ଠୁଙ୍ଗା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳା, ମାସକୁ କରୁଛନ୍ତି ୩ ରୁ ୪ ହଜାର ଟଙ୍କା ଆୟ
ଜଳେଶ୍ଵର, ୦୬/୦୯ : ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ମହିଳା। ଅଦମ୍ୟ ଆତ୍ମ ବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆସେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ। କପଡ଼ା ସିଲେଇ ଏବଂ ଶାଳପତ୍ରରୁ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ। ମାସକୁ ୩ ରୁ ୪ ହଜାର ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା…
