Blog

ଏୟାର ଇଣ୍ଡିଆ ସର୍ଭର ହାଇଜାକ୍

ବିମାନ ହାଇଜାକ କଥା ପୂର୍ବରୁ ଶୁଣିଥିବେ। କିନ୍ତୁ ସାଇବର ଚୋର ଏମିତି ମାତିଛନ୍ତି ଯେ ବିମାନ ଚଲାଚଳ ସର୍ଭରକୁ ହ୍ୟାକ କରିନେଇଛନ୍ତି। ଏୟାର ଇଣ୍ଡିଆ ସହିତ ବିଶ୍ବର ଆଉ କିଛି ଏୟାରଲାଇନ୍ସ ଉପରେ ବଡ ଧରଣର ସାଇବର ଆଟାକ୍ ହୋଇଛି।  ୪୫ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିବା ଅନୁମାନ କରାଯ଼ାଉଛି। ପାସପୋର୍ଟ, କ୍ରେଡିଟ୍ କାର୍ଡ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଛି। ଯେଉଁ ଏୟାରଲାଇନ୍ସ କମ୍ପାନୀ ଉପରେ ସାଇବର ଆଟାକ ହୋଇଛି ସେଥିରେ ଏୟାର…

Read More

ସୁରକ୍ଷା କର୍ମୀଙ୍କ ଗୁଳିରେ 13 ନକ୍ସଲ ମୃତ

ନକ୍ସଲଙ୍କ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଏଟାପାଲ୍ଲୀ ଜଙ୍ଗଲ ନିକଟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ…

Read More

ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତର ସ୍ବାଗତ

ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତ ସ୍ବାଗତ କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ହେଲା ଚାଲିଥିଲା ଘମାଘୋଟ ଲଢ଼େଇ। ଏବେ ଏଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉଭୟ ଦେଶ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଅସ୍ତ୍ର ବିରତି ଚୁକ୍ତି ଉଭୟ ଦେଶ କରିବା ପରେ ଗାଜାରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି। ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ…

Read More

ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ସାରା ଜୀବନ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ବିଶିଷ୍ଟ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣା ଆଉ ନାହାନ୍ତି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ସେ ଆଜି ସମସ୍ତଙ୍କୁ ଛାଡ଼ି…

Read More

କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା 4 ହଜାର ଉପରେ

ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି। ୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।…

Read More

ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ କୋର୍ଟ

ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୩ ମସିହା ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତାଙ୍କୁ ୮ ବର୍ଷ ତଳ ମାମଲାରେ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ତୁରଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଗୋଟିଏ…

Read More

ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।…

Read More

ପ୍ରିଯଙ୍କା ଚୋପ୍ରାଙ୍କ ସୁନ୍ଦର ହୃଦୟ ଅଜାଡ଼ି ଦେଲେ ସହାୟତା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛନ୍ତି । ବିଦେଶରେ ରହୁଥିବା ବେଳେ ପ୍ରିୟଙ୍କା ନିଜ ଦେଶକୁ ଭୁଲି ନାହାଁନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କ ଏହି ଉତ୍ତମ କାର୍ଯ୍ୟରେ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର କିଛି ସୂଚନା ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସେୟାର କରି…

Read More

ମା କଣ ଏମିତି କରିପାରେ ?

ସ୍ୱାମୀ ପ୍ରଥମ ବିବାହ କରିଥିଲେ, ପିଲାପିଲି ଥିଲେ, କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ଗଲେ ନାହିଁ । ସେଥି ପାଇଁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପରେ…

Read More

ଶିବସୁନ୍ଦର ଦାସ ହେବେ ମହିଳା କ୍ରିକେଟ ଟିମର କୋଚ୍

ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ରମେଶ ପାଓ୍ଵାରଙ୍କୁ ଦଳର ମୁଖ୍ୟ କୋଚ୍…

Read More