୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ୩ ଓଡ଼ିଆ ସେବିକା ସମ୍ମାନିତ

ଭୁବନେଶ୍ଵର, ୦୮/୧୧ : ରାଷ୍ଟ୍ରପତି ଭବନରେ ସୋମବାର ୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ତିନି ସେବିକା ସମ୍ମାନିତ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୧ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧୭ ଏଏନ୍‌ଏମ୍‌, ୪ ଏଲ୍‌ଏଚ୍‌ଭି ଓ ୩୦ ସେବିକା ଅଛନ୍ତି । ଓଡ଼ିଶାରୁ ସେବିକା ଖୁଲଣା ବାରିକ, ଶିବାନୀ ଦାସ ଓ ଏଏନ୍‌ଏମ୍‌ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କଠାରୁ…

Read More

OPSC ପରୀକ୍ଷାରେ ଝିଅଙ୍କ କମାଲ, ୧୨ ନମ୍ବର ସ୍ଥାନରେ ସୋର ଝିଅ ତନ୍ମିତା

ସୋର, ୦୯/୧୦ : ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଏହି ପରୀକ୍ଷାରେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମୁଲିସିଂ ପଂଚାୟତ ମୁଲିସିଂ ଶାସନର ତୃପ୍ତିକାନ୍ତ କରଙ୍କ ବଡ ଝିଅ ତନ୍ମିତା କର ସାରା ଓଡ଼ିଶାରେ ୧୨ନମ୍ବର ସ୍ଥାନରେ ରହି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା ମାଆଙ୍କୁ ଶ୍ରେୟ ଦେଇଛନ୍ତି। ତନ୍ମିତାଙ୍କ ବାପା ବାଲେଶ୍ବର କେନ୍ଦ୍ରୀୟ…

Read More

OPSCର ଟପ୍ -୩ ରାଙ୍କରେ ଅନନ୍ୟା ସୃଷ୍ଟି ଶତପଥୀ, ପ୍ରଶାସନିକ ସେବା ପାଇଁ ମାଆଙ୍କ ଠାରୁ ପାଇଥିଲେ ପ୍ରେରଣା

ଭବାନୀପାଟଣା, ୦୭/୧୦ : ପ୍ରକାଶ ପାଇଲା ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ଓପିଏସସି ପରୀକ୍ଷାରେ ଟପ୍ ୩ ରାଙ୍କରେ ଅଛନ୍ତି କଳାହାଣ୍ଡି ଜିଲ୍ଲାର ଅନନ୍ୟା ସୃଷ୍ଟି ଶତପଥୀ । ପାଠ ପଢ଼ିବା ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାକୁ ଚାହୁଁଥିଲେ ଅନନ୍ୟା । ପ୍ରଶାସିନକ ସେବାରେ ଚାକିରୀ ପାଇବା ଲାଗି ସେ ଛୋଟ ବେଳୁ କଠିନ ପରିଶ୍ରମ ବି କରୁଥିଲେ ।କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ…

Read More

ଆଜି ବିଜୟାଦଶମୀ, ସିନ୍ଦୂର ଲଗାଇ ମା’ଙ୍କ ଆଶିଷ ଭିକ୍ଷା କଲେ ସଧବା

ଭୁବନେଶ୍ଵର, ୦୫/୧୦ : ଆଜି ମହାମାୟାଙ୍କ ଦଶମୀ ପୂଜା। ସମସ୍ତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ । ବିଜୟା ଦଶମୀ ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ଏବେ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ । କାରଣ ମା’ ଆସିଥାନ୍ତି ତାଙ୍କ ବାପ ଘରକୁ ଆଉ ଦଶହରା ଦିନ ମେଲାଣି ନିଅନ୍ତି ମା’। ଏହି ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୋଇଥାଏ। ମହିଳାମାନେ ସିନ୍ଦୂର ଲଗାଇ…

Read More

ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା, ମନ୍ତ୍ର ଧ୍ଵନିରେ ଗଗନପବନ ମୁଖରିତ

ଭୁବନେଶ୍ଵର, ୦୩/୧୦ : ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା। ଯା ଦେବୀ ସର୍ବଭୂତେଷୁ…ମନ୍ତ୍ରରେ ଗଗନପବନ ମୁଖରିତ । ଚାଲିଛି ଶକ୍ତିସ୍ୱରୂପା, ଶକ୍ତିରୂପିଣୀ ମା’ଙ୍କ ଆରାଧନା । ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ ମା’ଙ୍କ ସାନ୍ନିଧ୍ୟ ଲାଭ କରିଛି ଭକ୍ତ । ଚାରିଆଡ଼େ ହସଖୁସିର ମାହୋଲ । ଶଙ୍ଖନାଦ, ଘଣ୍ଟଘଣ୍ଟାରେ କମ୍ପୁଛି ମଣ୍ଡପ । ପରିସରରୁ ଭାସି ଆସୁଛି ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ।…

Read More

NASA ଯିବେ କଳାହାଣ୍ଡି ପୁଅ ରୀଙ୍କର, ନବମ ଶ୍ରେଣୀରେ ପାଠ ପଢୁଛନ୍ତି ହେଲେ ମୁଖସ୍ଥ କରିସାରିଲେଣି ପିଜି ପାଠ

ଭବାନୀପାଟଣା, ୦୭/୦୯ : ନାସା ଯିବେ କଳାହାଣ୍ଡିର ପୁଅ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇରିଗେସନ କଲୋନୀ ୬ ନମ୍ଵର ଲେନରେ ରହୁଥିବା ତରୁଣ ମିଶ୍ର ଓ କାମିନୀ ମିଶ୍ରଙ୍କ ୧୩ ବର୍ଷର ପୁଅ ରୀଙ୍କର ନାସା ଯିବେ। ସେ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ରୀଙ୍କର ନିଜ ପାଠ ପଢିବା ସାଙ୍ଗରେ ଗ୍ରାଜୁଏସନ ଏବଂ ପିଜିର ପାଠ ମଧ୍ୟ ମୁଖସ୍ଥ କରିସାରିଲେଣି। ରସାୟନ ବିଜ୍ଞାନରେ ରୁଚି ରଖିଥିବା ରୀଙ୍କର ଗଣିତର ଅନେକ ନୂଆ ସୂତ୍ର…

Read More

ଠୁଙ୍ଗା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳା, ମାସକୁ କରୁଛନ୍ତି ୩ ରୁ ୪ ହଜାର ଟଙ୍କା ଆୟ

ଜଳେଶ୍ଵର, ୦୬/୦୯ : ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ମହିଳା। ଅଦମ୍ୟ ଆତ୍ମ ବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆସେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ। କପଡ଼ା ସିଲେଇ ଏବଂ ଶାଳପତ୍ରରୁ ଠୁଙ୍ଗା ତିଆରି କରି ହୋଇପାରିଛନ୍ତି ସ୍ୱାବଲମ୍ବୀ। ମାସକୁ ୩ ରୁ ୪ ହଜାର ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା…

Read More

ପାଇକ ଆଖଡ଼ା ନୃତ୍ୟ କରି ଯଶ ଅର୍ଜନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଯଶସ୍ବିନୀ

ଖୋର୍ଦ୍ଧା, ୦୩/୦୯ : କଥାରେ ଅଛି ମଣିଷ ନିଜ ନାମ ଦ୍ୱାରା ନୁହେଁ ନିଜର କାମ ଦ୍ଵାରା ଯଶ ଅର୍ଜନ କରି ଥାଏ। ଯାହାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଯଶସ୍ବିନୀ ସାହୁ। ପିଲାଟି ଦିନରୁ ଖୋର୍ଦ୍ଧା ପାରମ୍ପରିକ ନୃତ୍ୟ ପାଇକ ଆଖେଡା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ଏହା ସହ ଥିଏଟରରେ ଅଭିନୟ କରି ବହୁ ଯଶ ଅର୍ଜନ କରିଛନ୍ତି ଯଶସ୍ବିନୀ । ଅଭିନୟ କି ନୂତ୍ୟ ପାଇଁ ସେ…

Read More

ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ, ନୂଆଁଖାଇ ଜୁହାର୍

ଭୁବନେଶ୍ଵର, ୦୧/୦୯ : ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ। ମାଁ ମାଏଟ କେ ମୁଣ୍ଡିଆ ମାରି କ୍ଷେତେ ରୁକମା ଗୋରସ ଚାଉଲ। ନୂଆ କେଣ୍ଡା ଲାଗି ନରଧି ଯିମା ଗ୍ରାମ ଦେବୀ ମାର ପୋରୁହାଁ ଦେଉଲ। ନୂଆଁଖାଇ ଆମ୍‌କୁ ବତେଇ ଦେଉଛେ ଭାଇଚାରାଟା ହିଁ ମନୁଷ୍ ଧରମ୍, ବେଦ କହେସି ମୋର ମାଟିର କଥା ବସୁଧୈବ କୁଟୁମ୍ଵକମ୍। ଆଏଜ୍ ହେଉଛେ ପାବନ ନୂଆଁଖାଇ ପରବ। ଇ…

Read More

ନାରୀ ଯେ ସ୍ୱୟଂସମ୍ପୂର୍ଣ୍ଣ… ଯାହାର ଜ୍ୱଳନ୍ତ ଉଦାହରଣ ଗୀତାଞ୍ଜଳି, କବିତା ଓ ପ୍ରବନ୍ଧ ଲେଖି ସମାଜରେ ସଂସ୍କାର ଆଣିବାକୁ କରୁଛନ୍ତି ପ୍ରୟାସ

କଟକ, 22/08 : ନାରୀଟିଏ ଯେ କେବଳ ଚାରି କାନ୍ଥ ଭିତରେ ଆବଦ୍ଧ ତାହା ନୁହେଁ ସେ ମଧ୍ୟ ସମାଜ ଦିଗଦର୍ଶନ କ୍ଷେତ୍ରରେ ପୁରୁଷଙ୍କଠୁ ଦଶ ପାଦ ଆଗୁଆ। ସେହି ପରି ଜଣେ ବହୁମୁଖୀ ପ୍ରତିଭାବାନ୍ ନାରୀ ହେଲେ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି। ୧୯୬୫ ମସିହା ଜୁଲାଇ ୯ ତାରିଖରେ କଟକ ଜିଲ୍ଲା ମହାଧାର ପଡାରେ ତାଙ୍କ ଜନ୍ମ। ଶ୍ରୀ ହରେକୃଷ୍ଣ ପୃଷ୍ଟି ଓ ମାତା ଶ୍ରୀମତୀ ସରମା ପୃଷ୍ଟିଙ୍କ ସୁକନ୍ୟା ହେଲେ ଗୀତାଞ୍ଜଳି ପୃଷ୍ଟି। ପିଲାଟି…

Read More