ଅମ୍ଲଜାନ ଯୋଗାଣ ସୁଗମ କରିବା ପାଇଁ ଟାସ୍କଫୋର୍ସ

ମେଡିକାଲ ଅମ୍ଳଜାନର ଯୋଗାଣକୁ ଆହୁରି ମଜଭୁତ କରିବା ଏବଂ କୋଭିଡ -19 ମହାମାରୀ ବିରୋଧରେ ଦୀର୍ଘ ଦିନର ଯୁଦ୍ଧ ପାଇଁ ତୁରନ୍ତ ଆବଶ୍ୟକତା ତଥା ଭବିଷ୍ୟତର ଆବଶ୍ୟକତା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକ ଟାସ୍କଫୋର୍ସ ଗଠନ କରିବାକୁ ଘୋଷଣା କରିଛନ୍ତି।

ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ଏ ବାବଦରେ ସୂଚନା ଦେଇଥିବା ବେଳେ ପରେ ପରେ ଏନେଇ ଏକ ଟାସ୍କ ଫୋର୍ସ ଗଠନ କରାଯ଼ାଇଛି. ଯ଼ାହାକି ରାଜ୍ୟରେ ହସ୍ପିଟାଲଗୁଡ଼ିକୁ ବାଧାମୁକ୍ତ ଅମ୍ଲଜାନ ଯ଼ୋଗାଣକୁ ମନିଟର କରିବ . ଆସନ୍ତା 24 ତାରିଖରୁ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ଦ୍ବାରା ତିନି ମାସର ସର୍ଭେ ଘୋଷଣା କରିଛନ୍ତି । ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଏହି ଉଦ୍ଦେଶ୍ୟରେ ମାସକୁ 1 ହଜାର ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ |

Leave a Reply

Your email address will not be published. Required fields are marked *