୍ତା ବଢ଼ିବାରେ ଲାଗିଛି । ଉପରେ ଦିଆଯ଼ାଇଥିବା ମ୍ୟାପରୁ ଯ଼ାହା ଜଣାଯ଼ାଉଛି ଏବେ ଲାମ୍ବଡା ଭାଇରସ ବିଶ୍ବର 29ଟି ଦେଶରେ ବ୍ୟାପି ସାରିଲାଣି। ପ୍ରଥମେ ପେରୁରେ କରୋନାର ଲାମ୍ବଡା ଭାଇରସ ଚିହ୍ନଟ ହୋଇଥିଲା। ଦକ୍ଷିଣ ଆମେରିକାର ଦେଶଗୁଡ଼ିକରେ ଏହା ବିଶେଷ ଭାବେ ସଂକ୍ରମଣ ବଢ଼ାଇବାରେ ଲାଗିଛି। ଜୁଲାଇ 9 ତାରିଖ ସୁଦ୍ଧା ରିପୋର୍ଟ ଅନୁସାରେ  ଆମେରିକାରେ…

Read More

ବର୍ଷା ଦିନେ କାଙ୍କଡ଼ ଖାଆନ୍ତୁ କିନ୍ତୁ କଣ୍ଟା ଚାଞ୍ଛନ୍ତୁ ନାହିଁ – କାହିଁକି ଜାଣନ୍ତୁ

କଣ ଆପଣ ଜାଣିଛନ୍ତି କଲରା ଏବଂ କାଙ୍କଡ଼ ଗୋଟିଏ ଗ୍ରୁପର ପରିବା । ମେମୋରଡିକା ଶ୍ରେଣୀର ପରିବାଗୁଡ଼ିକ ସ୍ବାସ୍ଥ୍ୟପ୍ରତି ବେଶ ହିତକାରୀ ହୋଇଥାନ୍ତି । ମୌସୁମୀ ସମୟରେ ମିଳୁଥିବା ପରିବାଗୁଡ଼ିକ ମଧ୍ୟରୁ କଲରା ଓ କାଙ୍କଡ଼ ଅନ୍ୟତମ । ତେବେ କାଙ୍କଡ଼ କଲରା ଗ୍ରୁପର ପରିବା ହୋଇଥିଲେ ମଧ୍ୟ ଏହା ପିତା ନୁହେଁ କିନ୍ତୁ ଏହି ପରିବାରେ ଅନେକ କିଛି ଉପକାରିତା ରହିଛି। ସେମଧ୍ୟରୁ ଡାଇବେଟିସ ନିୟନ୍ତ୍ରଣ କରିବା  ବ୍ଲଡ ସୁଗାର କମ କରିବାରେ ଏହା ସାହାଯ଼୍ୟକାରି…

Read More

କଳାହାଣ୍ଡିରେ ୨୦୦ ଶଯ୍ୟା କୋଭିଡ ହସ୍ପିଟାଲ ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁଭାରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଭବାନୀପାଟଣାରେ ନିର୍ମିତ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି । ବେଦାନ୍ତ ଗ୍ରୁପ ସହଯୋଗରେ ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ନିର୍ମାଣ କରାଯାଇଛି । ଏଥିରେ ୧୬ଟି ଆସିୟୁ ଓ ୧୬ଟି ଏଚ୍‌ଡିୟୁ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ବେଦାନ୍ତ ଦ୍ବାରା ଦେଶର ବିଭିନ୍ନ…

Read More