
ଦିଲ୍ଲୀର ସଫଳ ଶାଶୂ-ବୋହୂ, ଫୁଡ୍ ବିଜନେସ୍ କରି ମାସକୁ ଆୟ କରୁଛନ୍ତି ୪ଲକ୍ଷ ଟଙ୍କା
ନୂଆଦିଲ୍ଲୀ, ୧୫/୦୧ : ଚର୍ଚ୍ଚାରେ ଦିଲ୍ଲୀର ଶାଶୂ-ବୋହୂ। ଘରେ କ୍ଲାଉଡ୍ କିଚେନ୍ କରି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଆୟ। ଅନ୍ୟ ଘରୋଇ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ହୋମ୍ କିଚେନ୍ ରେ ବିହାରୀ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ବିହାରୀ ଲୋକଙ୍କ ପାଖରେ ବିହାରୀ ଖାଦ୍ୟ ପହଞ୍ଚାଇବାକୁ ତାଙ୍କର ଲକ୍ଷ୍ୟ। ସୂଚନାଯୋଗ୍ୟ, ନୂଆଦିଲ୍ଲୀର ୫୮ ବର୍ଷୀୟା ହିରଣ୍ୟମୟୀ ଦେବୀ ଏବଂ ତାଙ୍କ ୩୫ ବର୍ଷୀୟା ବୋହୂ ମଞ୍ଜରୀ ସିଂହ ଲକଡାଉନରେ କିଛି…