ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ପରେ ବିଦେଶରୁ ଚାକିରୀ ଛାଡ଼ିଲେ ଝିଅ, ଚଳାଉଛନ୍ତି ବାପାଙ୍କ ସ୍କୁଲ
ଭୁବନେଶ୍ଵର, ୦୫/୦୯ : ୨୦୦୦ ମସିହାରେ ନିଜ ପ୍ରଚେଷ୍ଟାରେ ଶତାଧିକ ଅଭାବୀ ନିରକ୍ଷର ପିଲାଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ କଟକର ପଦ୍ମଶ୍ରୀ ଡି ପ୍ରକାଶ ରାଓ। ତାଙ୍କ ମାଧ୍ୟମରେ ବହୁ ଗରିବ ପରିବାରରେ ଶିକ୍ଷାର ଆଲୋକ ପ୍ରଜ୍ଜ୍ଵଳନ ହୋଇଥିଲା। ସମାଜରେ ତାଙ୍କ ଏଭଳି ପ୍ରମୁଖ ଯୋଗ ଦାନ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ରାଓ ନିଜେ ୧୦ମ ପାସ୍ କରିନଥିଲେ ମଧ୍ୟ ସେ ଶିକ୍ଷାର ଗୁରୁତ୍ଵକୁ ବୁଝି ପାରିଥିଲେ।…