ହୋ ଭକତେ ହୋ… ରଥ ଚାଲେ ଘୁଁ… ଚକ ଚାଲେ ଘୁଁ…
ପୁରୀ, ୨୦/୦୬ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ହରିବୋଲ ହୁଳହୁଳିରେ ଗଗନପବନ ପ୍ରକମ୍ପିତ ହେଉଛି। ଚାରିଆଡ଼େ ଭକ୍ତିମୟ ପରିବେଶ। ମର୍ଦ୍ଦଳା, ତୂରୀଭେରୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ଆଜି ଭକ୍ତଙ୍କ ଦୁଃଖ ନାଶ କରିବାକୁ ବଡ଼ ଠାକୁର ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ବଡ଼ଦାଣ୍ଡରେ ହଜାର ହଜାର ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ-ପଥ । ଧାଡ଼ି ପହଣ୍ଡିରେ ତିନି ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି।…
