କେନ୍ଦ୍ର ବଜେଟ୍ରେ ମହିଳାଙ୍କୁ ସମ୍ମାନ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ
ଭୁବନେଶ୍ଵର, ୦୨/୦୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଫୋକସ୍ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଲାଗି ୨୫,୪୪୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପୂର୍ବ ବଜେଟ୍ ତୁଳନାରେ ଏହା ୨୬୭ କୋଟି ଟଙ୍କା ଅଧିକ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିଶନରେ ଗ୍ରାମୀଣ ମହିଳାମାନଙ୍କୁ…