ନୂଆପଡ଼ା କଳାହାଣ୍ଡି ପାଇଁ ବିଜୁ ଏକ୍ସପ୍ରେସ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସର ସଂପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି। 448.02 କୋଟି ଟଙ୍କାର ଏହି ପ୍ରକଳ୍ପରେ ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ 4 ଲେନ ରାସ୍ତା ନିର୍ମାଣ କରାଯିବ। ଏଥିରେ 17ଟି ଛୋଟ ଏବଂ 8ଟି ବଡ଼ ପୋଲ ମଧ୍ୟ ନିର୍ମାଣ କରାଯ଼ିବ।

ଘାଟିପଡାରୁ ସିନାପାଲି ମଧ୍ୟରେ ନୂଆପଡ଼ାରେ 52 କିଲୋମିଟର ରାସ୍ତାର 4 ଲେନ ବିଶିଷ୍ଟ କରାଯ଼ିବ। ଏଥିପାଇଁ 109 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯେଉଁଥିରେ ଗୋଟିଏ ବଡ଼ ପୋଲର ନିର୍ମାଣ କରାଯିବ। ସେହିପରି ନୂଆପଡ଼ାରେ 156 କୋଟି ଟଙ୍କା ବ୍ୟୟ ବରାଦରେ 4 ଲେନ ରାସ୍ତା ନିର୍ମାଣ କରାଯିବ । ଏଥିରେ 5ଟି ବଡ଼ ବଡ଼ ପୋଲ ନିର୍ମାଣ କରାଯ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି କଳାହାଣ୍ଡିରେ 104 କିଲୋମିଟର ରାସ୍ତା ନିର୍ମାଣ କରାଯ଼ିବ।ସିନାପାଲିରୁ ଧର୍ମଗଡ଼ ବିଜୁଏକ୍ସପ୍ରେସ ର 104 ରୁ 140  କିଲୋମିଟର ରାସ୍ତା ପାଇଁ 90 କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଦ୍ବାରା ପଶ୍ଚିମ ଓଡ଼ିଶାରେ ଯାତାୟତ ଏବଂ ଶିଳ୍ପ ସଂମୃଦ୍ଧିରେ ଏହା ସହାୟକ ହେବ ବୋଲି ଏଥିରେ ଦର୍ଶାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ହୋଇଥିବା ଏହି କ୍ୟାବିନେଟ ବୈଠକରେ ଅର୍ଥ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସାଧାରଣ ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗର ମୋଟ ୧୧ଟି ପ୍ରସ୍ତାବକୁୁ ଅନୁମୋଦନ ମିଳିଛି ।

Leave a Reply

Your email address will not be published. Required fields are marked *